Viral Video: ଶାହରୁଖଙ୍କ ସହ ରେଖାଙ୍କ ଏନର୍ଜେଟିକ୍ ଡ୍ୟାନ୍ସ; ଉଦାସୀନତାରେ ଅମିତାଭ ବଚ୍ଚନ

ଯେତେବେଳେ ରେଖା ମଞ୍ଚକୁ ଆସି ନିଜର ପୁରୁଣା ଗୀତରେ ନାଚିବା ଆରମ୍ଭ କରନ୍ତି, ଦର୍ଶକମାନଙ୍କ ହୃଦୟକୁ କାବୁ କରିନିଅନ୍ତି। ସେମିତି ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ବଲିଉଡର କିଙ୍ଗ ଖାନ ଅର୍ଥାତ୍ ଶାହରୁଖ ଖାନଙ୍କ ସହ ରେଖାଙ୍କ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହେଉଛି। ଏହି ଥ୍ରୋବ୍ୟାକ୍ ଭିଡିଓ ଏକ ପୁରସ୍କାର ଶୋ’ରୁ ଆସିଥିବା ଜଣାପଡିଛି।

Viral Video: ଶାହରୁଖଙ୍କ ସହ ରେଖାଙ୍କ ଏନର୍ଜେଟିକ୍ ଡ୍ୟାନ୍ସ; ଉଦାସୀନତାରେ ଅମିତାଭ ବଚ୍ଚନ

ବଲିଉଡ୍‌ର ଚିର ସବୁଜ ଅଭିନେତ୍ରୀ ରେଖା ତାଙ୍କର ଅଦ୍ଭୁତ ଏନର୍ଜି ଏବଂ ଫିଟ୍‌ନେସ୍ ପାଇଁ ଜଣାଶୁଣା। ଲୋକମାନେ ଆଜି ବି ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ଆଲୋଚନା କରନ୍ତି। ଏପରି ପରିସ୍ଥିତିରେ, ଯେତେବେଳେ ସେ ମଞ୍ଚକୁ ଆସି ନିଜର ପୁରୁଣା ଗୀତରେ ନାଚିବା ଆରମ୍ଭ କରନ୍ତି, ଦର୍ଶକମାନଙ୍କ ହୃଦୟକୁ କାବୁ କରିନିଅନ୍ତି।

ସେମିତି ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ବଲିଉଡର କିଙ୍ଗ ଖାନ ଅର୍ଥାତ୍ ଶାହରୁଖ ଖାନଙ୍କ ସହ ରେଖାଙ୍କ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହେଉଛି। ଏହି ଥ୍ରୋବ୍ୟାକ୍ ଭିଡିଓ ଏକ ପୁରସ୍କାର ଶୋ’ରୁ ଆସିଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ: ଦର୍ଶକଙ୍କ ଉତ୍ସାହ ଭିତରେ ରିଲିଜ୍ ହେବ 'କଲ୍‌କୀ ୨୮୯୮ ଏଡି'; ଜାଣନ୍ତୁ କେବେ…

ଏହି ଭାଇରାଲ୍ ଭିଡିଓରେ ରେଖା ଶାହରୁଖ ଖାନଙ୍କ ସହ ନିଜ ଫିଲ୍ମ ‘ନଟବରଲାଲ’ ର 'ପରଦେଶୀଆ' ଗୀତରେ ନାଚୁଥିବାର ନଜର ଆସିଛନ୍ତି। ଏହି ଗୀତଟି ରେଖା ଏବଂ ଅମିତାଭ ବଚ୍ଚନଙ୍କ ଉପରେ ସୁଟିଂ କରାଯାଇଥିଲା। ଶାହରୁଖଙ୍କ ସହ ଏହି ଅଭିନୟ ସମୟରେ ଅମିତାଭ ବଚ୍ଚନ ମଧ୍ୟ ସାମ୍ନାରେ ବସିଥିବାର ନଜର ଆସିଛନ୍ତି ଏବଂ କ୍ୟାମେରା ମଧ୍ୟ ତାଙ୍କର ଏକ୍ସପ୍ରେସନକୁ କଏଦ କରିଛି।

ଏହି ଗୀତରେ ରେଖା ଏବଂ ଶାହରୁଖ ଖାନ ବହୁତ ସୁନ୍ଦର ଭାବେ ଡ୍ୟାନ୍ସ କରୁଛନ୍ତି। ରେଖାଙ୍କ ଉତ୍ସାହଜନକ ଷ୍ଟାଇଲ୍ ଦେଖି ପ୍ରଶଂସକମାନେ ସୋସିଆଲ ମିଡିଆରେ ତାଙ୍କୁ ପ୍ରଶଂସା କରିବାରେ ଟିକେ ବି ଅଟକୁ ନାହାନ୍ତି। କିଙ୍ଗ୍‌ ଖାନ୍‌ ମଧ୍ୟ ରେଖାଙ୍କୁ ପୂରା ଏନର୍ଜି ସହ ସମର୍ଥନ କରିଛନ୍ତି। କିନ୍ତୁ ଏଠାରେ ଗୋଟିଏ କଥା ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରେ, ତାହା ହେଉଛି ​​ଅମିତାଭ ବଚ୍ଚନଙ୍କ ଏକ୍ସପ୍ରେସନ୍‌। ଅମିତାଭ ସମ୍ପୂର୍ଣ୍ଣଭାବେ ନୀରବ ହୋଇ ମଞ୍ଚ ଆଡକୁ ଚାହିଁଥିବା ଦେଖାଯାଆନ୍ତି। ଲାଗେ ସତେଯେପରି ସେ ଉଦାସୀନତାରେ ଅଛନ୍ତି।

 
 
 
 
 
 
 
 
 
 
 
 
 
 
 

A post shared by Bollywoodzl (@bollywoodzl)

ସେହିପରି ଶିଳ୍ପା ଶେଟ୍ଟୀଙ୍କ ସହ ରେଖାଙ୍କ ଏକ ଚାରି ବର୍ଷ ପୁରୁଣା ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ହେଉଛି ଡ୍ୟାନ୍ସ ରିଅଲିଟି ସୋ ସୁପର ଡାନ୍ସର। ଏଥିରେ ମଧ୍ୟ ରେଖାଙ୍କ ଜବରଦସ୍ତ ଡ୍ୟାନ୍ସ ଲୋକଙ୍କୁ ଖୁବ୍ ପ୍ରଭାବିତ କରେ। ଏଥିରେ ରେଖାଙ୍କ ଏନର୍ଜି ସ୍ପଷ୍ଟ ବାରିହୋଇପଡେ।

ଅଧିକ ପଢ଼ନ୍ତୁ: ବାପା ହେଲେ ଦୁଇ ଅଭିନେତା; ଜଣେ ବଲିଉଡ୍‌ର ଆଉ ଜଣେ ସାଉଥ୍‌ର, ଜାଣନ୍ତୁ କିଏ

ଏହି ଭିଡିଓରେ ସର୍ବପ୍ରଥମେ ଶିଳ୍ପା ଶେଟ୍ଟୀ ‘ମୁକଦ୍ଦର କା ସିକନ୍ଦର’ ଫିଲ୍ମରୁ ରେଖାଙ୍କ ଉପରେ ସୁଟିଂ ହୋଇଥିବା 'ସଲାମ-ଇ-ଇଶ୍କ ମେରୀ ଜାନ ଜାରା କାବୁଲ କର ଲୋ' ଗୀତରେ ନାଚୁଥିବା ଦେଖାଯାଆନ୍ତି। ଏହି ସମୟରେ ରେଖା ହଠାତ ଷ୍ଟେଜ୍ ଉପରକୁ ଯାଆନ୍ତି ଆଉ ପ୍ରଥମେ ଶିଳ୍ପାଙ୍କୁ ବୁଲିବାଲି ଦେଖନ୍ତି। ଏହା ପରେ ତାଙ୍କ ଡ୍ୟାନ୍ସ ଆରମ୍ଭ କରନ୍ତି।

ରେଖା ନାଚିବା ମାତ୍ରେ ସମସ୍ତଙ୍କ ଆଖି ତାଙ୍କ ଉପରକୁ ଚାଲିଯାଏ। ଶିଳ୍ପା ଶେଟ୍ଟୀ ମଧ୍ୟ ରେଖାଙ୍କ ସହ ମେଳ କରିବାକୁ ଚେଷ୍ଟା କରନ୍ତି, କିନ୍ତୁ ସେ ଉଭୟ ଡ୍ୟାନ୍ସ ଏବଂ ଏକ୍ସପ୍ରେସନରେ ରେଖାଙ୍କୁ ଛୁଇଁ ପାରନ୍ତି ନାହିଁ। ରେଖା ତାଙ୍କର ଉତ୍କୃଷ୍ଟ ଶାସ୍ତ୍ରୀୟ ନୃତ୍ୟ ସହିତ ସମସ୍ତଙ୍କ ହୃଦୟ ଜିତିନିଅନ୍ତି।

 
 
 
 
 
 
 
 
 
 
 
 
 
 
 

A post shared by Dabbu Dada (@dabbu_pagal)

ଫିଲ୍ମ ନଟବରଲାଲ୍ ୧୯୭୯ରେ ମୁକ୍ତିଲାଭ କରିଥିଲା।​ ଅମିତାଭ ଏବଂ ରେଖାଙ୍କ ଯୋଡି ଏହି ଚଳଚ୍ଚିତ୍ରରେ ଏକ ଜଲ୍‌ୱା ସୃଷ୍ଟି କରିଥିଲା। ସେହିପରି ଫିଲ୍ମ ‘ମୁକଦ୍ଦର କା ସିକନ୍ଦର’ ୧୯୭୮ରେ ମୁକ୍ତିଲାଭ କରିଥିଲା। ଏଥିରେ ମଧ୍ୟ ରେଖା-ଅମିତାଭଙ୍କ କେମେଷ୍ଟ୍ରୀ ଖୁବ୍ ଜମିଥିଲା। ଏହି ସମୟ ତାହା ଥିଲା ଯେତେବେଳେ ରେଖା ଏବଂ ଅମିତାଭଙ୍କ ପ୍ରେମ କାହାଣୀ ପୂରା ଚର୍ଚ୍ଚାରେ ଥିଲା।