VIDEO: ସର୍ଟ ଲଗାଇବା ଚକ୍କରରେ ବ୍ୟାଟ ଫୋପାଡିଲେ ପନ୍ତ, ଦେଖନ୍ତୁ କ’ଣ ହେଲା ଖେଳାଳି-ଅମ୍ପାୟାରଙ୍କ ଅବସ୍ଥା

ବର୍ମିଂହାମ,୫।୭: ବର୍ମିଂହାମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ, ଟିମ ଇଣ୍ଡିଆର ଉପ-ଅଧିନାୟକ ରିଷଭ ପନ୍ତଙ୍କ ଅସାଧାରଣ ବ୍ୟାଟିଂ ଶୈଳୀ ଦେଖିବାକୁ ମିଳିଥିଲା। ଏହି ସମୟରେ ପନ୍ତ ଏପରି କିଛି କରିଥିଲେ ଯାହା ଯୋଗୁ ଫିଲ୍ଡର ଏବଂ ଅମ୍ପାୟାର ଅଳ୍ପକେ ବର୍ତ୍ତିଗଲେ। ପ୍ରକୃତରେ, ପନ୍ତ ସଟ ଖେଳିବାକୁ ଚେଷ୍ଟା କରିବା ସମୟରେ ବ୍ୟାଟ ଫିଙ୍ଗି ଦେଇଥିଲେ ବା ବ୍ୟାଟ ତାଙ୍କ ହାତରୁ ଖସି ଯାଇଥିଲା। ଭଲ କଥା ହେଉଛି ଯେ […] The post VIDEO: ସର୍ଟ ଲଗାଇବା ଚକ୍କରରେ ବ୍ୟାଟ ଫୋପାଡିଲେ ପନ୍ତ, ଦେଖନ୍ତୁ କ’ଣ ହେଲା ଖେଳାଳି-ଅମ୍ପାୟାରଙ୍କ ଅବସ୍ଥା appeared first on Dharitri Odia News.

VIDEO: ସର୍ଟ ଲଗାଇବା ଚକ୍କରରେ ବ୍ୟାଟ ଫୋପାଡିଲେ ପନ୍ତ, ଦେଖନ୍ତୁ କ’ଣ ହେଲା ଖେଳାଳି-ଅମ୍ପାୟାରଙ୍କ ଅବସ୍ଥା

ବର୍ମିଂହାମ,୫।୭: ବର୍ମିଂହାମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ, ଟିମ ଇଣ୍ଡିଆର ଉପ-ଅଧିନାୟକ ରିଷଭ ପନ୍ତଙ୍କ ଅସାଧାରଣ ବ୍ୟାଟିଂ ଶୈଳୀ ଦେଖିବାକୁ ମିଳିଥିଲା। ଏହି ସମୟରେ ପନ୍ତ ଏପରି କିଛି କରିଥିଲେ ଯାହା ଯୋଗୁ ଫିଲ୍ଡର ଏବଂ ଅମ୍ପାୟାର ଅଳ୍ପକେ ବର୍ତ୍ତିଗଲେ। ପ୍ରକୃତରେ, ପନ୍ତ ସଟ ଖେଳିବାକୁ ଚେଷ୍ଟା କରିବା ସମୟରେ ବ୍ୟାଟ ଫିଙ୍ଗି ଦେଇଥିଲେ ବା ବ୍ୟାଟ ତାଙ୍କ ହାତରୁ ଖସି ଯାଇଥିଲା। ଭଲ କଥା ହେଉଛି ଯେ ବ୍ୟାଟ ଅମ୍ପାୟାର ଏବଂ ଫିଲ୍ଡରଙ୍କ ମଧ୍ୟରେ ପଡ଼ିଯାଇଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି।
ବର୍ମିଂହାମ ଟେଷ୍ଟର ଚତୁର୍ଥ ଦିନର ପ୍ରଥମ ସେସନରେ କେଏଲ ରାହୁଲ ଆଉଟ ହେବା ପରେ ରିଷଭ ପନ୍ତ ପଞ୍ଚମ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ପନ୍ତ ଆସିବା ମାତ୍ରେ ଇଂଲିଶ ବୋଲରମାନଙ୍କୁ ଶିକ୍ଷା ଦେବା ଆରମ୍ଭ କରିଥିଲେ। ସେ ତାଙ୍କର ଅସାଧାରଣ ଶୈଳୀରେ ବ୍ୟାଟିଂ ଜାରି ରଖିଥିଲେ। ଏହି ସମୟରେ ପନ୍ତ ସଟ ଖେଳିବାକୁ ଚେଷ୍ଟା କରି ବ୍ୟାଟ ଫିଙ୍ଗି ଦେଇଥିଲେ ଅର୍ଥାତ୍‌ ବ୍ୟାଟ ତାଙ୍କ ହାତୁ ଖସି ଯାଇଥିଲା।
ରିଷଭ ପନ୍ତଙ୍କ ବ୍ୟାଟ କିଛି ଦୂରରେ ପଡ଼ିଲା। ଫିଲ୍ଡର ଏବଂ ଅମ୍ପାୟାର ମଧ୍ୟ ତାଙ୍କ ପାଖରେ ଉପସ୍ଥିତ ଥିଲେ। ବଡ଼ କଥା ହେଉଛି ବ୍ୟାଟ ତାଙ୍କଠାରୁ ଦୂରରେ ପଡ଼ିଗଲା। ପନ୍ତଙ୍କ ଏହି ଅଜବ ଶୈଳୀ ଯୋଗୁ ଷ୍ଟାଡିୟମରେ ଉପସ୍ଥିତ ସମସ୍ତ ଖେଳାଳି ଏବଂ ଦର୍ଶକ ହସିବାକୁ ଲାଗିଲେ। ଇଂଲଣ୍ଡ କ୍ରିକେଟ ପନ୍ତଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛି ଯାହା ବହୁତ ଭାଇରାଲ ହେଉଛି।
ବର୍ମିଂହାମ ଟେଷ୍ଟର ଚତୁର୍ଥ ଦିନରେ, ଭାରତ ଗୋଟିଏ ୱିକେଟ ପାଇଁ ୬୪ରନରୁ ଖେଳିବା ଆରମ୍ଭ କରିଥିଲା। ପ୍ରଥମ ସେସନରେ, ଟିମ ଇଣ୍ଡିଆ ମୋଟ ୧୩ ରନ କରିଥିଲା ଏବଂ ୨ ୱିକେଟ ହରାଇଥିଲା। ପ୍ରଥମେ କରୁଣ ନାୟାରଙ୍କୁ ବ୍ରାଇଡନ କାର୍ସେ ପ୍ୟାଭିଲିୟନ ପଠାଇଥିଲେ। କରୁଣ ନାୟାର ୪୬ ବଲରେ ୨୬ରନ କରି ଆଉଟ ହୋଇଥିଲେ। ଏହା ପରେ, ଅର୍ଦ୍ଧଶତକ ହାସଲ କରିଥିବା କେଏଲ ରାହୁଲ ଜୋଶ ଟଙ୍ଗର ଶିକାର ହୋଇଥିଲେ। କେଏଲ ରାହୁଲ ୫୫ ରନର ଇନିଂସ ଖେଳିଥିଲେ। ଏହି ସମୟରେ, ସେ ୧୦ଚୌକା ମାରିଥିଲେ।

The post VIDEO: ସର୍ଟ ଲଗାଇବା ଚକ୍କରରେ ବ୍ୟାଟ ଫୋପାଡିଲେ ପନ୍ତ, ଦେଖନ୍ତୁ କ’ଣ ହେଲା ଖେଳାଳି-ଅମ୍ପାୟାରଙ୍କ ଅବସ୍ଥା appeared first on Dharitri Odia News.