World Cancer Day 2024: ଲୋକଙ୍କୁ ସଚେତନ କରିବାକୁ OTVର ମିନି ମାରାଥନ୍
ବହୁ ସଂଖ୍ୟାରେ ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ ।
କର୍କଟ ରୋଗ ଏବଂ ତାର ନିରାକରଣ ସଂପର୍କରେ ଜନସଚେତନତା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ହାତକୁ ନେଇଛି ଓଟିଭି। ଆଜି ବିଶ୍ୱ କର୍କଟ ଦିବସ ଅବସରରେ ଓଟିଭି ପକ୍ଷରୁ ମିନି ମାରାଥନର ଆୟୋଜନ କରାଯାଇଛି। ଭୁବନେଶ୍ବର ପ୍ଲସ ଟୁ କାଉନସିଲ୍ ଅଫିସ ନିକଟ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ ବାରାକ୍ ପଡିଆରୁ ଆରମ୍ଭ ହୋଇଛି ମାରାଥନ। ଏଥିରେ ବହୁ ସଂଖ୍ୟାରେ ଅଂଶଗ୍ରହଣକାରୀ ସାମିଲ ହୋଇଛନ୍ତି ।
ତେବେ କର୍କଟ ରୋଗର ଭୟାବହତା ଓ ଏହାକୁ ନେଇ ଲୋକଙ୍କୁ ସଚେତନ କରାଇବା ହେଉଛି ଏହି ଦିବସର ମୂଳ ଲକ୍ଷ୍ୟ। ଲୋକମାନେ କିପରି ସଚେତନ ହେବା ସହ ତମାଖୁ ଠାରୁ ଦୂରରେ ରହିପାରିବେ ସେନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଭିନ୍ନ ରାଷ୍ଟ୍ର ମାନଙ୍କୁ ସଚେତନ କରିଆସୁଛି। ୨୦୨୩-୨୪ ପାଇଁ ଥିମ୍ ରହିଛି ‘କ୍ଲୋଜ୍ ଦି କେୟାର ଗ୍ୟାପ୍’ । ଏହି ଅବସରରେ ଦେଶ ତଥା ବିଶ୍ୱର କୋଣ ଅନୁକୋଣରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।
ଲୋକମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଯୋଗୁଁ ରୋଗ ପ୍ରତିଶେଧକ ଶକ୍ତି କ୍ରମଶଃ ହ୍ରାସ ପାଉଛି। ଏଣୁ ସାରା ବିଶ୍ୱରେ କର୍କଟ ରୋଗ ବଢ଼ିବାରେ ଲାଗୁଛି । ଜନସାଧାରଣଙ୍କୁ ଏହି ରୋଗର ଭୟାବହତା ବିଷୟରେ ଟିକନିଖି କରି ବୁଝାଉଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।
#ସହରରେ_ବେଶୀ_କ୍ୟାନସର୍!
ଆଉ ସେ ଦିନ ନାହିଁ.. ଏବେ କ୍ୟାନସର ପାଇଁ ଉତ୍ତର ଅଛି.. ଓଡ଼ିଶାରେ ରହିଛି ସବୁ ପ୍ରକାର ଚିକିତ୍ସା ବ୍ୟବସ୍ଥା.. #OTVMiniMarathon2024 #OdishaTV #WorldCancerDay #Odisha #OTV pic.twitter.com/MSmJvlmFwN — ଓଟିଭି (@otvkhabar) February 4, 2024
ବରଗଡ଼, ସୋନପୁର ଅଞ୍ଚଳରୁ ବେଶୀ କ୍ୟାନସର ପୀଡ଼ିତ ଆସୁଛନ୍ତି.. କିନ୍ତୁ କଟକ ଭୁବନେଶ୍ୱରରେ କ୍ୟାନସର ସେଣ୍ଟର୍ ରହିଛି.. ଫଳରେ ପୀଡ଼ିତଙ୍କୁ ଏତେ ଦୂର ଆସିବାକୁ ପଡ଼ୁଥିବାରୁ ଅନେକ ସମୟରେ ଚିକିତ୍ସାରେ ବ୍ୟାଘାତ ଘଟୁଛି#OTVMiniMarathon2024 #OdishaTV #WorldCancerDay #Odisha #OTV pic.twitter.com/AEEiZS8fAk — ଓଟିଭି (@otvkhabar) February 4, 2024
ସପ୍ତମ ବାଟାଲିୟନ ପଡ଼ିଆରୁ ଆରମ୍ଭ ହେଲା ଓଟିଭି ମିନି ମାରାଥନ୍.. କର୍କଟ ରୋଗ ଏବଂ ତାର ନିରାକରଣ ସମ୍ପର୍କରେ ଜନସଚେତନତା ପାଇଁ ଏଭଳି ସ୍ୱତନ୍ତ୍ର ପଦକ୍ଷେପ ନେଇଛି ଓଟିଭି.. #OTVMiniMarathon2024 #OdishaTV #WorldCancerDay #Odisha #OTV pic.twitter.com/TcFsM3ehYS — ଓଟିଭି (@otvkhabar) February 4, 2024