ଆଉ ନିର୍ବାଚନ ଲଢିବେନି ଶଶି ଥରୁର! ରାହୁଲଙ୍କୁ ନେଇ କହିଦେଲେ ଏତେ ବଡ଼ କଥା
ନୂଆଦିଲ୍ଲୀ,୭।୬: ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର କେରଳର ଥିରୁଭାନନ୍ତପୁରମର ଲୋକ ସଭା ଆସନରୁ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛନ୍ତି। ଲୋକ ସଭା ନିର୍ବାଚନରେ ବିଜୟ ପରେ ଥରୁରଙ୍କ ବଡ ବୟାନ ସାମ୍ନାକୁ ଆସିଛି। ଖବର ସରବରାହ ସଂସ୍ଥା ପିଟିଆଇକୁ ସେ କହିଛନ୍ତି, ଯଦି ଆଗାମୀ ଲୋକ ସଭା ନିର୍ବାଚନ ପାଞ୍ଚବର୍ଷ ପରେ ଅନୁଷ୍ଠିତ ହୁଏ, ତେବେ ଆଉ ଏକ ଲୋକ ସଭା ନିର୍ବାଚନ ଲଢିବା ପାଇଁ ଇଚ୍ଛୁକ ନୁହେଁ। କାରଣ ଏବେ ଯୁବପିଢିି ଆଗକୁ […] The post ଆଉ ନିର୍ବାଚନ ଲଢିବେନି ଶଶି ଥରୁର! ରାହୁଲଙ୍କୁ ନେଇ କହିଦେଲେ ଏତେ ବଡ଼ କଥା appeared first on Dharitri Odia News.
ନୂଆଦିଲ୍ଲୀ,୭।୬: ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର କେରଳର ଥିରୁଭାନନ୍ତପୁରମର ଲୋକ ସଭା ଆସନରୁ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛନ୍ତି। ଲୋକ ସଭା ନିର୍ବାଚନରେ ବିଜୟ ପରେ ଥରୁରଙ୍କ ବଡ ବୟାନ ସାମ୍ନାକୁ ଆସିଛି। ଖବର ସରବରାହ ସଂସ୍ଥା ପିଟିଆଇକୁ ସେ କହିଛନ୍ତି, ଯଦି ଆଗାମୀ ଲୋକ ସଭା ନିର୍ବାଚନ ପାଞ୍ଚବର୍ଷ ପରେ ଅନୁଷ୍ଠିତ ହୁଏ, ତେବେ ଆଉ ଏକ ଲୋକ ସଭା ନିର୍ବାଚନ ଲଢିବା ପାଇଁ ଇଚ୍ଛୁକ ନୁହେଁ। କାରଣ ଏବେ ଯୁବପିଢିି ଆଗକୁ ଆସିବା ଆବଶ୍ୟକ। ଆଉ ଏଥିପାଇଁ ଆମକୁ ପଛକୁ ଯିବା ଜରୁରୀ।
ଏଥିସହ ତାଙ୍କୁ ଯେତେବେଳେ ପଚରାଯାଇଥିଲା ଏହା ତାଙ୍କ ରାଜନୀତିର ଶେଷ ନିର୍ବାଚନ କି? ଉତ୍ତରରେ ଥରୁର କହିଛନ୍ତ, ନିର୍ବାଚନ ରାଜନୀତିରେ ନୁହେଁ, କିନ୍ତୁ ନିଶ୍ଚିତ ଭାବରେ ଲୋକ ସଭାରେ ଏପରି ହୋଇପାରେ। ମୋତେ ଲାଗୁଛି ଯେ ମୁଁ ମୋର କାର୍ଯ୍ୟ କରିସାରିଛି। ଏବେ ଯୁବପିଢିି ଆଗକୁ ଆସିବା ଆବଶ୍ୟକ। ଆଉ ଏଥିପାଇଁ ଆମକୁ ପଛକୁ ଯିବା ଜରୁରୀ।
ଏଥିସହ ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀଙ୍କୁ “ମ୍ୟାନ ଅଫ ଦି ମ୍ୟାଚ” ବୋଲି ଶଶି ଥରୁର କହିଛନ୍ତି । ସେ କହିଛନ୍ତି, ରାହୁଲ ଏବେ ଗୃହରେ ବିରୋଧୀ ଦଳର ନେତା ଭାବେ ଦାୟିତ୍ୱ ନିଅନ୍ତୁ।
The post ଆଉ ନିର୍ବାଚନ ଲଢିବେନି ଶଶି ଥରୁର! ରାହୁଲଙ୍କୁ ନେଇ କହିଦେଲେ ଏତେ ବଡ଼ କଥା appeared first on Dharitri Odia News.