Video: ହରିଣ ଛୁଆକୁ ମା’ ଭଳି ସ୍ନେହ କରୁଛି ଚିତାବାଘ, ଭାବବିହ୍ବଳ କରୁଛି ଦୃଶ୍ୟ

ଜଙ୍ଗଲର ମାଂସାହାରୀ ପ୍ରାଣୀ ମଧ୍ୟରୁ ଚିତାବାଘ ଗୋଟିଏ। ହରିଣ, ମୃଗ ଭଳି ଛୋଟ ପଶୁଙ୍କୁ ଶିକାର କରି ଏହା ପେଟ ପୁରାଇ ଥାଏ। ହେଲେ ଏହି ମାଂସାହାରୀ ପ୍ରାଣୀକୁ କେବେ କେଉଁ ଜନ୍ତୁଙ୍କୁ ସ୍ନେହ କରୁଥିବା ଦେଖିଛନ୍ତି କି? ହୁଏତ ନା। ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଆପଣ ଏକ ଚିତାବାଘକୁ ହରିଣ ଛୁଆକୁ ସ୍ନେହ କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଏପରିକି ତାର ଜୀବନ ବଞ୍ଚାଇବା ପାଇଁ ଗଧିଆ ସହ ମଧ୍ୟ ଲଢ଼ୁଥିବା […] The post Video: ହରିଣ ଛୁଆକୁ ମା’ ଭଳି ସ୍ନେହ କରୁଛି ଚିତାବାଘ, ଭାବବିହ୍ବଳ କରୁଛି ଦୃଶ୍ୟ appeared first on Dharitri Odia News.

Video: ହରିଣ ଛୁଆକୁ ମା’ ଭଳି ସ୍ନେହ କରୁଛି ଚିତାବାଘ, ଭାବବିହ୍ବଳ କରୁଛି ଦୃଶ୍ୟ

ଜଙ୍ଗଲର ମାଂସାହାରୀ ପ୍ରାଣୀ ମଧ୍ୟରୁ ଚିତାବାଘ ଗୋଟିଏ। ହରିଣ, ମୃଗ ଭଳି ଛୋଟ ପଶୁଙ୍କୁ ଶିକାର କରି ଏହା ପେଟ ପୁରାଇ ଥାଏ। ହେଲେ ଏହି ମାଂସାହାରୀ ପ୍ରାଣୀକୁ କେବେ କେଉଁ ଜନ୍ତୁଙ୍କୁ ସ୍ନେହ କରୁଥିବା ଦେଖିଛନ୍ତି କି? ହୁଏତ ନା। ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଆପଣ ଏକ ଚିତାବାଘକୁ ହରିଣ ଛୁଆକୁ ସ୍ନେହ କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଏପରିକି ତାର ଜୀବନ ବଞ୍ଚାଇବା ପାଇଁ ଗଧିଆ ସହ ମଧ୍ୟ ଲଢ଼ୁଥିବା ଦେଖାଯାଇଛି। ଭିଡିଓଟି ଯିଏ ବି ଦେଖୁଛି ଭାବବିହ୍ବଳ ହେଉଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଏକ ଚିତାବାଘ ପାଖରେ ହରିଣ ଛୁଆ ପହଞ୍ଚୁଥିବା ଦେଖାଯାଉଛି। ହେଲେ ତାକୁ ମାରି ଖାଇବା ବଦଳରେ ଚିତାବାଘ ସ୍ନେହ କରୁଛି। ଏହାକୁ ଦେଖି ଅନେକେ କହୁଛନ୍ତି ଯେ ଶିଶୁମାନେ ଭଗବାନଙ୍କ ଅବତାର। ଏହା ବୋଧହୁଏ ଚିତାବାଘ ବୁଝିପାରିଲା, ଏଥିଲାଗି ସେ ତାକୁ ସ୍ନେହ କରୁଛି। ଏଯାବତ ଭିଡିଓକୁ ୨.୭୬ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି। ଆପଣ ବି ଦେଖନ୍ତୁ-

The post Video: ହରିଣ ଛୁଆକୁ ମା’ ଭଳି ସ୍ନେହ କରୁଛି ଚିତାବାଘ, ଭାବବିହ୍ବଳ କରୁଛି ଦୃଶ୍ୟ appeared first on Dharitri Odia News.