Wife in Suitcase: ସ୍ତ୍ରୀକୁ ମାରି ସୁଟକେସରେ ରଖିଲା, ଘରକୁ ଫେରି ବିଷ ପିଇଲା ଅଭିଯୁକ୍ତ
ପୁଣି ସଇତାନ୍ ସାଜିଲା ସ୍ବାମୀ । ସ୍ତ୍ରୀକୁ ମାରି ଟ୍ରଲି ବ୍ୟାଗରେ ଭର୍ତ୍ତି କରି ଫେରାର ହୋଇଗଲା। ବେଙ୍ଗାଲୁରୁରେ ଘଟିଛି ଲୋମହର୍ଷକ ହତ୍ୟାକାଣ୍ଡ । ମୃତକ ହେଲେ ୩୨ ବର୍ଷୀୟା ଗୌରୀ ଅନୀଲ ସମ୍ବରକର୍ । ଅଭିଯୁକ୍ତ ସ୍ବାମୀ ରାକେଶ ରାଜେନ୍ଦ୍ର ଖେଡ଼କରକୁ ପୁଣେରୁ ଗିରଫ କରିଛି ପୋଲିସ । ନିଆଁ ହୋମକୁ ସାକ୍ଷୀ ରଖି ୭ ଜନ୍ମର ସାଥୀ ହେବା ପାଇଁ କଥା ଦେଇଥିବା ହାତ ଶେଷରେ ହତ୍ୟା କରିଛି।