‘ଅକ୍ଟୋବର ୮ ଫଳାଫଳକୁ ଅପେକ୍ଷା କର, ବାକି କେବଳ ଟାଇମ୍‌ ପାସ୍‌’

କଶ୍ମୀର,୬।୧୦: ନ୍ୟାଶନାଲ କନ୍‌ଫରେନ୍ସ ନେତା ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଶନିବାର ସନ୍ଧ୍ୟାରେ ଆସିଥିବା ଏକ୍‌ଜିଟ୍‌ ପୋଲ୍‌ର ପୂର୍ବାନୁମାନ ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ନିର୍ବାଚନର ପ୍ରକୃତ ଫଳାଫଳ ପାଇଁ ସମସ୍ତଙ୍କୁ ଅକ୍ଟୋବର ୮କୁ ଅପେକ୍ଷା କରିବା ଉଚିତ।କାରଣ ୨୦୨୪ ଲୋକ ସଭା ନିର୍ବାଚନ ସମୟରେ ଏହି ଏକଜିଟ୍‌ ପୋଲର୍‌ର ପୂର୍ବାନୁମାନ ଭୁଲ ପ୍ରମାଣିତ ହୋଇଥିବା ସେ କହିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଉମର ପୋଷ୍ଟ କରି କହିଛନ୍ତି, ମୁଁ ଚକିତ […] The post ‘ଅକ୍ଟୋବର ୮ ଫଳାଫଳକୁ ଅପେକ୍ଷା କର, ବାକି କେବଳ ଟାଇମ୍‌ ପାସ୍‌’ appeared first on Dharitri Odia News.

‘ଅକ୍ଟୋବର ୮ ଫଳାଫଳକୁ ଅପେକ୍ଷା କର, ବାକି କେବଳ ଟାଇମ୍‌ ପାସ୍‌’

କଶ୍ମୀର,୬।୧୦: ନ୍ୟାଶନାଲ କନ୍‌ଫରେନ୍ସ ନେତା ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଶନିବାର ସନ୍ଧ୍ୟାରେ ଆସିଥିବା ଏକ୍‌ଜିଟ୍‌ ପୋଲ୍‌ର ପୂର୍ବାନୁମାନ ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ନିର୍ବାଚନର ପ୍ରକୃତ ଫଳାଫଳ ପାଇଁ ସମସ୍ତଙ୍କୁ ଅକ୍ଟୋବର ୮କୁ ଅପେକ୍ଷା କରିବା ଉଚିତ।କାରଣ ୨୦୨୪ ଲୋକ ସଭା ନିର୍ବାଚନ ସମୟରେ ଏହି ଏକଜିଟ୍‌ ପୋଲର୍‌ର ପୂର୍ବାନୁମାନ ଭୁଲ ପ୍ରମାଣିତ ହୋଇଥିବା ସେ କହିଛନ୍ତି।

ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଉମର ପୋଷ୍ଟ କରି କହିଛନ୍ତି, ମୁଁ ଚକିତ ଯେ ଟିଭି ଚ୍ୟାନେଲଗୁଡ଼ିକ ଏକଜିଟ୍‌ ପୋଲ୍‌ ପାଇଁ ବ୍ୟସ୍ତ, ବିଶେଷକରି ଗତ ସାଧାରଣ ନିର୍ବାଚନରେ ପରାଜୟ ପରେ। ମୁଁ ଟିଭି ଚ୍ୟାନେଲ, ସୋସିଆଲ ମିଡିଆ, ହ୍ବାଟ୍ସଅପ୍‌ ଆଦିରେ ହେବାକୁ ଥିବା ସମସ୍ତ ହୋହଲ୍ଲାକୁ ଅଣଦେଖା କରୁଛି କାରଣ କେବଳ ୮ ଅକ୍ଟୋବରର ସଂଖ୍ୟା ଗୁରୁତ୍ୱପୂର୍ଣ୍ଣ ହେବ। ବାକି ସବୁକିଛି କେବଳ ଟାଇମ୍‌ ପାସ୍‌ ହେବ।

କହିରଖୁଛୁ, ଜମ୍ମୁ କଶ୍ମୀରରେ ୧୦ ବର୍ଷ ପରେ ବିଧାନସଭା ନିର୍ବାଚନ କରାଯାଇଛି। ଏହାର ପରିଣାମ ୮ ଅକ୍ଟୋବରରେ ଆସିବ। ଏହାପରେ ରାଜ୍ୟରେ ନୂଆ ସରକାର ହେବାର ପୂର୍ଣ୍ଣ ସମ୍ଭାବନା ରହିଛି। ଅଧିକାଂଶ ‘ଏକଜିଟ୍‌ ପୋଲ୍‌’ରେ ନ୍ୟାଶନାଲ କନ୍‌ଫରେନ୍ସକୁ ସବୁଠାରୁ ବଡ଼ ଦଳ ଭାବେ ଦର୍ଶାଯାଇଛି। ଏହା ପରେ ଭାଜପାକୁ ସିଟ୍‌ ମିଳିବାର ସମ୍ଭାବନା ଥିବା କୁହାଯାଇଛି।

ପୂର୍ବରୁ ପିଡିପି ନେତା ଇଲ୍‌ତିଜା ମୁଫ୍‌ତି ଶନିବାର କହିଛନ୍ତି ଯେ ଜମ୍ମୁ କଶ୍ମୀରରେ ହେବାକୁ ଥିବା ସରକାର ଶକ୍ତି ବିହୀନ ହେବେ। କହିବାକୁ ଗଲେ ରାଜ୍ୟର ମୁଖ୍ୟମନ୍ତ୍ରୀ କେବଳ ରବର ଷ୍ଟାମ୍ପ ଏବଂ କୌଣସି ନଗରପାଳିକାର ମେୟର ସହ ସମାନ ହେବ।

The post ‘ଅକ୍ଟୋବର ୮ ଫଳାଫଳକୁ ଅପେକ୍ଷା କର, ବାକି କେବଳ ଟାଇମ୍‌ ପାସ୍‌’ appeared first on Dharitri Odia News.