ବିଜେଡି ଛାଡ଼ିଲେ ଅଭିନେତା ଅରିନ୍ଦମ ରାୟ
ଭୁବନେଶ୍ୱର,୧୫ା୩: ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଛନ୍ତି ଅଭିନେତା ଅରିନ୍ଦମ ରାୟ । ସାଧାରଣ ସଂପାଦକ ସହିତ ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ଇସ୍ତଫା ପତ୍ରରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ନିଜର କ୍ଷୋଭ ଜଣାଇଛନ୍ତି। ଏଥି ସହିତ ଦଳ ମଧ୍ୟରେ ଥିଲେ ମଧ୍ୟ ତାଙ୍କୁ କିମ୍ବା ତାଙ୍କ କାର୍ଯ୍ୟକୁ ଦଳରେ ମର୍ଯ୍ୟାଦା ମିଳୁନଥିବା ସେ କହିଛନ୍ତି। ତେବେ ଅନେକ ଥର ମୁଖ୍ୟମନ୍ତ୍ରୀଙ୍କୁ […] The post ବିଜେଡି ଛାଡ଼ିଲେ ଅଭିନେତା ଅରିନ୍ଦମ ରାୟ appeared first on Dharitri Odia News.
ଭୁବନେଶ୍ୱର,୧୫ା୩: ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଛନ୍ତି ଅଭିନେତା ଅରିନ୍ଦମ ରାୟ । ସାଧାରଣ ସଂପାଦକ ସହିତ ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ଇସ୍ତଫା ପତ୍ରରେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ନିଜର କ୍ଷୋଭ ଜଣାଇଛନ୍ତି।
ଏଥି ସହିତ ଦଳ ମଧ୍ୟରେ ଥିଲେ ମଧ୍ୟ ତାଙ୍କୁ କିମ୍ବା ତାଙ୍କ କାର୍ଯ୍ୟକୁ ଦଳରେ ମର୍ଯ୍ୟାଦା ମିଳୁନଥିବା ସେ କହିଛନ୍ତି। ତେବେ ଅନେକ ଥର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସେ ଚାହିଁଥିଲେ ବି ସୁଯୋଗ ମିଳି ନଥିବାରୁ, ତାଙ୍କୁ ଭେଟିବାର ମାପଦଣ୍ଡ ପୂରଣ କରୁନଥିବା ଅନୁଭବ କରୁଥିବା ମଧ୍ୟ ସେ କହିଛନ୍ତି। ୨୦୦୯ରେ ବିଜେଡିରେ ଯୋଗ ଦେଇଥିଲେ ଅରିନ୍ଦମ। ୨୦୧୪ରୁ ଦଳର ନିୟମୀୟତ ଦଳର ତାରକା ପ୍ରଚାରକ ହୋଇ ଆସୁଥିଲେ।
ନିକଟରେ ଦେବାଶିଷଙ୍କୁ ରାଜ୍ୟ ସଭା ପ୍ରାର୍ଥୀ ଭାବେ ଚୟନ କରାଯାଇଥିବାରୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ଅଭିନେତା ଅରିନ୍ଦମ ରାଏଙ୍କୁ କଟକରୁ ଟିକେଟ ସୁନିଶ୍ଚିତ ବୋଲୁ ଆଲୋଚନା ଜୋର୍ ଧରିଥିଲା। ଅରିନ୍ଦମ କିଛିମାସ ହେବ ଚା’ ଖଟି ଓ ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ସାଧାରଣ ଲୋକଙ୍କ ନିକଟତର ହେଉଥିବା ନଜରକୁ ଆସିଥିଲା। ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବା ପାଇଁ ପ୍ରଥମରୁ ମୁଁ ଆଶାୟୀ ରହିଛି ବୋଲି ଅରିନ୍ଦମ କହିଥିଲେ। ସୁଯୋଗ ମିଳିଲେ ନିଶ୍ଚିତ ନିର୍ବାଚନ ଲଢିବି। ଏଥିପାଇଁ ପ୍ରସ୍ତୁତ ଅଛି। ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ତାକୁ ଅପେକ୍ଷା କରିଛି ବୋଲି ସେ କହିଥିଲେ।
ଏହା ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଅରିନ୍ଦମ୍ ଭେଟିବା ପରେ ଚର୍ଚ୍ଚା ବଢିଥିଲା। କଟକ ଆଠଗଡ ଅନ୍ତର୍ଗତ ଧବଳେଶ୍ୱର ନିକଟରେ ଏକ ଘରୋଇ ରିସର୍ଟରେ ଉଭୟଙ୍କର ଦେଖା ସାକ୍ଷାତ ହୋଇଥିଲା। ଏହାପରଠାରୁ ଅରିନ୍ଦମ ଏକାକୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଆସୁଥିବା ଦେଖିବାକୁ ମିଳିଥିଲା।
The post ବିଜେଡି ଛାଡ଼ିଲେ ଅଭିନେତା ଅରିନ୍ଦମ ରାୟ appeared first on Dharitri Odia News.