ଅ, ଆ ରେ ରହିଯାଇଛନ୍ତି ମୁଖ୍ୟମନ୍ତ୍ରୀ: କାହିଁକି ଏମିତି କହିଲେ ଅରୁଣ ସାହୁ

କଟକ,୪ା୧(ଶିଳ୍ପା ପ୍ରିୟଦର୍ଶିନୀ):ଭୁବନେଶ୍ୱରରେ ଆୟୋଜିତ କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା କେବଳ ଓଡ଼ିଆ ବର୍ଣ୍ଣବୋଧର ଅ, ଆ ରହିଯାଇଛନ୍ତି। ତାହାଠୁ କେବେ ଆଗକୁ ଯାଉନାହାନ୍ତି। ଏଭଳି କିଛି ଢଙ୍ଗରେ ବିଧାୟକ ତଥା ବିଜେଡି ନେତା ଅରୁଣ ସାହୁ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। କଟକସ୍ଥିତ ଏକ ହୋଟେଲଠାରେ ଆୟୋଜିତ ବିଜେଡିର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଅରୁଣ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ୭ ମାସର ସରକାର ଚଳାଇବା […] The post ଅ, ଆ ରେ ରହିଯାଇଛନ୍ତି ମୁଖ୍ୟମନ୍ତ୍ରୀ: କାହିଁକି ଏମିତି କହିଲେ ଅରୁଣ ସାହୁ appeared first on Dharitri Odia News.

ଅ, ଆ ରେ ରହିଯାଇଛନ୍ତି ମୁଖ୍ୟମନ୍ତ୍ରୀ: କାହିଁକି ଏମିତି କହିଲେ ଅରୁଣ ସାହୁ

କଟକ,୪ା୧(ଶିଳ୍ପା ପ୍ରିୟଦର୍ଶିନୀ):ଭୁବନେଶ୍ୱରରେ ଆୟୋଜିତ କୃଷି ଓଡ଼ିଶା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା କେବଳ ଓଡ଼ିଆ ବର୍ଣ୍ଣବୋଧର ଅ, ଆ ରହିଯାଇଛନ୍ତି। ତାହାଠୁ କେବେ ଆଗକୁ ଯାଉନାହାନ୍ତି। ଏଭଳି କିଛି ଢଙ୍ଗରେ ବିଧାୟକ ତଥା ବିଜେଡି ନେତା ଅରୁଣ ସାହୁ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। କଟକସ୍ଥିତ ଏକ ହୋଟେଲଠାରେ ଆୟୋଜିତ ବିଜେଡିର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଅରୁଣ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ୭ ମାସର ସରକାର ଚଳାଇବା ପରେ ଓଡ଼ିଆ ବର୍ଣ୍ଣବୋଧର ପ୍ରଥମ ପୃଷ୍ଠାରେ ରହିଗଲେ। ବହିର ଭିତର ପୃଷ୍ଠାକୁ ଯିବାକୁ ଚାହୁଁନାହାନ୍ତି। ୨୪ ବର୍ଷର ବିଜେଡି ସରକାର ସମୟରେ କିଛି ଉନ୍ନତିମୂଳକ କାର୍ଯ୍ୟ ହୋଇନାହିଁ ବୋଲି କହିଆସୁଛନ୍ତି। ତାଙ୍କୁ ସ୍ପଷ୍ଟ ଭାବେ ସୂଚାଇ ଦେବାକୁ ଚାହେଁ ଯେ, ୨୦୦୦ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟିତ୍ୱ ନେଲେ। ସେ ସମୟରେ ଦୈନିକ ୨୦ ଲକ୍ଷ ଲିଟର କ୍ଷୀର ଉତ୍ପାଦନ ହେଉଥିଲାବେଳେ ଏବେ ଦୈନିକ ୮୦ରୁ ୮୫ ଲକ୍ଷ ଲିଟର ଉତ୍ପାଦନ ହେଉଛି। ସେହିପରି ଅଣ୍ଡା, ମାଛ ଓ ଚିକେନ ଉତ୍ପାଦନ ମଧ୍ୟ ଆଶାଠୁ ଅଧିକ ରହିଛି। ଧାନ, ଚାଉଳ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟରେ ପରିଣତ ହୋଇଛି। ଏପରି କି ୨୪ ବର୍ଷରେ ପନିପରିବା ଉତ୍ପାଦନ ୧୫୦ ଲକ୍ଷ ମେଟ୍ରିକ ଟନ୍‌ ଛୁଇଁଛି। ୬ଥର ଉଲ୍ଲେଖନୀୟ ସଫଳତା ପାଇଁ ବିଜେଡି ସରକାର ପୁରସ୍କୃତ ହୋଇଛି। କେନ୍ଦ୍ର ସରକାରଙ୍କୁ ରାଜ୍ୟ ଭାଜପା ସରକାର ପଚାରୁ ଯେ ଏଭଳି କୃଷିକ୍ଷେତ୍ରରେ ବିଜେଡିକୁ କାହିଁକି ପୁରସ୍କୃତ କରିଥିଲେ ବୋଲି ଅରୁଣ କହିଛନ୍ତି।

The post ଅ, ଆ ରେ ରହିଯାଇଛନ୍ତି ମୁଖ୍ୟମନ୍ତ୍ରୀ: କାହିଁକି ଏମିତି କହିଲେ ଅରୁଣ ସାହୁ appeared first on Dharitri Odia News.