ନଦୀରେ ୩ କିମି ଭାସିଗଲେ ମହିଳା
ସିନାପାଲି,୨୧।୭(ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଅଧୀନ ଗଡ଼ରାମାଳ ଗ୍ରାମର ନମିତା ସାହୁ ନାମ୍ନୀ ଜଣେ ମହିଳା ରବିବାର ଉଦନ୍ତୀ ନଦୀରେ ଭାସିଯାଇ ୩କିମି ଦୂରରେ ଉଦ୍ଧାର ହୋଇଛନ୍ତି। ସେ ଗାଧୋଇବା ଲାଗି ଏକୁଟିଆ ନଦୀକୁ ଯାଇଥିଲେ। ସେଠାରେ ଗାଧୋଉ ଥିବାବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ନଦୀର ସ୍ରୋତକୁ ଚାଲିଯିବାରୁ ଭାସି ଯାଇଥିଲେ। ଭାସି ଯାଉଥିବା ବେଳେ ପ୍ରାଣ ବିକଳରେ ବଞ୍ଚାଇବାକୁ ଚିତ୍କାର କରିଥିଲେ। ଜମିରେ କୃଷି କାର୍ଯ୍ୟ କରୁଥିବା ଲୋକେ ଜାଣିପାରି […] The post ନଦୀରେ ୩ କିମି ଭାସିଗଲେ ମହିଳା appeared first on Dharitri Odia News.
ସିନାପାଲି,୨୧।୭(ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଅଧୀନ ଗଡ଼ରାମାଳ ଗ୍ରାମର ନମିତା ସାହୁ ନାମ୍ନୀ ଜଣେ ମହିଳା ରବିବାର ଉଦନ୍ତୀ ନଦୀରେ ଭାସିଯାଇ ୩କିମି ଦୂରରେ ଉଦ୍ଧାର ହୋଇଛନ୍ତି।
ସେ ଗାଧୋଇବା ଲାଗି ଏକୁଟିଆ ନଦୀକୁ ଯାଇଥିଲେ। ସେଠାରେ ଗାଧୋଉ ଥିବାବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ନଦୀର ସ୍ରୋତକୁ ଚାଲିଯିବାରୁ ଭାସି ଯାଇଥିଲେ। ଭାସି ଯାଉଥିବା ବେଳେ ପ୍ରାଣ ବିକଳରେ ବଞ୍ଚାଇବାକୁ ଚିତ୍କାର କରିଥିଲେ। ଜମିରେ କୃଷି କାର୍ଯ୍ୟ କରୁଥିବା ଲୋକେ ଜାଣିପାରି ସିନାପାଲି ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ତୁରନ୍ତ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସେତେବେଳକୁ ସେ ପ୍ରାୟ ୩ କିଲୋମିଟର ଦୂର ଭାସି ଯାଇଥିଲେ। ଦମକଳ ବାହିନୀ ତୁରନ୍ତ ନଦୀଗର୍ଭରେ ପଶି ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ପରେ ତାଙ୍କୁ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି।
The post ନଦୀରେ ୩ କିମି ଭାସିଗଲେ ମହିଳା appeared first on Dharitri Odia News.