Video: ସ୍ବାତୀ ମାଲିଓ୍ବାଲଙ୍କୁ ଧକ୍କା ଦେଇଥିଲେ ମହିଳା ସିକ୍ୟୁରିଟି ଗାର୍ଡ, ଆଉ ଏକ ନୂଆ ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୧୮।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସ୍ବାତୀ ମାଲିଓ୍ବାଲଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସ୍ବାତୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ବାସଭବନରୁ ବାହାରୁଥିବା ଦେଖାଯାଇଛି। ଏହାରି ଭିତରେ ମହିଳା ସିକ୍ୟୁରିଟି ଗାର୍ଡ ଜଣକ ତାଙ୍କୁ ବାସଭବନରୁ ବାହାରକୁ ନେବାବେଳେ ଧକ୍କା ଦେଉଥିବାର ନଜର ଆସିଛନ୍ତି। ସେହିପରି ସ୍ବାତୀ ମଧ୍ୟ ଗାର୍ଡଙ୍କ ହାତକୁ ନିଜ ଉପରୁ କାଢିନେବା ପାଇଁ କଳେବଳେ କୌଶଳ କରୁଥିବାର ମଧ୍ୟ ନଜର ଆସୁଛନ୍ତି। ସିଏମଙ୍କ ବାସଭବନରୁ ତାଙ୍କୁ […] The post Video: ସ୍ବାତୀ ମାଲିଓ୍ବାଲଙ୍କୁ ଧକ୍କା ଦେଇଥିଲେ ମହିଳା ସିକ୍ୟୁରିଟି ଗାର୍ଡ, ଆଉ ଏକ ନୂଆ ଭିଡିଓ ଭାଇରାଲ appeared first on Dharitri Odia News.
ନୂଆଦିଲ୍ଲୀ,୧୮।୫: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମପି ସ୍ବାତୀ ମାଲିଓ୍ବାଲଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସ୍ବାତୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ବାସଭବନରୁ ବାହାରୁଥିବା ଦେଖାଯାଇଛି। ଏହାରି ଭିତରେ ମହିଳା ସିକ୍ୟୁରିଟି ଗାର୍ଡ ଜଣକ ତାଙ୍କୁ ବାସଭବନରୁ ବାହାରକୁ ନେବାବେଳେ ଧକ୍କା ଦେଉଥିବାର ନଜର ଆସିଛନ୍ତି। ସେହିପରି ସ୍ବାତୀ ମଧ୍ୟ ଗାର୍ଡଙ୍କ ହାତକୁ ନିଜ ଉପରୁ କାଢିନେବା ପାଇଁ କଳେବଳେ କୌଶଳ କରୁଥିବାର ମଧ୍ୟ ନଜର ଆସୁଛନ୍ତି। ସିଏମଙ୍କ ବାସଭବନରୁ ତାଙ୍କୁ କେତେଜଣ ମହିଳା ସୁରକ୍ଷା କର୍ମୀ ବାହାରକୁ ନେଉଥିବାର ଦେଖାଯାଉଛି।
स्वाति मालीवाल के आरोपों की असलियत उजागर कर रहा है ये वीडियो
pic.twitter.com/dBkH5YhKdD
— AAP (@AamAadmiParty) May 18, 2024
କହିରଖୁଛୁ କି, ଶୁକ୍ରବାର ସ୍ବାତୀ ମାଲିଓ୍ବାଲଙ୍କ ମେ’ ୧୩ର ପ୍ରଥମ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କ ବାସଭବନରେ ଥିବା ଡ୍ରଇଁରୁମ୍ରେ ସୁରକ୍ଷାକର୍ମୀଙ୍କ ସହ ଝଗଡା କରୁଥିବାର ଦେଖାଯାଇଛି।
The post Video: ସ୍ବାତୀ ମାଲିଓ୍ବାଲଙ୍କୁ ଧକ୍କା ଦେଇଥିଲେ ମହିଳା ସିକ୍ୟୁରିଟି ଗାର୍ଡ, ଆଉ ଏକ ନୂଆ ଭିଡିଓ ଭାଇରାଲ appeared first on Dharitri Odia News.