Viral Video: ଆରେ ବାପ୍‌ରେ! ସାପ ପାଟିରେ ପୂରେଇ ଦେଲେ ଜିଭ; ହେଲେ ସାପ…

ଜଣେ ଯୁବକ ଏବଂ ସାପ ପରସ୍ପରକୁ ରୋମାନ୍ସ କରୁଥିବା ଦେଖାଯାଏ। ଭାଇରାଲ୍ ଭିଡିଓରେ ଜଣେ ଯୁବକ ସାପର ପାଟିରେ ଜିଭ ପୂରଉଛି। ଏହାକୁ ଦେଖିଲେ ଲାଗୁଛି ସତେ ଯେପରି ସେ ମୁହଁ ଖୋଲି ତା’ ଉପରେ ଆକ୍ରମଣ କରିବ।

Viral Video: ଆରେ ବାପ୍‌ରେ! ସାପ ପାଟିରେ ପୂରେଇ ଦେଲେ ଜିଭ; ହେଲେ ସାପ…

ଏହିପରି ଅନେକ ଫିଲ୍ମ ବିଭିନ୍ନ ଭାଷାରେ ନିର୍ମିତ ହୋଇଛି, ଯାହା ଇଛାଧାରୀ ନାଗ-ନାଗୁଣୀର କାହାଣୀ କହିଛି। କିନ୍ତୁ ଅନେକ ଚଳଚ୍ଚିତ୍ର ସିଧାସଳଖ ସାପ ଉପରେ ସୁଟିଂ କରାଯାଇଛି। ଏହି ଚଳଚ୍ଚିତ୍ରଗୁଡିକ ମଧ୍ୟରୁ କେତେକରେ ହିରୋ ସାପକୁ ନିଜର ବନ୍ଧୁ ଭାବରେ ନେଇଛି ଏବଂ ଏହାକୁ କ୍ଷୀର ଖାଇବାକୁ ଦେଉଥିବାବେଳେ ଅନ୍ୟ କେଉଁ ଚଳଚ୍ଚିତ୍ରରେ ପିଲାଦିନେ ହିରୋକୁ ସାପ କାମୁଡ଼ିବା କାରଣରୁ ମୃତ ହୋଇଛି, କିନ୍ତୁ ପରେ ଚମତ୍କାର ହୋଇଛି।

କିନ୍ତୁ ହୁଏତ ଏପରି କୌଣସି ଚଳଚ୍ଚିତ୍ର ଥାଇପାରେ ଯେଉଁଥିରେ ଜଣେ ସାଧାରଣ ମଣିଷ ଏବଂ ସାପ ପରସ୍ପରକୁ ରୋମାନ୍ସ କରୁଥିବା ଦେଖାଯାଇଥାଏ, କିନ୍ତୁ ବାସ୍ତବ ଜୀବନରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ଯୁବକ ଜୀବନ୍ତ ସାପ ଧରି ତା’ ପାଟିରେ ନିଜ ଜିଭକୁ ପୂରଉଛି କିନ୍ତୁ ସାପ କିଛି କରୁନି।

ଅଧିକ ପଢ଼ନ୍ତୁ: Viral Video: ସିଂହ ମୁଣ୍ଡକୁ ଆଉଁସୁ ଥିଲେ, ହଠାତ୍‌ ଘଟିଲା ଏମିତି...

ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ଯୁବକ ସାପ ଧରିଛି। ସାପଟି ତା’ଠାରୁ ଦୂରେଇ ଯିବାକୁ ଚେଷ୍ଟା କରୁଛି, କିନ୍ତୁ ସେ ସାପକୁ ବଳପୂର୍ବକ ଟାଙ୍ଗି ନିଜ ମୁହଁ ସାମ୍ନାରେ ରଖୁଛି। ଏହି ସମୟରେ ସାପଟିକୁ ଦେଖିଲେ ଲାଗୁଛି ସତେ ଯେପରି ସେ ମୁହଁ ଖୋଲି ତା’ ଉପରେ ଆକ୍ରମଣ କରିବ। କିନ୍ତୁ ସେମିତି କିଛି ହୁଏନି।

 
 
 
 
 
 
 
 
 
 
 
 
 
 
 

A post shared by Anggara Shoji (@jejaksiaden)

ପିଲାଟି ସାପ ପରି ଜିଭ ବାହାର କରୁଛି ଆଉ ସାପର ପାଟି ଆଡକୁ ନେଉଛି। ଏହା ପରେ ସାପଟି ପଛକୁ ପଳଉଛି। ତା’ପରେ ପିଲାଟି ପୁଣି ଜିଭ ବାହାର କରି ସାପ ପାଟିରେ ପୂରଉଛି। ତା’ ମୁହଁରେ ଜିଭ ବାଜୁ ବାଜୁ ସାପ ଆକ୍ରମଣ କରିବା ପରିବର୍ତ୍ତେ ପୁଣି ପଛକୁ ପଳଉଛି।

ଅଧିକ ପଢ଼ନ୍ତୁ: Viral Video: ଏଠି ପାର୍କରେ ତିଆରି ହୋଇଛି କାଚର ଶୌଚାଳୟ, ବାହାରୁ ଦେଖାଯାଉଛି ଭିତରର ସବୁ ଜିନିଷ

ଏହା ପରେ ବି ପିଲାଟି ପୁଣି ସାପର ପାଟିରେ ଜିଭ ରଖିଛି। ସାପଟି ତା’ ଜିଭକୁ କିଛି କ୍ଷଣ ଧରୁଛି ଆଉ ଛାଡି ଦେଉଛି। କିନ୍ତୁ ତାକୁ କାମୁଡୁ ନାହିଁ। ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ଅଙ୍ଗଗାରା ଶୋଜି (Anggara Shoji) ଜଣେ ବ୍ୟକ୍ତି ଶେୟାର କରିଛନ୍ତି, ଯିଏ ନିଜେ ଏହି ଭିଡିଓରେ ନଜର ଆସିଛନ୍ତି।

 
 
 
 
 
 
 
 
 
 
 
 
 
 
 

A post shared by Anggara Shoji (@jejaksiaden)

ଅଙ୍ଗାରା ସବୁବେଳେ ସାପ ସହିତ ଭିଡିଓ ଶେୟାର କରନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ୫୬ ହଜାରରୁ ଅଧିକ ଲୋକ ତାଙ୍କୁ ଫଲୋ କରନ୍ତି। ଖବର ଲେଖାହେବା ବେଳକୁ ଏହି ଭିଡିଓ ୧୦ ଲକ୍ଷରୁ ଅଧିକ ଭ୍ୟୁ ପାଇ ସାରିଥିଲା। ଏହା ସହିତ ହଜାର ହଜାର ଲୋକ ଏହାକୁ ପସନ୍ଦ କରିଛନ୍ତି ଏବଂ ଶେୟାର କରିଛନ୍ତି। ଅନେକ ପ୍ରତିକ୍ରିୟା ମଧ୍ୟ ଆସୁଛି।

 
 
 
 
 
 
 
 
 
 
 
 
 
 
 

A post shared by Anggara Shoji (@jejaksiaden)

ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ଲେଖିଛନ୍ତି ଯେ “ମତେ ସାପ ଆଖିରେ ଭୟ ଦେଖାଯାଉଛି।” ଅନ୍ୟ ଜଣେ ବ୍ୟକ୍ତି ମନ୍ତବ୍ୟ ଦେଇଛନ୍ତି ଯେ “ଭାଇ ସାପ ସହିତ ରୋମାନ୍ସ କରୁଛନ୍ତି।” ତେବେ ସାପକୁ ଘୃଣା କରୁଥିବା ଜଣେ ବ୍ୟକ୍ତି ଲେଖିଛନ୍ତି ଏ “ମୁଁ ସାପକୁ ଆଦୌ ପସନ୍ଦ କରେ ନାହିଁ। ମୁଁ ବୁଝିପାରୁ ନାହିଁ କିପରି ସାପ ଏବଂ ମଣିଷ ମଧ୍ୟରେ ପ୍ରାୟତଃ ସାପର ଜିତ୍ ହୋଇଥାଏ।”

ଅଧିକ ପଢ଼ନ୍ତୁ: Viral Video: ରାଗ ଶାନ୍ତ କରିବାକୁ ଏଠାକୁ ଆସନ୍ତୁ; ମନଇଚ୍ଛା ଟିଭି-ଲାପ୍‌ଟପ୍-ମୋବାଇଲ୍ ଭାଙ୍ଗନ୍ତୁ