ଅକ୍ଷୟ କୁମାରଙ୍କ ଡିପ୍‌ଫେକ୍‌ ଭିଡିଓ ଭାଇରାଲ, ଦେଖନ୍ତୁ…

ବମ୍ବେ: ଡିପ୍‌ଫେକ୍‌ ଜାଲରେ ଖିଲାଡ଼ି କିଙ୍ଗ ଅକ୍ଷୟ କୁମାର। ଏବେ ଅଭିନେତାଙ୍କର ଏକ ଭିଡିଓକୁ ଅନଲାଇନ୍‌ ଗେମ୍‌ରେ ପ୍ରମୋଶନ କରାଯାଇଛି। ଏନେଇ ଜଣାପଡ଼ିବା ପରେ ଅକ୍ଷୟ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ପୋଲିସ ଏବେ ଘଟଣାର ଯାଞ୍ଚ କରୁଛି। ଗତବର୍ଷ ଅଭିନେତ୍ରୀ ରଶ୍ମିକା ମନ୍ଦାନା, ଆଲିଆ ଭଟ୍ଟ, ନୋରା ଫତେହୀ, କାଜେଲ, କଟ୍ରିନା କୈଫଙ୍କ ଡିପ୍‌ଫେକ୍‌ ଭିଡିଓ ଭାଇରାଲ ହୋଇଥିଲା। ରଶ୍ମିକା ମଧ୍ୟ ଅକ୍ଷୟଙ୍କ ଭଳି ପୋଲିସର ଦ୍ୱାରସ୍ଥ ହୋଇଥିଲେ। ତେବେ ଏଆଇ ଉପଯୋଗ କରି ଭିଡିଓକୁ […] The post ଅକ୍ଷୟ କୁମାରଙ୍କ ଡିପ୍‌ଫେକ୍‌ ଭିଡିଓ ଭାଇରାଲ, ଦେଖନ୍ତୁ… appeared first on Dharitri Odia News.

ଅକ୍ଷୟ କୁମାରଙ୍କ ଡିପ୍‌ଫେକ୍‌ ଭିଡିଓ ଭାଇରାଲ, ଦେଖନ୍ତୁ…

ବମ୍ବେ: ଡିପ୍‌ଫେକ୍‌ ଜାଲରେ ଖିଲାଡ଼ି କିଙ୍ଗ ଅକ୍ଷୟ କୁମାର। ଏବେ ଅଭିନେତାଙ୍କର ଏକ ଭିଡିଓକୁ ଅନଲାଇନ୍‌ ଗେମ୍‌ରେ ପ୍ରମୋଶନ କରାଯାଇଛି। ଏନେଇ ଜଣାପଡ଼ିବା ପରେ ଅକ୍ଷୟ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ପୋଲିସ ଏବେ ଘଟଣାର ଯାଞ୍ଚ କରୁଛି।

ଗତବର୍ଷ ଅଭିନେତ୍ରୀ ରଶ୍ମିକା ମନ୍ଦାନା, ଆଲିଆ ଭଟ୍ଟ, ନୋରା ଫତେହୀ, କାଜେଲ, କଟ୍ରିନା କୈଫଙ୍କ ଡିପ୍‌ଫେକ୍‌ ଭିଡିଓ ଭାଇରାଲ ହୋଇଥିଲା। ରଶ୍ମିକା ମଧ୍ୟ ଅକ୍ଷୟଙ୍କ ଭଳି ପୋଲିସର ଦ୍ୱାରସ୍ଥ ହୋଇଥିଲେ। ତେବେ ଏଆଇ ଉପଯୋଗ କରି ଭିଡିଓକୁ ବହୁତ ଖରାପ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି। ଯାହାକି ଏବେ ଚିନ୍ତାର ବିଷୟ ପାଲଟିଛି।

ଅଭିନୟ ବିଷୟରେ କହିଲେ ଅକ୍ଷୟ କୁମାର ‘ଛୋଟେ ମିଆଁ ବଡେ ମିଆଁ, ଓ୍ବେଲକମ୍‌ ୩, ଚାନ୍ଦିନୀ ଚୌକ ଟୁ ଚାଇନା ୨ ଭଳି ଫିଲ୍ମରେ ନଜର ଆସିବେ। ଏବେ ସେ ନିଜର ଶୁଟିଂରେ ବ୍ୟସ୍ତ ଅଛନ୍ତି।

The post ଅକ୍ଷୟ କୁମାରଙ୍କ ଡିପ୍‌ଫେକ୍‌ ଭିଡିଓ ଭାଇରାଲ, ଦେଖନ୍ତୁ… appeared first on Dharitri Odia News.