ଅଂଶୁଘାତ ନେଉଛି ଜୀବନ, ଓଡ଼ିଶାରେ ୭୨ଘଣ୍ଟାରେ ୯୯ଜଣଙ୍କ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର,୩।୬(ଅସମାପିକା ସାହୁ)ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ କଲବଲ କରୁଛି ତାତି। ପ୍ରବଳ ଖରାରେ ଏବେ ଅଂଶୁଘାତଜନିତ ମୃତ୍ୟୁସଂଖ୍ୟା ବି ବଢ଼ିବାରେ ଲାଗିଛି। ରାଜ୍ୟରେ ଚଳିତ ଖରାରେ ଏ ପର୍ଯ୍ୟନ୍ତ ମୋଟ ୨୬ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ରବିବାର ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ପକ୍ଷରୁ ସୂଚନା ଦିଆଯାଇଛି। ଏସ୍‌ଆର୍‌ସିଙ୍କ ସୂଚନାନୁସାରେ, ୧୪୧ଟି ଅଂଶୁଘାତ ମୃତ୍ୟୁ ଅଭିଯୋଗ ଆସିଥିଲା। ଏଥିମଧ୍ୟରୁ ୨୬ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ସ୍ଥାନୀୟ ଜିଲାପାଳମାନେ ସ୍ପଷ୍ଟ […] The post ଅଂଶୁଘାତ ନେଉଛି ଜୀବନ, ଓଡ଼ିଶାରେ ୭୨ଘଣ୍ଟାରେ ୯୯ଜଣଙ୍କ ମୃତ୍ୟୁ ଅଭିଯୋଗ appeared first on Dharitri Odia News.

ଅଂଶୁଘାତ ନେଉଛି ଜୀବନ, ଓଡ଼ିଶାରେ ୭୨ଘଣ୍ଟାରେ ୯୯ଜଣଙ୍କ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର,୩।୬(ଅସମାପିକା ସାହୁ)ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ କଲବଲ କରୁଛି ତାତି। ପ୍ରବଳ ଖରାରେ ଏବେ ଅଂଶୁଘାତଜନିତ ମୃତ୍ୟୁସଂଖ୍ୟା ବି ବଢ଼ିବାରେ ଲାଗିଛି। ରାଜ୍ୟରେ ଚଳିତ ଖରାରେ ଏ ପର୍ଯ୍ୟନ୍ତ ମୋଟ ୨୬ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ରବିବାର ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି) ପକ୍ଷରୁ ସୂଚନା ଦିଆଯାଇଛି। ଏସ୍‌ଆର୍‌ସିଙ୍କ ସୂଚନାନୁସାରେ, ୧୪୧ଟି ଅଂଶୁଘାତ ମୃତ୍ୟୁ ଅଭିଯୋଗ ଆସିଥିଲା। ଏଥିମଧ୍ୟରୁ ୨୬ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ସ୍ଥାନୀୟ ଜିଲାପାଳମାନେ ସ୍ପଷ୍ଟ କରିଛନ୍ତି। ତେବେ ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ଘଟିଥିବାବେଳେ ଅବଶିଷ୍ଟ ୧୦୭ ଅଭିଯୋଗର ରିପୋର୍ଟ ଆସିନାହିଁ, ଯାହା ଏବେ ଜିଲାପାଳଙ୍କ ତଦନ୍ତ ପାଇଁ ଅଟକି ରହିଛି।

ଗତ ୩୦ ତାରିଖ ମଧ୍ୟରେ ୪୨ଟି ଅଭିଯୋଗ ଆସିଥିବାବେଳେ ୬ ଜଣଙ୍କର ଅଂଶୁଘାତଜନିତ ମୃତ୍ୟୁ ଏବଂ ୬ ଜଣଙ୍କ ଅନ୍ୟ କାରଣରୁ ମୃତ୍ୟୁ ଘଟିଥିଲା। କିନ୍ତୁ ଗତ ୭୨ ଘଣ୍ଟାରେ ଅର୍ଥାତ ଗତ ମେ’ ୩୧ରୁ ଜୁନ୍‌ ୨ ମଧ୍ୟରେ ୯୯ଟି ଅଭିଯୋଗ ଆସିଥିବାବେଳେ ୨୦ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଥିବାବେଳେ ବାକି ଅଭିଯୋଗର ରିପୋର୍ଟ ଆସିନାହିଁ। ରାଜ୍ୟରେ ଗତ କିଛିଦିନ ହେବ ପାରଦ ଉପରମୁହାଁ ରହିଥିବାରୁ ଅଂଶୁଘାତଜନିତ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବ ବୋଲି ଆକଳନ କରାଯାଉଛି। ଅପରପକ୍ଷେ ରାଜ୍ୟରେ ଅସ୍ବାଭାବିକ ମୃତ୍ୟୁସଂଖ୍ୟା ୩୧କୁ ବୃଦ୍ଧି ପାଇଛି। ଶନିବାର ସୁଦ୍ଧା ଅସ୍ବାଭାବିକ ମୃତ୍ୟୁ ହୋଇଥିବା ୨୮ ଜଣଙ୍କର ବ୍ୟବଚ୍ଛେଦ ସରିଥିବାବେଳେ ରାଉରକେଲାରେ ଅସ୍ବାଭାବିକ ମୃତ୍ୟୁ ହୋଇଥିବା ଆଉ ୩ ଜଣ ବ୍ୟକ୍ତିଙ୍କ ମୃତଦେହ ରବିବାର ବ୍ୟବଚ୍ଛେଦ ପାଇଁ ଆସିଥିବା ଜଣାପଡ଼ିଛି। ଏ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ଶୁକ୍ରବାର ଦିନ ଅସ୍ବାଭାବିକ ମୃତ୍ୟୁ ହୋଇଥିବା ୧୬ ଜଣଙ୍କର ବ୍ୟବଚ୍ଛେଦ ହୋଇଥିଲା। ଶନିବାର ଆଉ ୧୨ ଜଣଙ୍କର ବ୍ୟବଚ୍ଛେଦ ହୋଇଛି। ରବିବାର ମଧ୍ୟ ସେଭଳି କିଛି ଅସ୍ବାଭାବିକ ମୃତ୍ୟୁ ଅଭିଯୋଗ ଆସିଛି। ଏସବୁ କେସ୍‌କୁ ସିଧାସଳଖ ଅଂଶୁଘାତ ସହ ଲିଙ୍କ୍‌ କରାଯାଇପାରିବ ନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଓ ପାରିପାର୍ଶ୍ୱିକ ଯାଞ୍ଚ ପରେ ମୃତ୍ୟୁର ପ୍ରକୃତ କାରଣ କୁହାଯାଇପାରିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

 

The post ଅଂଶୁଘାତ ନେଉଛି ଜୀବନ, ଓଡ଼ିଶାରେ ୭୨ଘଣ୍ଟାରେ ୯୯ଜଣଙ୍କ ମୃତ୍ୟୁ ଅଭିଯୋଗ appeared first on Dharitri Odia News.