Video: ଶିକାର କରିବାକୁ ଆସିଥିବା ସାପକୁ କେଇ ସେକେଣ୍ଡରେ ଗିଳି ଦେଲା ବେଙ୍ଗ, ଦୃଶ୍ୟ ଦେଖିଲେ ଟାଙ୍କୁରି ଉଠିବ ଲୋମ

ଜଙ୍ଗଲରେ ଘାତକ ଶିକାରୀମାନଙ୍କ ମଧ୍ୟରୁ ସାପ ଗୋଟିଏ। ଯେତେ ବଡ଼ ପଶୁ ହୋଇଥାଉନା କାହିଁକି ସାପକୁ ଦେଖି ସବୁ ଛାନିଆ ହୁଅନ୍ତି। ଅନେକ ସମୟରେ ସାପ ଛୋଟ ମୂଷା ଏବଂ ବେଙ୍ଗ ଭଳି ଜୀବ ଶିକାର କରି ପେଟ ଭର୍ତ୍ତି କରୁଥିବା ନଜର ଆସିଥାଏ। ହେଲେ ଏବେ ଏକ ଅଜବ ଘଟଣାକ୍ରମରେ ସାପ ଶିକାର କରିବାକୁ ଆସିି ନିଜେ ଶିକାର ପାଲଟିଛି। ସେଇଟି ହେଲା ଏକ ବେଙ୍ଗ। ବେଙ୍ଗଟି ଆଖି ପିଛୁଳାକେ ସାପକୁ ଗିଳି ଦେବାର ଭିଡିଓ […] The post Video: ଶିକାର କରିବାକୁ ଆସିଥିବା ସାପକୁ କେଇ ସେକେଣ୍ଡରେ ଗିଳି ଦେଲା ବେଙ୍ଗ, ଦୃଶ୍ୟ ଦେଖିଲେ ଟାଙ୍କୁରି ଉଠିବ ଲୋମ appeared first on Dharitri Odia News.

Video: ଶିକାର କରିବାକୁ ଆସିଥିବା ସାପକୁ କେଇ ସେକେଣ୍ଡରେ ଗିଳି ଦେଲା ବେଙ୍ଗ, ଦୃଶ୍ୟ ଦେଖିଲେ ଟାଙ୍କୁରି ଉଠିବ ଲୋମ

ଜଙ୍ଗଲରେ ଘାତକ ଶିକାରୀମାନଙ୍କ ମଧ୍ୟରୁ ସାପ ଗୋଟିଏ। ଯେତେ ବଡ଼ ପଶୁ ହୋଇଥାଉନା କାହିଁକି ସାପକୁ ଦେଖି ସବୁ ଛାନିଆ ହୁଅନ୍ତି। ଅନେକ ସମୟରେ ସାପ ଛୋଟ ମୂଷା ଏବଂ ବେଙ୍ଗ ଭଳି ଜୀବ ଶିକାର କରି ପେଟ ଭର୍ତ୍ତି କରୁଥିବା ନଜର ଆସିଥାଏ। ହେଲେ ଏବେ ଏକ ଅଜବ ଘଟଣାକ୍ରମରେ ସାପ ଶିକାର କରିବାକୁ ଆସିି ନିଜେ ଶିକାର ପାଲଟିଛି। ସେଇଟି ହେଲା ଏକ ବେଙ୍ଗ। ବେଙ୍ଗଟି ଆଖି ପିଛୁଳାକେ ସାପକୁ ଗିଳି ଦେବାର ଭିଡିଓ ଭାଇରାଲ ହେଉଛି। ହଜାର ହଜାର ସଂଖ୍ୟାରେ ଲୋକ ଭିଡିଓକୁ ଦେଖିସାରିଥିବା ବେଳେ ଲୋକେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି।

ଭିଡିଓରେ ଦେଖିବେ ଯେ ସାପଟି ଶିକାର ଅନ୍ବେଷଣରେ ବାହାରିଥିଲା। ଏଠିସେଠି ନଜର ପକାଇବା ପରେ ତାର ଦୃଷ୍ଟି ବେଙ୍ଗ ଉପରେ ପଡ଼ିଥିଲା। ଆପଣ ଭାବୁଥିବେ ସାପଟି ସହଜରେ ବେଙ୍ଗକୁ ଖାଦ୍ୟ କରିଦେଇପାରିଥାନ୍ତା। ହେଲେ ନା। ସାପଟି ଶିକାର କରିବା ପୂର୍ବରୁ ବେଙ୍ଗଟି ତା ଉପରକୁ ଆକ୍ରମଣ କରିଦେଇଥିଲା। ପରେ ସେ ସାପର ଲାଞ୍ଜକୁ ଧରି ଗିଳିବାକୁ ଚେଷ୍ଟା କରିଥିଲା। ଧିରେ ଧିରେ ସେ ସାପକୁ ଗିଳିବାରେ ଲାଗିଥିଲା। ଯେତେ ଚେଷ୍ଟା କଲେ ବି ବେଙ୍ଗଟି ସମ୍ପୂର୍ଣ୍ଣ ଭାବେ ସାପକୁ ଗିଳିଦେଇଥିଲା। ଏହି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ଏହା ଭାଇରାଲ ହେଉଛି। ଆପଣ ବି ଦେଖନ୍ତୁ ଉକ୍ତ ଲୋମଟାଙ୍କୁରା ଭିଡିଓ:

The post Video: ଶିକାର କରିବାକୁ ଆସିଥିବା ସାପକୁ କେଇ ସେକେଣ୍ଡରେ ଗିଳି ଦେଲା ବେଙ୍ଗ, ଦୃଶ୍ୟ ଦେଖିଲେ ଟାଙ୍କୁରି ଉଠିବ ଲୋମ appeared first on Dharitri Odia News.