ଅକ୍ଟୋବରରୁ ମୃତ ରାଶନକାର୍ଡ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା
ଭୁବନେଶ୍ବର:ଆସନ୍ତା ଅକ୍ଟୋବରରୁ ରାଜ୍ୟରେ ମୃତ ଓ ନିଖୋଜ ରାଶନକାର୍ଡ ହିତାଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ବାସ୍ତବରେ କେତେ ହିତାଧିକାରୀ ରାଶନ ନେଉଛନ୍ତି ତାହା ଜଣାପଡ଼ିବ। ଅନେକ ହିତାଧିକାରୀ ମୃତ ହୋଇଥିଲେ ସୁଦ୍ଧା ସେମାନଙ୍କ ନାମରେ ଖାଦ୍ୟ ସାମଗ୍ରୀ ଉଠାଯାଉଛି। ଏହାକୁ ରୋକିବା ପାଇଁ ଡିଲରପଏଣ୍ଟରେ ଯାଞ୍ଚ କରାଯିବ। ଏ ପର୍ଯ୍ୟନ୍ତ ରାଜ୍ୟରେ ୧୪.୫ ଲକ୍ଷ ମୃତ ଓ ନିଖୋଜ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। […] The post ଅକ୍ଟୋବରରୁ ମୃତ ରାଶନକାର୍ଡ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା appeared first on Odisha.News.

ଭୁବନେଶ୍ବର:ଆସନ୍ତା ଅକ୍ଟୋବରରୁ ରାଜ୍ୟରେ ମୃତ ଓ ନିଖୋଜ ରାଶନକାର୍ଡ ହିତାଧିକାରୀଙ୍କ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ବାସ୍ତବରେ କେତେ ହିତାଧିକାରୀ ରାଶନ ନେଉଛନ୍ତି ତାହା ଜଣାପଡ଼ିବ। ଅନେକ ହିତାଧିକାରୀ ମୃତ ହୋଇଥିଲେ ସୁଦ୍ଧା ସେମାନଙ୍କ ନାମରେ ଖାଦ୍ୟ ସାମଗ୍ରୀ ଉଠାଯାଉଛି।
ଏହାକୁ ରୋକିବା ପାଇଁ ଡିଲରପଏଣ୍ଟରେ ଯାଞ୍ଚ କରାଯିବ। ଏ ପର୍ଯ୍ୟନ୍ତ ରାଜ୍ୟରେ ୧୪.୫ ଲକ୍ଷ ମୃତ ଓ ନିଖୋଜ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ତେବେ ଏଭଳି ଆହୁରି ଅନେକ ହିତାଧିକାରୀ ଥିଲେ ମଧ୍ୟ ତାହା ଜଣାପଡୁନାହନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୃଣମୂଳ ସ୍ତରରେ ରାଶନକାର୍ଡ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏଥିପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମାର୍କେଟ ଇଣ୍ଟେଲିଜେନ୍ସ (ଏମ୍.ଆଇ.) ଅଧିକାରୀମାନେ ଡିଲରମାନଙ୍କ ସହ ଯୋଗାଯୋଗ କରି ଡାଟା ପ୍ରସ୍ତୁତ କରିବେ। ରାଜ୍ୟରେ ୧୨ ହଜାର ସରକାରୀ ଖୁଚୁରା ଦୋକାନୀ ଅଛନ୍ତି । ସେମାନଙ୍କଠାରୁ ହିତାଧିକାରୀମାନଙ୍କର ସମସ୍ତ ତଥ୍ୟ ସଂଗ୍ରହ କରାଯିବ। ଏହାଛଡ଼ା ବାସ୍ତବ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ବର୍ଷକୁ ଥରେ ହିତାଧିକାରୀଙ୍କ ଇ-କଓ୍ବୋଇସି (ନୋ ୟୋର କଷ୍ଟମର) ଯୋଗାଣ ବିଭାଗ ପୋର୍ଟାଲରେ ଅପଲୋଡ୍ କରାଯିବ।
ଏହାଦ୍ୱାରା ହିତାଧିକାରୀମାନଙ୍କ ବିଷୟରେ ସମସ୍ତ ତଥ୍ୟ ଜଣାଡ଼ିବ। ଏହାଦ୍ୱାରା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସ୍ବଚ୍ଛତା ଓ ପାରଦର୍ଶିତା ରହି ପାରିବ ବୋଲି ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସେ କହିଛନ୍ତି, ରାଶନ ନେଉଥିବା ବ୍ୟକ୍ତି ପ୍ରକୃତ ହିତାଧିକାରୀ କି ନୁହେଁ ଡିଲରଙ୍କ ନିକଟରେ ଥିବା ପଏଣ୍ଟ ଅଫ୍ ସେଲ (ପିଓଏସ୍)ରେ ଆଙ୍ଗୁଠି ଛାପ(ଫିଙ୍ଗର ପ୍ରିଣ୍ଟସ୍) ନିଆଯିବ। ଯେଉଁ ହିତାଧିକାରୀ ଆଙ୍ଗୁଠି ଛାପ ଦେବେ ନାହିଁ ସେମାନଙ୍କର ରାଶନକାର୍ଡ ତାଲିକାରୁ ନାଁ କଟିଯିବ। ଖାଦ୍ୟ ସୁରକ୍ଷା ଯୋଜନାରେ ପାରଦର୍ଶିତ ଆଣିବା ପାଇଁ ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଗାଇଡ୍ଲାଇନ ଜାରି କରାଯାଇଛି ବୋଲି ସେ କହିଛନ୍ତି।
The post ଅକ୍ଟୋବରରୁ ମୃତ ରାଶନକାର୍ଡ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା appeared first on Odisha.News.