ଅକ୍ଟୋବର ୨ରୁ ଜନସମ୍ପର୍କ ପଦଯାତ୍ରା, ଗୋପବନ୍ଧୁ ଜୟନ୍ତୀରୁ ଚାଲିବ ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ବର : ପ୍ରତିବର୍ଷ ଭଳି ବିଜୁ ଜନତା ଦଳ ଅକ୍ଟୋବର ୨ ‘ଗାନ୍ଧୀ ଜୟନ୍ତୀ’ ଠାରୁ ରାଜ୍ୟରେ ଜନସମ୍ପର୍କ ପଦଯାତ୍ରା କରିବ। ଶୁକ୍ରବାର ଶଙ୍ଖ ଭବନରେ ରାଜ୍ୟ ସାଙ୍ଗଠନିକ କର୍ମକର୍ତ୍ତା ଓ ଜିଲ୍ଲା ସଭାପତି ମାନଙ୍କ ସହ ବିଜେଡି ସଭାପତି ନବୀନ ପଟ୍ଟନାୟକ ବୈଠକ ପରେ ଏହା ସ୍ଥିର ହୋଇଛି। ଶଙ୍ଖ ଭବନରେ ୩୩ଟି ସାଙ୍ଗଠନିକ ସଭାପତି ମାନଙ୍କ ସହ କୋଡିନେସନ୍ କମିଟିର ଆଲୋଚନା ହୋଇଥିଲା। ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ ପରି ବିଭିନ୍ନ […]

ଅକ୍ଟୋବର ୨ରୁ ଜନସମ୍ପର୍କ ପଦଯାତ୍ରା, ଗୋପବନ୍ଧୁ ଜୟନ୍ତୀରୁ ଚାଲିବ ସଭ୍ୟ ସଂଗ୍ରହ ଅଭିଯାନ
bjd jana samparka pada yatra will begin from gandhi jayant

ଭୁବନେଶ୍ବର : ପ୍ରତିବର୍ଷ ଭଳି ବିଜୁ ଜନତା ଦଳ ଅକ୍ଟୋବର ୨ ‘ଗାନ୍ଧୀ ଜୟନ୍ତୀ’ ଠାରୁ ରାଜ୍ୟରେ ଜନସମ୍ପର୍କ ପଦଯାତ୍ରା କରିବ। ଶୁକ୍ରବାର ଶଙ୍ଖ ଭବନରେ ରାଜ୍ୟ ସାଙ୍ଗଠନିକ କର୍ମକର୍ତ୍ତା ଓ ଜିଲ୍ଲା ସଭାପତି ମାନଙ୍କ ସହ ବିଜେଡି ସଭାପତି ନବୀନ ପଟ୍ଟନାୟକ ବୈଠକ ପରେ ଏହା ସ୍ଥିର ହୋଇଛି।

ଶଙ୍ଖ ଭବନରେ ୩୩ଟି ସାଙ୍ଗଠନିକ ସଭାପତି ମାନଙ୍କ ସହ କୋଡିନେସନ୍ କମିଟିର ଆଲୋଚନା ହୋଇଥିଲା। ଜନସମ୍ପର୍କ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ ପରି ବିଭିନ୍ନ ପ୍ରସଙ୍ଗରେ ଆଜି ଆଲୋଚନା ହୋଇଛି। ନବୀନ ପଟ୍ଟନାୟକ ଏକ ଘଣ୍ଟାରୁ ଅଧିକ ସମୟ ଧରି ଦଳୀୟ କର୍ମକର୍ତ୍ତାଙ୍କ ସହ ଦଳକୁ କିପରି ଅଧିକ ମଜବୁତ୍ କରାଯିବ ସେନେଇ ଆଲୋଚନା କରିଥିଲେ।

ନବୀନଙ୍କ ସହ ବୈଠକ ପରେ ବିଜେଡି ସମନ୍ୱୟ କମିଟିର ମୁଖ୍ୟ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ସଞ୍ଜୟ ଦାସ ବର୍ମା ଓ ଅତନୁ ସବ୍ୟସାଚୀ ନାୟକ ଗଣମାଧ୍ୟମକୁ ବିଜେଡିର ଆଗାମୀ କାର୍ଯ୍ୟକ୍ରମ ନେଇ ବିସୃତ ବିବରଣୀ ପ୍ରଦାନ କରିଥିଲେ। ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଥିଲେ ଆସନ୍ତା ଅକ୍ଟୋବର ୨ତାରିଖ ରୁ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଜନସଂପର୍କ ପଦଯାତ୍ରା କରିବ ବିଜେଡି। ସେହିପରି ପୂଜା ପରେ ଅକ୍ଟୋବର ୨୧ ରୁ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା ଜାରି ରହିବ । ସେହିପରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅକ୍ଟୋବର ୯ ତାରିଖରୁ ଡିସେମ୍ବର ୯ ତାରିଖ ଦୁଇ ମାସ ପର୍ଯ୍ୟନ୍ତ ସଭ୍ୟ ସଂଗ୍ରହ ଅଭିଯାନ ଚାଲିବ। ସୋସିଆଲ ମିଡିଆକୁ ଅଧିକ ସକ୍ରିୟ କରିବା ସହିତ ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନର ବିପୁଳ ସଫଳତା ଦିଗରେ ନିଷ୍ଠାପର ଭାବରେ କାର୍ଯ୍ୟ କରାଯିବ।