Viral Post: କ୍ଲାସ୍ ୯ ର ଭାଲ୍ୟୁ ଏଜୁକେସନ୍ ପାଠ୍ୟପୁସ୍ତକରେ ମିଶିଲା ‘ଡେଟିଂ ଏବଂ ରିଲେସନ୍ସିପ୍’ ବିଷୟ!
ଆଜିକାଲି ସୋସିଆଲ ମିଡିଆରେ କ୍ଲାସ୍ ୯ ର ଭାଲ୍ୟୁ ଏଜୁକେସନ୍ ପାଠ୍ୟପୁସ୍ତକର ଏକ ଅଧ୍ୟାୟ ଭାଇରାଲ୍ ହେଉଛି। ଏହାର କାରଣ ମଧ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏହି ପୁସ୍ତକର ଗୋଟିଏ ଅଧ୍ୟାୟ ଡେଟିଂ ଏବଂ ରିଲେସନ୍ସିପ୍ର ଜଟିଳତା ଉପରେ ଆଧାରିତ।
ଆଜିକାଲି ସୋସିଆଲ ମିଡିଆରେ କ୍ଲାସ୍ ୯ ର ଭାଲ୍ୟୁ ଏଜୁକେସନ୍ ପାଠ୍ୟପୁସ୍ତକର ଏକ ଅଧ୍ୟାୟ ଭାଇରାଲ୍ ହେଉଛି। ଏହାର କାରଣ ମଧ୍ୟ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଏହି ପୁସ୍ତକର ଗୋଟିଏ ଅଧ୍ୟାୟ ଡେଟିଂ ଏବଂ ରିଲେସନ୍ସିପ୍ର ଜଟିଳତା ଉପରେ ଆଧାରିତ।
ଖୁସି ନାମକ ଜଣେ ବ୍ୟକ୍ତି ଏହାକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଯାହା ବର୍ତ୍ତମାନ ଭାଇରାଲ୍ ହେଉଛି। ତେବେ ଏହି ଭାଇରାଲ୍ ଖବର କେଉଁଠିକାର ତାହା ଜଣାପଡି ନ ଥିବା ବେଳେ କ୍ୟାଟ୍ଫିସିଂ ଏବଂ ସାଇବରବୁଲିଂ ପରି ଆଧୁନିକ ଡେଟିଂ ଘଟଣା ଉପରେ ଆଧାରିତ ଏହି ବିଷୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି।
ବିଦ୍ୟାଳୟ ପାଠ୍ୟକ୍ରମରେ ଏହି ବିଷୟଗୁଡିକର ସାମିଲ ହେବା ନେଇ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରେ ଏକ ଚର୍ଚ୍ଚାର କାରଣ ହୋଇଛି। ଅନେକ ସେମାନଙ୍କ ସ୍କୁଲ ଦିନକୁ ମନେପକାଉଛନ୍ତି ଯେତେବେଳେ ଗଣିତ, ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ ଉପରେ ବିଷୟ ରହିଥିଲା ଏବଂ ସେସବୁକୁ ସେମାନଙ୍କୁ ମନେ ରଖିବାକୁ ପଡୁଥିଲା। ତେବେ ଆଜିର ଏହି ଆଡଭାନ୍ସ ଏବଂ ଆଧୁନିକ ଶିକ୍ଷା ପାଠ୍ୟକ୍ରମ ଅନେକଙ୍କୁ ରୋମାଞ୍ଚିତ କରୁଛି।
9th class textbooks nowadays