ମେଗାଷ୍ଟାର ଚିରଞ୍ଜିବୀଙ୍କୁ ଗିନିଜ୍‌ ୱାର୍ଲ୍ଡ ରେକର୍ଡ, ସମ୍ମାନ ପ୍ରଦାନ କଲେ ଅମୀର ଖାନ

ମୁମ୍ଵାଇ ୨୩।୦୯: ମେଗାଷ୍ଟାର ଚିରଞ୍ଜିବୀ ଏବେ ଗିନିଜ୍‌ ବୁକ୍‌ ରେକର୍ଡଧାରୀ ହୋଇଛନ୍ତି । ୪୫  ବର୍ଷରେ ୨୪,୦୦୦ ଡ୍ୟାନ୍ସ ଷ୍ଟେପ୍‌ କରି ସେ ଏହି ରେକର୍ଡର ଅଧିକାରୀ  ହୋଇଛନ୍ତି । ରବିବାର ଫିଲ୍ମ ଷ୍ଟାର ଆମିର ଖାନ୍‌ ହାଇଦ୍ରାବାଦରେ ଏକ  କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ସାଉଥ୍‌ ସୁପରଷ୍ଟାର   ଚିରଞ୍ଜିବୀ ୧୯୭୮ରେ ଭାରତୀୟ ଚଳଚ୍ଚିତ୍ର ଜଗତରେ କାମ ଆରମ୍ଭ କରିଥିଲେ । ୪୫ ବର୍ଷରେ ୧୫୬ ଫିଲ୍ମରେ ୫୩୭ ଗୀତରେ ସେ ୨୪,୦୦୦ ଡ୍ୟାନ୍ସ  ଷ୍ଟେପ୍‌ କରିଛନ୍ତି । ପୁରସ୍କାର ପାଇବା ଅବସରରେ ଚିରଞ୍ଜିବୀ କହିଥିଲେ,  ଗିନିଜ ରେକର୍ଡ କଥା କେବେ ଭାବି ନ ଥିଲି । ସିନେମାର ଏହି ଯାତ୍ରାରେ  ଗିନିଜ୍‌ ପୁରସ୍କାର କଳ୍ପନା ବାହାରେ । ମୋ ପ୍ରଯୋଜକମାନଙ୍କୁ ଧନ୍ୟବାଦ ।   ଚଳଚ୍ଚିତ୍ରରେ ଅଭିନୟ ତୁଳନାରେ ନୃତ୍ୟ ପ୍ରତି ଅଧିକ ଆଗ୍ରହୀ ଥାଏ । ୱାର୍କ  ଫ୍ରଣ୍ଟକୁ ଦେଖିଲେ ଆଗକୁ ଚିରଞ୍ଜିବୀଙ୍କ ‘ବିଶ୍ୱମ୍ଭରା’ ଫିଲ୍ମ ଆସୁଛି । ମାଲ୍ଲିଦି  ବଶିଷ୍ଠ ଏହାର ନିର୍ଦ୍ଦେଶନା ଦେଇଛନ୍ତି  

ମେଗାଷ୍ଟାର ଚିରଞ୍ଜିବୀଙ୍କୁ ଗିନିଜ୍‌ ୱାର୍ଲ୍ଡ ରେକର୍ଡ, ସମ୍ମାନ ପ୍ରଦାନ କଲେ ଅମୀର ଖାନ

ମୁମ୍ଵାଇ ୨୩।୦୯: ମେଗାଷ୍ଟାର ଚିରଞ୍ଜିବୀ ଏବେ ଗିନିଜ୍‌ ବୁକ୍‌ ରେକର୍ଡଧାରୀ ହୋଇଛନ୍ତି । ୪୫  ବର୍ଷରେ ୨୪,୦୦୦ ଡ୍ୟାନ୍ସ ଷ୍ଟେପ୍‌ କରି ସେ ଏହି ରେକର୍ଡର ଅଧିକାରୀ  ହୋଇଛନ୍ତି । ରବିବାର ଫିଲ୍ମ ଷ୍ଟାର ଆମିର ଖାନ୍‌ ହାଇଦ୍ରାବାଦରେ ଏକ  କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ସାଉଥ୍‌ ସୁପରଷ୍ଟାର   ଚିରଞ୍ଜିବୀ ୧୯୭୮ରେ ଭାରତୀୟ ଚଳଚ୍ଚିତ୍ର ଜଗତରେ କାମ ଆରମ୍ଭ କରିଥିଲେ । 

୪୫ ବର୍ଷରେ ୧୫୬ ଫିଲ୍ମରେ ୫୩୭ ଗୀତରେ ସେ ୨୪,୦୦୦ ଡ୍ୟାନ୍ସ  ଷ୍ଟେପ୍‌ କରିଛନ୍ତି । ପୁରସ୍କାର ପାଇବା ଅବସରରେ ଚିରଞ୍ଜିବୀ କହିଥିଲେ,  ଗିନିଜ ରେକର୍ଡ କଥା କେବେ ଭାବି ନ ଥିଲି । ସିନେମାର ଏହି ଯାତ୍ରାରେ  ଗିନିଜ୍‌ ପୁରସ୍କାର କଳ୍ପନା ବାହାରେ । ମୋ ପ୍ରଯୋଜକମାନଙ୍କୁ ଧନ୍ୟବାଦ ।   ଚଳଚ୍ଚିତ୍ରରେ ଅଭିନୟ ତୁଳନାରେ ନୃତ୍ୟ ପ୍ରତି ଅଧିକ ଆଗ୍ରହୀ ଥାଏ । ୱାର୍କ  ଫ୍ରଣ୍ଟକୁ ଦେଖିଲେ ଆଗକୁ ଚିରଞ୍ଜିବୀଙ୍କ ‘ବିଶ୍ୱମ୍ଭରା’ ଫିଲ୍ମ ଆସୁଛି । ମାଲ୍ଲିଦି  ବଶିଷ୍ଠ ଏହାର ନିର୍ଦ୍ଦେଶନା ଦେଇଛନ୍ତି