WPLରୁ ଆସିଲା ବଡ଼ ଖବର
ନୂଆଦିଲ୍ଲୀ, ୨୭ା୩: ଓମେନ୍ସ ପ୍ରିମିୟର ଲିଗ୍(ଡବ୍ଲ୍ୟୁପିଏଲ୍)ର ଗତ ୩ ବର୍ଷରେ ଜବରଦସ୍ତ ବୃଦ୍ଧି ଆସିଛି। କିନ୍ତୁ ଲିଗ୍ର ଦଳ ସଂଖ୍ୟାରେ ବୃଦ୍ଧି କରିବାକୁ ଏବେ କୌଣସି ଯୋଜନା ନ ଥିବା ଆଇପିଏଲ୍ ଚେୟାରମ୍ୟାନ ଅରୁନ ଧୁମାଲ କହିଛନ୍ତି। ବିସିସିଆଇ ସଭାପତି ରୋଜର ବିନିଙ୍କ ନେତୃତ୍ୱାଧୀନ କମିଟିରେ ଧୁମାଲ ସଦସ୍ୟ ଅଛନ୍ତି। ପ୍ରାରମ୍ଭିକ ଭାବେ ପ୍ରଥମ ୩ ସିଜନ ପରେ ବିସିସିଆଇ ଦଳର ସଂଖ୍ୟା ବଢ଼ାଇବାକୁ ଯୋଜନା କରିଥିଲା। କିନ୍ତୁ ବର୍ତ୍ତମାନ ଲିଗ୍ର ସ୍ଥିତିକୁ ଆହୁରି ଦୃଢ଼ କରିବାକୁ […] The post WPLରୁ ଆସିଲା ବଡ଼ ଖବର appeared first on Dharitri Odia News.
ନୂଆଦିଲ୍ଲୀ, ୨୭ା୩: ଓମେନ୍ସ ପ୍ରିମିୟର ଲିଗ୍(ଡବ୍ଲ୍ୟୁପିଏଲ୍)ର ଗତ ୩ ବର୍ଷରେ ଜବରଦସ୍ତ ବୃଦ୍ଧି ଆସିଛି। କିନ୍ତୁ ଲିଗ୍ର ଦଳ ସଂଖ୍ୟାରେ ବୃଦ୍ଧି କରିବାକୁ ଏବେ କୌଣସି ଯୋଜନା ନ ଥିବା ଆଇପିଏଲ୍ ଚେୟାରମ୍ୟାନ ଅରୁନ ଧୁମାଲ କହିଛନ୍ତି।
ବିସିସିଆଇ ସଭାପତି ରୋଜର ବିନିଙ୍କ ନେତୃତ୍ୱାଧୀନ କମିଟିରେ ଧୁମାଲ ସଦସ୍ୟ ଅଛନ୍ତି। ପ୍ରାରମ୍ଭିକ ଭାବେ ପ୍ରଥମ ୩ ସିଜନ ପରେ ବିସିସିଆଇ ଦଳର ସଂଖ୍ୟା ବଢ଼ାଇବାକୁ ଯୋଜନା କରିଥିଲା। କିନ୍ତୁ ବର୍ତ୍ତମାନ ଲିଗ୍ର ସ୍ଥିତିକୁ ଆହୁରି ଦୃଢ଼ କରିବାକୁ ଚାହୁଁଛି।
ଆହୁରି ସଶକ୍ତ କରିବା ପାଇଁ ଅନ୍ୟ ଦଳକୁ ସାମିଲ କରିବା ପୂର୍ବରୁ ଆମେ ଏହାକୁ ଆହୁରି ସୁଦୃଢ଼ କରିବାକୁ ଚାହୁଁ। ଦଳ ସଂଖ୍ୟା ବଢ଼ାଇବାକୁ ନେଇ ବର୍ତ୍ତମାନ କୌଣସି ଯୋଜନା ନାହିଁ। ୩ଟି ସଂସ୍କରଣ ମଧ୍ୟରେ ଡବ୍ଲ୍ୟୁପିଏଲ୍ ଲୋକପ୍ରିୟ ହେବା ସହ ଷ୍ଟାଡିୟମରେ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଦେଖଣାହାରିଙ୍କ ସଂଖ୍ୟା ଖୁବ୍ ଉତ୍ସାହଜନକ ରହିଛି। ଏହା ମହିଳା କ୍ରିକେଟ କ୍ଷେତ୍ରରେ ନୂଆ ପ୍ରେରଣା ଯୋଗାଇଛି।
ଏଣୁ ଆମେ ଆଶା କରୁଛୁ, ଏହି ଅଭିବୃଦ୍ଧି ଜାରି ରହିବ ବୋଲି ଧୁମାଲ କହିଛନ୍ତି। ଡବ୍ଲ୍ୟୁପିଏଲ୍ ଏପର୍ଯ୍ୟନ୍ତ ଆଇପିଏଲ୍ ଭଳି ହୋମ୍ ଓ ଆଓ୍ବେ ଫର୍ମାଟ୍ରେ ଖେଳାଯାଇନାହିଁ। ବିସିସିଆଇ ଏହି ଟୁର୍ନାମେଣ୍ଟର ଗତ ସଂସ୍କରଣକୁ ବରୋଦା ଓ ଲକ୍ଷ୍ନୌ ଭଳି ଛୋଟ କେନ୍ଦ୍ର ସହ ମୁମ୍ବାଇ ଓ ବେଙ୍ଗାଲୁରୁରେ ଆୟୋଜନ କରିଥିଲା। ବୋର୍ଡ ୫ଟି ଦଳ ଯଥା ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ୟୁପି ଓ ଗୁଜରାଟକୁ ପ୍ରତିନିଧିତ୍ୱ କରୁଥିବା ଦଳର ବିକ୍ରିରୁ ୪୬୭୦ କୋଟି ଟଙ୍କା ପାଇଥିଲା।
The post WPLରୁ ଆସିଲା ବଡ଼ ଖବର appeared first on Dharitri Odia News.