We miss you…ବିରାଟଙ୍କୁ ନେଇ ଏମିତି କହିଲେ ବୀରୁ
ନୂଆଦିଲ୍ଲୀ ୧୫/୦୨: ଫେବୃଆରୀ ୧୫ ଅର୍ଥାତ୍ ଗୁରୁବାରଠୁ ଖେଳାଯାଉଛି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ । ରାଜକୋଟରେ ଖେଳାଯାଉଛି ଏହି ମ୍ୟାଚ୍ । ତେବେ ରାଜକୋଟ ଟେଷ୍ଟରେ ଭାରତୀୟ ଦଳ କିଙ୍ଗ ଅର୍ଥାତ୍ ବିରାଟ କୋହଲିଙ୍କ ବିନା ପଡ଼ିଆକୁ ଓହ୍ଲାଇବ । ଇଂଲଣ୍ଡ ବିପକ୍ଷ ପୁରା ସିରିଜରେ କୋହଲି ଟିମ୍ ଇଣ୍ଡିଆର ଭାଗିଦାରୀ ନାହାଁନ୍ତି । ତେବେ ବିରାଟ କୋହଲିଙ୍କ ଅବର୍ତ୍ତମାନରେ ମୁହଁ ଖୋଲିଛନ୍ତି ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ବୀରେନ୍ଦର ସେହୱାଗ । ସେ ଯାହା କହିଛନ୍ତି ତାକୁ ଦେଖିବା ପରେ ଫ୍ୟାନ୍ସ ବି ଆତ୍ମ ବିଭୋଗ ହୋଇପଡିଛନ୍ତି । ବୀରୁ କହିଛନ୍ତି ସମଗ୍ର ଦେଶ ତାଙ୍କୁ ମିସ୍ କରୁଛି । କେବଳ ଫ୍ୟାନ୍ ନୁହଁନ୍ତି ଅନ୍ୟ କ୍ରିକେଟର ବି ମିସ୍ କରୁିଛନ୍ତି । ସୂଚନା ଥାଉକି, କୋହଲି ବ୍ୟକ୍ତିଗତ କାରଣରୁ ଟିମ୍ ଇଣ୍ଡିଆର ଟେଷ୍ଟ ସିରିଜରୁ ବାହାରିଛନ୍ତି । ଏହାପୂର୍ବରୁ କୋହଲି କେବଳ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ତାଙ୍କ ନା ପ୍ରତ୍ୟାହାର କରି ନେଇଥିଲେ । ସିରିଜର ପାଞ୍ଚଟି ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆକୁ ଦୁଇ ଭାଗରେ ଘୋଷଣା କରାଯାଇଥିଲା । ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଥିଲା ଯେଉଁଥିରେ ବିରାଟ କୋହଲିଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଥିଲା । କିନ୍ତୁ ପରେ ବିସିସିଆଇ ଏକ ଅପଡେଟ୍ ଦେଇ କହିଛି ଯେ ବ୍ୟକ୍ତିଗତ କାରଣରୁ କୋହଲି ପ୍ରଥମ ଦୁଇଟି ମ୍ୟାଚରୁ ତାଙ୍କ ନାମ ପ୍ରତ୍ୟାହା
ନୂଆଦିଲ୍ଲୀ ୧୫/୦୨: ଫେବୃଆରୀ ୧୫ ଅର୍ଥାତ୍ ଗୁରୁବାରଠୁ ଖେଳାଯାଉଛି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ । ରାଜକୋଟରେ ଖେଳାଯାଉଛି ଏହି ମ୍ୟାଚ୍ । ତେବେ ରାଜକୋଟ ଟେଷ୍ଟରେ ଭାରତୀୟ ଦଳ କିଙ୍ଗ ଅର୍ଥାତ୍ ବିରାଟ କୋହଲିଙ୍କ ବିନା ପଡ଼ିଆକୁ ଓହ୍ଲାଇବ ।
ଇଂଲଣ୍ଡ ବିପକ୍ଷ ପୁରା ସିରିଜରେ କୋହଲି ଟିମ୍ ଇଣ୍ଡିଆର ଭାଗିଦାରୀ ନାହାଁନ୍ତି । ତେବେ ବିରାଟ କୋହଲିଙ୍କ ଅବର୍ତ୍ତମାନରେ ମୁହଁ ଖୋଲିଛନ୍ତି ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ବୀରେନ୍ଦର ସେହୱାଗ । ସେ ଯାହା କହିଛନ୍ତି ତାକୁ ଦେଖିବା ପରେ ଫ୍ୟାନ୍ସ ବି ଆତ୍ମ ବିଭୋଗ ହୋଇପଡିଛନ୍ତି । ବୀରୁ କହିଛନ୍ତି ସମଗ୍ର ଦେଶ ତାଙ୍କୁ ମିସ୍ କରୁଛି । କେବଳ ଫ୍ୟାନ୍ ନୁହଁନ୍ତି ଅନ୍ୟ କ୍ରିକେଟର ବି ମିସ୍ କରୁିଛନ୍ତି ।
ସୂଚନା ଥାଉକି, କୋହଲି ବ୍ୟକ୍ତିଗତ କାରଣରୁ ଟିମ୍ ଇଣ୍ଡିଆର ଟେଷ୍ଟ ସିରିଜରୁ ବାହାରିଛନ୍ତି । ଏହାପୂର୍ବରୁ କୋହଲି କେବଳ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ତାଙ୍କ ନା ପ୍ରତ୍ୟାହାର କରି ନେଇଥିଲେ । ସିରିଜର ପାଞ୍ଚଟି ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆକୁ ଦୁଇ ଭାଗରେ ଘୋଷଣା କରାଯାଇଥିଲା ।
ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଥିଲା ଯେଉଁଥିରେ ବିରାଟ କୋହଲିଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଥିଲା । କିନ୍ତୁ ପରେ ବିସିସିଆଇ ଏକ ଅପଡେଟ୍ ଦେଇ କହିଛି ଯେ ବ୍ୟକ୍ତିଗତ କାରଣରୁ କୋହଲି ପ୍ରଥମ ଦୁଇଟି ମ୍ୟାଚରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି। ତା’ପରେ ପ୍ରଶଂସକମାନେ ଆଶା କରିବା ଆରମ୍ଭ କଲେ ଯେ ସିରିଜର ଶେଷ ତିନୋଟି ଟେଷ୍ଟରେ ସେମାନେ କୋହଲିଙ୍କୁ ଧଳା ଜର୍ସିରେ ଖେଳୁଥିବାର ଦେଖି ପାରିବେ ।
କିନ୍ତୁ ତାହା ମଧ୍ୟ ହୋଇପାରିଲା ନାହିଁ । ଯେତେବେଳେ ଗତ ତିନୋଟି ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଥିଲା । ସେତେବେଳେ କୁହାଯାଇଥିଲା ଯେ ବ୍ୟକ୍ତିଗତ କାରଣରୁ କୋହଲି ଗତ ତିନୋଟି ଟେଷ୍ଟରେ ମଧ୍ୟ ଭାରତୀୟ ଦଳରେ ଯୋଗ ଦେଇ ପାରିବେ ନାହିଁ।
ତେବେ ବର୍ତ୍ତମାନ ବିରେନ୍ଦ୍ର ସେହୱାଗ ବିରାଟ କୋହଲିଙ୍କ ବିଷୟରେ କହିଛନ୍ତି କିଛି ଏମିତି । ସେ କହିଛନ୍ତି ସିରିଜରେ ସମଗ୍ର ଦେଶ ତାଙ୍କୁ ମିସ୍ କରୁଛି । ମୁଁ ଆଶା କରୁଛି ଯେ ସେ ଯେଉଁଠାରେ ଅଛନ୍ତି, ସେ ଏବଂ ତାଙ୍କ ପରିବାର ଖୁସି ଅଛନ୍ତି । ଆଶା କରୁଛି ସେ ଖୁବ୍ ଶୀଘ୍ର କ୍ରିକେଟ୍ ପଡ଼ିଆକୁ ଫେରିବେ । କାରଣ ବିରାଟ ଜଣେ ମହାନ କ୍ରିକେଟର।
you can also read....
The post We miss you…ବିରାଟଙ୍କୁ ନେଇ ଏମିତି କହିଲେ ବୀରୁ appeared first on Prameya News7.