WTC ଫାଇନାଲ୍‌ର ସବୁଠୁ ନିକଟତର ହେଲା ଦକ୍ଷିଣ ଆଫ୍ରିକା, ଜାଣନ୍ତୁ ଭାରତ ଓ ଅଷ୍ଟ୍ରେଲିଆର ସ୍ଥିତି ?

ନୂଆଦିଲ୍ଲୀ: ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ଶ୍ରୀଲଙ୍କାକୁ ୨-୦ରେ ହରାଇ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଅଙ୍କ ତାଲିକାରେ ଶୀର୍ଷକୁ ଉଠିଛି। ଦକ୍ଷିଣ ଆଫ୍ରିକାର ଏହି ବିଜୟ  ଭାରତ ଓ ଅଷ୍ଟ୍ରେଲିଆର ମୁସ୍କିଲକୁ ବଢାଇ ଦେଇଛି। ଡବ୍ଲ୍ୟୁଟିସି ଫାଇନାଲ୍‌ରେ ପହଞ୍ଚିବାର ସମୀକରଣ ବଦଳି ଯାଇଛି। ଏହା ବ୍ୟତୀତ ଶ୍ରୀଲଙ୍କାକୁ ଡବ୍ଲ୍ୟୁଟିସି ଫାଇନାଲ୍‌ ପଥ ମୁସ୍କିଲ ହୋଇ ଯାଇଛି।ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ଫାଇନାଲ୍‌ର ନିକଟତର ହୋଇଛି। କେମିତି ପହଞ୍ଚିବ ଦକ୍ଷିଣ ଆଫ୍ରିକାଦକ୍ଷିଣ ଆଫ୍ରିକା ପାଇଁ ଫାଇନାଲ୍‌ରେ ପହଞ୍ଚିବାର ଗୋଟିଏ ଉପାୟ ରହିଛି। ତାହା ହେଉଛି ଦଳ  ପାକିସ୍ତାନ ବିପକ୍ଷରେ ଦୁଇଟି ଡବ୍ଲ୍ୟୁଟିସି ମ୍ୟାଚ୍‌ରୁ ଗୋଟିଏ ଜିତିବା। ଏମିତି ହେଲେ ଦଳ ଫାଇନାଲ୍‌ରେ ପ୍ରବେଶ କରିବ। ଯଦି ଦଳ ଦୁଇଟି ମ୍ୟାଚ୍ ଜିତି ନିଏ ତେବେ  ସମ୍ଭବତଃ ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲରେ ଏକ ନମ୍ବରରେ ରହି ନିଜର ଅଭିଯାନ ଶେଷ କରିବ। ଯଦି ଦକ୍ଷିଣ ଆଫ୍ରିକା ଦୁଇଟି ମ୍ୟାଚ୍ ହାରିଯାଏ ତେବେ ଫାଇନାଲ୍‌ ଦୌଡ଼ରୁ ବାଦ୍ ପଡ଼ିପାରେ। ଏମିତି ସ୍ଥିତିରେ ଭାରତ ଓ ଅଷ୍ଟ୍ରେଲିଆ ଟପ୍-୨ରେ ରହି ଫାଇନାଲ୍‌କୁ ଉନ୍ନୀତ  ହେବେ। ଅଷ୍ଟ୍ରେଲିଆର ସମୀକରଣଅଷ୍ଟ୍ରେଲିଆର ଆଡିଲେଡରେ ଭାରତ ବିପକ୍ଷରେ ୧୦ ଓ୍ଵିକେଟ୍‌ ଧମାକାଦାର ବିଜୟ ପରେ  ଅସ୍ଥାୟୀ ଭାବେ ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲରେ ଶୀର୍ଷକୁ ଉଠିଥିଲା। ମାତ୍ର ପରବର୍ତ୍ତୀ ଦିନ

WTC ଫାଇନାଲ୍‌ର ସବୁଠୁ ନିକଟତର ହେଲା ଦକ୍ଷିଣ ଆଫ୍ରିକା, ଜାଣନ୍ତୁ ଭାରତ ଓ ଅଷ୍ଟ୍ରେଲିଆର ସ୍ଥିତି ?

ନୂଆଦିଲ୍ଲୀ: ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ଶ୍ରୀଲଙ୍କାକୁ ୨-୦ରେ ହରାଇ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଅଙ୍କ ତାଲିକାରେ ଶୀର୍ଷକୁ ଉଠିଛି। ଦକ୍ଷିଣ ଆଫ୍ରିକାର ଏହି ବିଜୟ  ଭାରତ ଓ ଅଷ୍ଟ୍ରେଲିଆର ମୁସ୍କିଲକୁ ବଢାଇ ଦେଇଛି। ଡବ୍ଲ୍ୟୁଟିସି ଫାଇନାଲ୍‌ରେ ପହଞ୍ଚିବାର ସମୀକରଣ ବଦଳି ଯାଇଛି। ଏହା ବ୍ୟତୀତ ଶ୍ରୀଲଙ୍କାକୁ ଡବ୍ଲ୍ୟୁଟିସି ଫାଇନାଲ୍‌ ପଥ ମୁସ୍କିଲ ହୋଇ ଯାଇଛି।ଅନ୍ୟପଟେ ଦକ୍ଷିଣ ଆଫ୍ରିକାର ଫାଇନାଲ୍‌ର ନିକଟତର ହୋଇଛି। 

କେମିତି ପହଞ୍ଚିବ ଦକ୍ଷିଣ ଆଫ୍ରିକା

ଦକ୍ଷିଣ ଆଫ୍ରିକା ପାଇଁ ଫାଇନାଲ୍‌ରେ ପହଞ୍ଚିବାର ଗୋଟିଏ ଉପାୟ ରହିଛି। ତାହା ହେଉଛି ଦଳ  ପାକିସ୍ତାନ ବିପକ୍ଷରେ ଦୁଇଟି ଡବ୍ଲ୍ୟୁଟିସି ମ୍ୟାଚ୍‌ରୁ ଗୋଟିଏ ଜିତିବା। ଏମିତି ହେଲେ ଦଳ ଫାଇନାଲ୍‌ରେ ପ୍ରବେଶ କରିବ। ଯଦି ଦଳ ଦୁଇଟି ମ୍ୟାଚ୍ ଜିତି ନିଏ ତେବେ  ସମ୍ଭବତଃ ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲରେ ଏକ ନମ୍ବରରେ ରହି ନିଜର ଅଭିଯାନ ଶେଷ କରିବ। ଯଦି ଦକ୍ଷିଣ ଆଫ୍ରିକା ଦୁଇଟି ମ୍ୟାଚ୍ ହାରିଯାଏ ତେବେ ଫାଇନାଲ୍‌ ଦୌଡ଼ରୁ ବାଦ୍ ପଡ଼ିପାରେ। ଏମିତି ସ୍ଥିତିରେ ଭାରତ ଓ ଅଷ୍ଟ୍ରେଲିଆ ଟପ୍-୨ରେ ରହି ଫାଇନାଲ୍‌କୁ ଉନ୍ନୀତ  ହେବେ। 

ଅଷ୍ଟ୍ରେଲିଆର ସମୀକରଣ

ଅଷ୍ଟ୍ରେଲିଆର ଆଡିଲେଡରେ ଭାରତ ବିପକ୍ଷରେ ୧୦ ଓ୍ଵିକେଟ୍‌ ଧମାକାଦାର ବିଜୟ ପରେ  ଅସ୍ଥାୟୀ ଭାବେ ଡବ୍ଲ୍ୟୁଟିସି ପଏଣ୍ଟ ଟେବୁଲରେ ଶୀର୍ଷକୁ ଉଠିଥିଲା। ମାତ୍ର ପରବର୍ତ୍ତୀ ଦିନ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଜିତି ଅଷ୍ଟ୍ରେଲିଆଠୁ ଏକ ନମ୍ବର ସ୍ଥାନ ଛଡ଼ାଇ ନେଇଛି। ଯଦି ଅଷ୍ଟ୍ରେଲିଆକୁ ଡବ୍ଲ୍ୟୁଟିସି ଫାଇନାଲ୍‌ରେ ପ୍ରବେଶ କରିବାକୁ ହୁଏ ତେବେ ଭାରତ ବିପକ୍ଷରେ ଅବଶିଷ୍ଟ ତିନୋଟି ଟେଷ୍ଟରୁ ଦୁଇଟି ଜିତିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୀଲଙ୍କା ବିପକ୍ଷରେ ୨-୦ରେ  ଜିତିବାକୁ ପଡ଼ିବ। ଯଦି ବର୍ଡର-ଗାଭାସ୍କର ଟ୍ରଫି ୨-୨ରେ ବରାବରରେ ସମାପ୍ତ ହୁଏ ତେବେ ଅଷ୍ଟ୍ରେଲିଆକୁ ଶ୍ରୀଲଙ୍କା ବିପକ୍ଷରେ ଦୁଇଟିରୁ ଗୋଟିଏ ମ୍ୟାଚ୍ ଜିତିବାକୁ ପଡ଼ିବ। ପୁଣି ଦକ୍ଷିଣ ଆଫ୍ରିକାର ପରିଣାମ ଉପରେ ନିର୍ଭର ରହିବାକୁ ପଡ଼ିବ ନାହିଁ। ଯଦି ଅଷ୍ଟ୍ରେଲିଆ ଭାରତଠୁ ୨-୩ରେ ହାରିଯାଏ ତେବେ ଦକ୍ଷିଣ ଆଫ୍ରିକା ଉପରେ ନିର୍ଭର ନ କରି ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟେଷ୍ଟ  ଜିତିବାକୁ ପଡ଼ିବ। 

ଭାରତର ଅବସ୍ଥା

ଭାରତୀୟ ଦଳର ଡବ୍ଲ୍ୟୁଟିସି ଚକ୍ରରେ ତିନିଟି ମ୍ୟାଚ୍ ବାକି ରହିଛି। ଏହି ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ରହିଥିବା ବେଳେ ଟିମ୍ ଇଣ୍ଡିଆ ତିନୋଟି ମ୍ୟାଚ୍ ଜିତି ନିଜ ଦମରେ ଡବ୍ଲ୍ୟୁଟିସି ଫାଇନାଲ୍‌ ପାଇଁ ଟିକେଟ୍ କାଟିପାରିବ। ଯଦି ଦଳ ଦୁଇଟି ଜିତି ଗୋଟିଏ ଡ୍ର କରେ ତେବେ ଫାଇନାଲ୍ ଖେଳିବାର ସମ୍ଭାବନା ରହିଛି। କିନ୍ତୁ ସିରିଜ୍‌ର ଫଳାଫଳ ୨-୨ରେ ବରାବର ରହିଲେ ଭାରତ ଆଶା କରିବ ଯେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇଟି ଟେଷ୍ଟ  ଡ୍ର ରହୁ। ଏମିତିରେ ଭାରତ ଓ  ଅଷ୍ଟ୍ରେଲିଆର ବିଜୟ ପ୍ରତିଶତ ୫୫.୨୬ ପ୍ରତିଶତ ରହିବ ଏବଂ ଭାରତ ସିରିଜ ଜିତିବା ଆଧାରରେ ଫାଇନାଲ୍‌ରେ ପହଞ୍ଚିବ। ଯଦି ଅଷ୍ଟ୍ରେଲିଆ ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ବି ମ୍ୟାଚ୍ ଜିତିଯାଏ ତେବେ ଭାରତ ଡବ୍ଲ୍ୟୁଟିସି ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିବ।