ଆସୁଛି ବଡ଼ ଲଘୁଚାପ: ଆଗାମୀ ୧୨ ଘଣ୍ଟା ମଧ୍ୟରେ ଶକ୍ତିଶାଳୀ ହୋଇ….

ଭୁବନେଶ୍ୱର,୨୧।୫: ଆଗାମୀ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି।ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହେବ। ପୂର୍ବକେନ୍ଦ୍ରୀୟ ଆରବ ସାଗରରେ ଏହି ଲଘୁଚାପ ସୃଷ୍ଟି ହେବ। ଉତ୍ତର କର୍ଣ୍ଣାଟକ-ଗୋଆ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ପରବର୍ତ୍ତୀ ସମୟରେ ଏହା ଉତ୍ତର ଦିଗରେ ଗତି କରିବ। ଘନୀଭୂତ ହୋଇ ଆଗାମୀ ୩୬ ଘଣ୍ଟାରେ ଅବପାତରେ ପରିଣତ ହେବ। ପରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଅନ୍ୟପକ୍ଷେ ବୁଧବାର ୧୩ ଜିଲାକୁ କାଳବୈଶାଖୀ ନେଇ ସତର୍କତା […] The post ଆସୁଛି ବଡ଼ ଲଘୁଚାପ: ଆଗାମୀ ୧୨ ଘଣ୍ଟା ମଧ୍ୟରେ ଶକ୍ତିଶାଳୀ ହୋଇ…. appeared first on Dharitri Odia News.

ଆସୁଛି ବଡ଼ ଲଘୁଚାପ: ଆଗାମୀ ୧୨ ଘଣ୍ଟା ମଧ୍ୟରେ ଶକ୍ତିଶାଳୀ ହୋଇ….

ଭୁବନେଶ୍ୱର,୨୧।୫: ଆଗାମୀ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି।ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହେବ। ପୂର୍ବକେନ୍ଦ୍ରୀୟ ଆରବ ସାଗରରେ ଏହି ଲଘୁଚାପ ସୃଷ୍ଟି ହେବ। ଉତ୍ତର କର୍ଣ୍ଣାଟକ-ଗୋଆ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ପରବର୍ତ୍ତୀ ସମୟରେ ଏହା ଉତ୍ତର ଦିଗରେ ଗତି କରିବ। ଘନୀଭୂତ ହୋଇ ଆଗାମୀ ୩୬ ଘଣ୍ଟାରେ ଅବପାତରେ ପରିଣତ ହେବ। ପରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି।
ଅନ୍ୟପକ୍ଷେ ବୁଧବାର ୧୩ ଜିଲାକୁ କାଳବୈଶାଖୀ ନେଇ ସତର୍କତା ଜାରି କରାଯାଇଛି। ଆସନ୍ତା ୩ ଦିନ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ବିଭିନ୍ନ ଜିଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ସମ୍ଭାବନା ରହିଛି।୧୩ ଜିଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ନିଂ ଜାରି କରିଛି।ମୌସୁମୀ ଆଗମନକୁ ନେଇ ଅନୁକୂଳ ହେଉଛି ପାଗ।

The post ଆସୁଛି ବଡ଼ ଲଘୁଚାପ: ଆଗାମୀ ୧୨ ଘଣ୍ଟା ମଧ୍ୟରେ ଶକ୍ତିଶାଳୀ ହୋଇ…. appeared first on Dharitri Odia News.