World Chocolate Day 2024: ଗ୍ୟାସ୍ କିମ୍ବା ମାଇକ୍ରୋୱେଭ୍ ବ୍ୟବହାର ନ କରି ଘରେ ସହଜରେ ତିଆରି କରନ୍ତୁ ଚକୋଲେଟ୍
ଚକୋଲେଟ୍ ହୃଦୟ ସ୍ୱାସ୍ଥ୍ୟ ପାଇଁ ଭଲ। ଏହା ବ୍ୟତୀତ ଚାପ ହ୍ରାସ, ମନୋବଳକୁ ଉତ୍ତମ ରଖିବା, ଚର୍ମରେ ଚମକ ଆଣିବା ଏବଂ ଶକ୍ତି ବୃଦ୍ଧିରେ ଏହା ମଧ୍ୟ ଲାଭଦାୟକ। ତେବେ ଗ୍ୟାସ୍ କିମ୍ବା ମାଇକ୍ରୋୱେଭ୍ ବ୍ୟବହାର ନକରି ଘରେ ସହଜରେ ଦୁଇଟି ଚକୋଲେଟ୍ ଡିସ୍ କିପରି ପ୍ରସ୍ତୁତ କରିପାରିବେ ଜାଣିବା।
ଚକୋଲେଟ୍ କଥା ଶୁଣିଲେ ଅନେକଙ୍କ ପାଟିରୁ ନାଳ ଗଡେ। କିଛି ଲୋକ ଅଛନ୍ତି ଯେଉଁମାନେ ପ୍ରତିଦିନ କିଛିନା କିଛି ଚକୋଲେଟ୍ ଖାଇଥାନ୍ତି। ଏହାକୁ କିନ୍ତୁ ସାଧାରଣରେ ସ୍ୱାସ୍ଥ୍ୟହାନିକାରକ ବୋଲି ବିଚାର କରାଯାଏ। ଏହା କିନ୍ତୁ ସଂପୂର୍ଣ୍ଣ ଠିକ ନୁହେଁ। କାରଣ କେତେକ ଚକୋଲେଟ୍ରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥାଏ, ଯାହା ଶରୀର ପାଇଁ ଭଲ ହୋଇଥାଏ।
ଚକୋଲେଟ୍ ହୃଦୟ ସ୍ୱାସ୍ଥ୍ୟ ପାଇଁ ଭଲ। ଏହା ବ୍ୟତୀତ ଚାପ ହ୍ରାସ, ମନୋବଳକୁ ଉତ୍ତମ ରଖିବା, ଚର୍ମରେ ଚମକ ଆଣିବା ଏବଂ ଶକ୍ତି ବୃଦ୍ଧିରେ ଏହା ମଧ୍ୟ ଲାଭଦାୟକ।
ଏହାକୁ ଦୃଷ୍ଟିରେ ରଖି ଜନସଚେତନତା ପାଇଁ ପ୍ରତିବର୍ଷ ୭ ଜୁଲାଇରେ ‘ବିଶ୍ୱ ଚକୋଲେଟ୍ ଦିବସ’ ପାଳନ କରାଯାଏ। ଚକୋଲେଟ୍ର ଅନେକ ପ୍ରକାରର ଆନନ୍ଦ ନେବା ଏବଂ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆଲୋକିତ କରିବାକୁ ଏହି ଦିନକୁ ମନୋନୀତ କରାଯାଇଛି। ଏହି ଦିନ ମାଧ୍ୟମରେ ଲୋକମାନେ ଚକୋଲେଟ୍ର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ଅବଗତ ହୁଅନ୍ତି।
ଏ କଥା ଜାଣିବା ପରେ ଆପଣଙ୍କର ନିଶ୍ଚିତ ଚଲୋଲେଟ୍ ଖାଇବାକୁ ଇଛା ହେବଣି। ଆପଣ ଏହାକୁ ନିଜେ ମଧ୍ୟ ଘରେ ତିଆରି କରି ଖାଇପାରିବେ। ତେବେ ଗ୍ୟାସ୍ କିମ୍ବା ମାଇକ୍ରୋୱେଭ୍ ବ୍ୟବହାର ନକରି ଘରେ ସହଜରେ ଦୁଇଟି ଚକୋଲେଟ୍ ଡିସ୍ କିପରି ପ୍ରସ୍ତୁତ କରିପାରିବେ ଜାଣିବା।
ଚକୋଲେଟ୍ ବଲ୍:
ସାମଗ୍ରୀ –
- ୨ ପ୍ୟାକେଟ୍ ପାର୍ଲେ ଜି ବିସ୍କୁଟ୍ କିମ୍ବା ଓରିଓ ବିସ୍କୁଟ୍
- ୨ ଚାମଚ କ୍ୟାଡ୍ବରୀ କୋକୋ ପାଉଡର
- ୪ ଚାମଚ କ୍ଷୀର
- ୧ ଚାମଚ ଘିଅ
ପଦ୍ଧତି:
- ବିସ୍କୁଟକୁ ଗ୍ରାଇଣ୍ଡ କରି ପାଉଡର କରନ୍ତୁ
- ଏବେ ବିସ୍କୁଟ୍ ପାଉଡର୍ରେ କୋକୋ ପାଉଡର ଏବଂ ଘିଅ ମିଶାନ୍ତୁ
- ଏହି ମିଶ୍ରଣକୁ ଭଲ ଭାବରେ ମିଶାଇ ଏଥିରେ କ୍ଷୀର ମିଶାନ୍ତୁ
- ଏଥିରେ କିଛି ଅଟା ମିଶାଇ ଚକଟନ୍ତୁ
- ବର୍ତ୍ତମାନ ଛୋଟ ଛୋଟ ଲଡୁ ପ୍ରସ୍ତୁତ କରନ୍ତୁ
- ଚକୋଲେଟ୍ ବଲ୍ ପ୍ରସ୍ତୁତ
ଚକୋଲେଟ୍ ଶେକ୍:
ସାମଗ୍ରୀ –
- ୨ କପ୍ କ୍ଷୀର
- କୋକୋ ପାଉଡର,
- ଚିନି ଏବଂ ମହୁ (ସ୍ୱାଦ ଅନୁଯାୟୀ)
- ବରଫ
- ଚକୋଲେଟ୍ ଆଇସ୍କ୍ରିମ୍
- ଭାନିଲା ଏସେନ୍ସ
ପଦ୍ଧତି:
- କିଛି ଗରମ କ୍ଷୀରରେ କୋକୋ ପାଉଡର, ଚିନି ଏବଂ ବରଫ କ୍ୟୁବ୍ ନିଅନ୍ତୁ
- ଏହାକୁ ଭଲ ଭାବରେ ଗ୍ରାଇଣ୍ଡ୍ କରନ୍ତୁ
- ଏକ ଗ୍ଲାସରେ ଚକୋଲେଟ୍ ସିରପ୍ ରଖି ଏହାକୁ ୩୦ ମିନିଟ୍ ଫ୍ରିଜ୍ରେ ରଖନ୍ତୁ
- ଏହା ପରେ ଗ୍ଲାସ୍ରେ ଚକୋଲେଟ୍ ଶେକ୍ ଢାଳନ୍ତୁ
- ବର୍ତ୍ତମାନ ଚକୋଲେଟ୍ ମିଲ୍କ ଶେକ୍ ଉପରେ ଏକ ଡଙ୍କିରେ ଆଇସ୍କ୍ରିମ୍ ମିଶାନ୍ତୁ ଏବଂ ଏହାକୁ ଥଣ୍ଡା ଥଣ୍ଡା ସର୍ଭ କରନ୍ତୁ।