‘ଅକ୍ଟୋପସ୍’ ମୁଣ୍ଡକୁ ହିଟ୍ କରିଛୁ; ଆକ୍ରମଣରେ ସବୁ ଟାର୍ଗେଟ୍ ହାସଲ...'
ନୂଆଦିଲ୍ଲୀ: ଇସ୍ରାଏଲ୍ ଏୟାର ଷ୍ଟ୍ରାଇକରେ ଧ୍ବଂସ ହୋଇଛି ଇରାନର ସୈନ୍ୟ ଆଡ୍ଡା । ପ୍ରାୟ ୧୦ଟି ଠିକଣାରେ ମିସାଇଲ୍ ମାଡ଼ ହୋଇଛି । ରାଜଧାନୀ ତେହେରାନରେ ବଡ଼ ଧରଣର କ୍ଷୟକ୍ଷତି ହୋଇଛି । ଏହାକୁ ନେଇ ମୁହାଁ ଖୋଲିଛନ୍ତି, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ସେ କହିଛନ୍ତି, ୨ ଦିନ ପୂର୍ବରୁ ଇସ୍ରାଏଲ ସେନା ‘ଅକ୍ଟୋପସ୍’ ମୁଣ୍ଡକୁ ହିଟ୍ କରିଛି । ଇସ୍ରାଏଲ ଡିଫେନ୍ସ ଫୋର୍ସ ତା’ର ସବୁ ଟାର୍ଗେଟକୁ ହିଟ୍ କରିବାରେ ସଫଳ ହୋଇଛି । ସେପଟେ ଇରାନ ସୁପ୍ରିମ୍ ଲିଡର ଆୟାତୋଲ୍ଲା ଖାମେନେଇ ନେତନ୍ୟାହୁଙ୍କ ବୟାନ ଉପରେ ପ୍ରଥମ ଥର ପାଇଁ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଇସ୍ରାଏଲ ଏହାର ଆକ୍ରମଣକୁ ଅତିରଞ୍ଜିତ କରି ବଢ଼େଇ ଚଢ଼େଇ ନ କହୁ କିମ୍ବା ଆମକୁ ଦୁର୍ବଳ ନ ଭାବୁ । ଇସ୍ରାଏଲ ଇରାନର ଯୁବବର୍ଗଙ୍କ ଶକ୍ତିକୁ ଅଣଦେଖା ନ କରୁ । ଇରାନ ଜନତାଙ୍କ ସନ୍ଦେଶକୁ ଇସ୍ରାଏଲକୁ କିପରି ଦିଆଯିବ ତାହା ଅଧିକାରୀମାନଙ୍କ ଉପରେ ନିର୍ଭର କରେ । ତେଣୁ ଦେଶର ହିତକୁ ପ୍ରଥମେ ରଖି ଅଧିକାରୀମାନେ ପଦକ୍ଷେପ ନେବେ ବୋଲି ଖାମେନେଇ କହିଛନ୍ତି । ନେତନ୍ୟାହୁ କହିଛନ୍ତି, ଅକ୍ଟୋବର ପହିଲା ଆକ୍ରମଣର ପାଲଟା ଜବାବ ଇରାନକୁ ଦିଆଯିବ ବୋଲି ଇସ୍ରାଏଲ କହିଥିଲା, ତାହା କରି ମଧ୍ୟ ଦେଖାଇଛି । ଇରାନ ଉପରେ ଘାତକ ପ୍ରହାର ହୋଇଛି ଏବଂ ଏଥିରେ ଇରାନର ବହୁ କ୍ଷୟକ୍ଷତି ହୋଇଛି । ଆକ୍ରମଣ ପଛର ସମସ୍ତ ଉଦ୍ଦେଶ୍ୟ ଇସ୍ରାଏଲ ହାସଲ
ନୂଆଦିଲ୍ଲୀ: ଇସ୍ରାଏଲ୍ ଏୟାର ଷ୍ଟ୍ରାଇକରେ ଧ୍ବଂସ ହୋଇଛି ଇରାନର ସୈନ୍ୟ ଆଡ୍ଡା । ପ୍ରାୟ ୧୦ଟି ଠିକଣାରେ ମିସାଇଲ୍ ମାଡ଼ ହୋଇଛି । ରାଜଧାନୀ ତେହେରାନରେ ବଡ଼ ଧରଣର କ୍ଷୟକ୍ଷତି ହୋଇଛି । ଏହାକୁ ନେଇ ମୁହାଁ ଖୋଲିଛନ୍ତି, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ସେ କହିଛନ୍ତି, ୨ ଦିନ ପୂର୍ବରୁ ଇସ୍ରାଏଲ ସେନା ‘ଅକ୍ଟୋପସ୍’ ମୁଣ୍ଡକୁ ହିଟ୍ କରିଛି । ଇସ୍ରାଏଲ ଡିଫେନ୍ସ ଫୋର୍ସ ତା’ର ସବୁ ଟାର୍ଗେଟକୁ ହିଟ୍ କରିବାରେ ସଫଳ ହୋଇଛି ।
ସେପଟେ ଇରାନ ସୁପ୍ରିମ୍ ଲିଡର ଆୟାତୋଲ୍ଲା ଖାମେନେଇ ନେତନ୍ୟାହୁଙ୍କ ବୟାନ ଉପରେ ପ୍ରଥମ ଥର ପାଇଁ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଇସ୍ରାଏଲ ଏହାର ଆକ୍ରମଣକୁ ଅତିରଞ୍ଜିତ କରି ବଢ଼େଇ ଚଢ଼େଇ ନ କହୁ କିମ୍ବା ଆମକୁ ଦୁର୍ବଳ ନ ଭାବୁ । ଇସ୍ରାଏଲ ଇରାନର ଯୁବବର୍ଗଙ୍କ ଶକ୍ତିକୁ ଅଣଦେଖା ନ କରୁ । ଇରାନ ଜନତାଙ୍କ ସନ୍ଦେଶକୁ ଇସ୍ରାଏଲକୁ କିପରି ଦିଆଯିବ ତାହା ଅଧିକାରୀମାନଙ୍କ ଉପରେ ନିର୍ଭର କରେ । ତେଣୁ ଦେଶର ହିତକୁ ପ୍ରଥମେ ରଖି ଅଧିକାରୀମାନେ ପଦକ୍ଷେପ ନେବେ ବୋଲି ଖାମେନେଇ କହିଛନ୍ତି ।
ନେତନ୍ୟାହୁ କହିଛନ୍ତି, ଅକ୍ଟୋବର ପହିଲା ଆକ୍ରମଣର ପାଲଟା ଜବାବ ଇରାନକୁ ଦିଆଯିବ ବୋଲି ଇସ୍ରାଏଲ କହିଥିଲା, ତାହା କରି ମଧ୍ୟ ଦେଖାଇଛି । ଇରାନ ଉପରେ ଘାତକ ପ୍ରହାର ହୋଇଛି ଏବଂ ଏଥିରେ ଇରାନର ବହୁ କ୍ଷୟକ୍ଷତି ହୋଇଛି । ଆକ୍ରମଣ ପଛର ସମସ୍ତ ଉଦ୍ଦେଶ୍ୟ ଇସ୍ରାଏଲ ହାସଲ କରିଛି । ଇରାନ ବୁଝିଯିବା ଉଚିତ୍ ଯେ, ଯିଏ ବି ଆମକୁ କ୍ଷତି ପହଞ୍ଚାଇବ ତାକୁ ଇସ୍ରାଏଲ କ୍ଷମା ଦେବନାହିଁ । ଅନ୍ୟପକ୍ଷରେ ଇସ୍ରାଏଲ ଆକ୍ରମଣର ଜବାବ ଦେବାକୁ ଇରାନ ପାଖରେ ଅଧିକାର ରହିଛି ବୋଲି ଇରାନୀୟ ଅଧିକାରୀ କହିଛନ୍ତି ।