ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ୧୦୪ କୋଟି ଟଙ୍କା ଅନୁମୋଦନ
ଭୁବନେଶ୍ୱର,୧୨।୨: ରାଜ୍ୟର ୯୦ ଗୋଟି ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର (ଏଡ଼େଡ଼ କେଲଜ) ଭିତ୍ତିଭୂମି ବିକାଶ ପ୍ରକଳ୍ପ ନିମନ୍ତେ ସରକାରଙ୍କ ତରଫରୁ ୧୦୪ କୋଟି ଟଙ୍କା ଅର୍ଥରାଶି ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପରେ ରାଜ୍ୟର ୯୦ଟି ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଭିତ୍ତିଭୂମିକୁ ସୁଦୃଢ଼ କରିବା ନିମନ୍ତେ ବିଭିନ୍ନ କାର୍ଯ୍ୟ କରାଯିବ। ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଛାତ୍ରାବାସ, କଲେଜରେ ଅତିରିକ୍ତ ଶ୍ରେଣୀ ଗୃହ, କମନ ରୁମ୍, ଲାଇବ୍ରେରୀ, ଲାବ୍ରୋଟୋରୀ, କମ୍ପ୍ୟୁଟର ଲବ୍ରୋଟୋରୀ, ମଲ୍ଟି ପରପସ୍ ହଲ୍, ଆଡମିନିଷ୍ଟ୍ରେଟିଭ ବିଲଡ଼ିଙ୍ଗ, ଶୌଚାଳୟ […] The post ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ୧୦୪ କୋଟି ଟଙ୍କା ଅନୁମୋଦନ appeared first on Dharitri Odia News.
ଭୁବନେଶ୍ୱର,୧୨।୨: ରାଜ୍ୟର ୯୦ ଗୋଟି ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର (ଏଡ଼େଡ଼ କେଲଜ) ଭିତ୍ତିଭୂମି ବିକାଶ ପ୍ରକଳ୍ପ ନିମନ୍ତେ ସରକାରଙ୍କ ତରଫରୁ ୧୦୪ କୋଟି ଟଙ୍କା ଅର୍ଥରାଶି ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପରେ ରାଜ୍ୟର ୯୦ଟି ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଭିତ୍ତିଭୂମିକୁ ସୁଦୃଢ଼ କରିବା ନିମନ୍ତେ ବିଭିନ୍ନ କାର୍ଯ୍ୟ କରାଯିବ।
ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଛାତ୍ରାବାସ, କଲେଜରେ ଅତିରିକ୍ତ ଶ୍ରେଣୀ ଗୃହ, କମନ ରୁମ୍, ଲାଇବ୍ରେରୀ, ଲାବ୍ରୋଟୋରୀ, କମ୍ପ୍ୟୁଟର ଲବ୍ରୋଟୋରୀ, ମଲ୍ଟି ପରପସ୍ ହଲ୍, ଆଡମିନିଷ୍ଟ୍ରେଟିଭ ବିଲଡ଼ିଙ୍ଗ, ଶୌଚାଳୟ ଆଦିର ନିର୍ମାଣ, ମରାମତି ବା ପୁନରୁଦ୍ଧାର କାର୍ଯ୍ୟ କରିବା ନିମନ୍ତେ ଏହି ଅର୍ଥରାଶିକୁ ବିନିଯୋଗ କରାଯିବ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରକଳ୍ପ ପାଇଁ ଅନୁମୋଦିତ ହୋଇଥିବା ସର୍ବମୋଟ ଧନରାଶିକୁ ପର୍ଯ୍ୟାୟକ୍ରମ ଭାବେ ମହାବିଦ୍ୟାଳୟ ଗୁଡ଼ିକୁ ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ସର୍ବମୋଟ ଅର୍ଥରାଶିର ଶତକଡ଼ା ୩୩ ପ୍ରତିଶତ ପ୍ରଦାନ କରାଯିବ।
ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଏହି ପ୍ରଥମ ପର୍ଯ୍ୟାୟ ଅର୍ଥରାଶି ପାଇବା ପରେ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟ ନିର୍ବାହୀ ସଂସ୍ଥା ବା କେନ୍ଦ୍ର ସରକାରୀ ଉଦ୍ୟୋଗମାନଙ୍କ ଦ୍ୱାରା କାର୍ଯ୍ୟ ଆରମ୍ଭ କରିବା ସହ ମିଳିଥିବା ଅର୍ଥରାଶିର ବିନିଯୋଗ ପତ୍ର (ୟୁଟିଲାଇଜେସନ ସାର୍ଟିଫିକେଟ) ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରିବେ।
ଆଜି ଏହି ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷା ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ଏକ ଆଭାସୀ ବୈଠକରେ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ମହାବିଦ୍ୟାଳୟର ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଛାତ୍ରଛାତ୍ରୀମାନଙ୍କୁ ଗୁଣବତ୍ତା ଶିକ୍ଷା ପ୍ରଦାନ କରିବା ହେଉଛି ଆମର ପ୍ରାଥମିକ ଲକ୍ଷ୍ୟ। ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବା ସହ ଛାତ୍ରଛାତ୍ରୀମାନଙ୍କର ସର୍ବାଙ୍ଗୀନ ବିକାଶ ନିମନ୍ତେ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି। ଆଜି ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ନିଶ୍ଚିତ ଭାବରେ ରାଜ୍ୟର ବେସରକାରୀ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟର ଭିତ୍ତିଭୂମି ଆହୁରି ସୁଦୃଢ଼ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଥିଲେ।
The post ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ୧୦୪ କୋଟି ଟଙ୍କା ଅନୁମୋଦନ appeared first on Dharitri Odia News.