ଅକ୍ଷୟ ପୁଣ୍ୟପ୍ରଦ ପର୍ବ – ଅକ୍ଷୟ ତୃତୀୟା
ଅକ୍ଷୟ ପୁଣ୍ୟ ପ୍ରଦ ପର୍ବ ଅକ୍ଷୟ ତୃତୀୟା ଉତ୍କଳର ଏକ ପ୍ରମୁଖ ପର୍ବ ଅଟେଛ ଏହିଦିନ ଯେଉଁ କାମ କରାଯାଏ ତାହା ଅକ୍ଷୟ ହୁଏଛ ଉକ୍ତଦିନ ଅନୁଷ୍ଠିତ ଧର୍ମର ଫଳ ଅସରନ୍ତି ଅଟେ I ବୈଶାଖ ମାସ ଶୁକ୍ଳ ତୃତୀୟା କୁ ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା କୁହାଯାଇଥାଏ I ଏହିଦିନ ସତ୍ୟଯୁଗ ଆରମ୍ଭ ହୋଇଥିଲା ବୋଲି ପୁରାଣରେ ବର୍ଣ୍ଣିତ ଅଛିଛ କୃଷକ ମାନେ ଏହିଦିନ ଜମିରେ ଧାନ ବୁଣିଥାନ୍ତିଛ ଏହିଦିନ ଶ୍ରୀ ଜଗନ୍ନାଥ ଙ୍କ […]

ଅକ୍ଷୟ ପୁଣ୍ୟ ପ୍ରଦ ପର୍ବ ଅକ୍ଷୟ ତୃତୀୟା ଉତ୍କଳର ଏକ ପ୍ରମୁଖ ପର୍ବ ଅଟେଛ ଏହିଦିନ ଯେଉଁ କାମ କରାଯାଏ ତାହା ଅକ୍ଷୟ ହୁଏଛ ଉକ୍ତଦିନ ଅନୁଷ୍ଠିତ ଧର୍ମର ଫଳ ଅସରନ୍ତି ଅଟେ I ବୈଶାଖ ମାସ ଶୁକ୍ଳ ତୃତୀୟା କୁ ଅକ୍ଷୟ ତୃତୀୟା ବା ଅକ୍ଷି ତୃତୀୟା କୁହାଯାଇଥାଏ I ଏହିଦିନ ସତ୍ୟଯୁଗ ଆରମ୍ଭ ହୋଇଥିଲା ବୋଲି ପୁରାଣରେ ବର୍ଣ୍ଣିତ ଅଛିଛ କୃଷକ ମାନେ ଏହିଦିନ ଜମିରେ ଧାନ ବୁଣିଥାନ୍ତିଛ ଏହିଦିନ ଶ୍ରୀ ଜଗନ୍ନାଥ ଙ୍କ ଚନ୍ଦନ ଯାତ୍ରା ଆରମ୍ଭ ହୁଏ I ଦ୍ଵିତୀୟା ଦିନ ରାତ୍ରରେ ଚନ୍ଦନ ଲାଗି ବଢିବା ପରେ ପାଳିଆ ମେକାପ ତିନି ଗୋଟି ରୂପା ପିଙ୍ଗଣରେ ରାଘବ ଦାସ ମଠ ପ୍ରଦତ୍ତ ଚନ୍ଦନ ରଖି ଓ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତୁତ ଚନ୍ଦନ ପରଖରେ ଭୋଗ ମଣ୍ଡପ ଘରକୁ ନିଅନ୍ତି I କାଷ୍ଠ ଭଦ୍ରାସନ ମଣ୍ଡଳ ଉପରେ ପିଙ୍ଗଣ ରଖିବା ପରେ ପଣ୍ଡା ଆସି ଚେମେଡି, ପତାନୀ, ଫୁଲ ଚନ୍ଦନ ଦେଇ ସଂସ୍କାର ପୂର୍ବକ ଅଧିବାସ କରାଇବା ପରେ ତଢ଼ାଉ ଦ୍ୱାରମାନ ଶୋଧ କରି ମୁଦ ଦିଅନ୍ତି ଓ ଲେଙ୍କା ପାଇକ ଜଗି ରହନ୍ତିଛ ଏହାପରେ ଅନ୍ୟନୀତି ହୋଇ ପହୁଡ଼ ପଡେ I ସକାଳ ଧୂପ ପରେ ତିନିବାଡରେ ମଇଲମ ଓ ମହାସ୍ନାନ ପରେ ଭୋଗ ମଣ୍ଡପ ଘରୁ ପଣ୍ଡା, ପତି, ମୁଦିରସ୍ତ, ଓ ଭିତର ମଇଲମ ବଢ଼ାଇଥିବାରୁ ତିନିଜଣ ପୁଷ୍ପାଳକ ଏହିପରି ଛଅ ଜଣ ଯାଇ ପିଙ୍ଗଣ ମାନଙ୍କୁ ଘଣ୍ଟ ଛତା କାହାଳୀ ସହ ତଳିଛ ମହାପାତ୍ର ପଟୁଆରରେ ବଡ଼ ଦେଉଳକୁ ତିନିଘେରା ବୁଲାଇ ସିଂହାସନ ଉପରେ ତିନି ବାଡ଼ରେ ରଖନ୍ତିଛ ରାମକୃଷ୍ଣ, ଲକ୍ଷ୍ମୀ, ସରସ୍ତୀ, ଓ ମଦନମୋହନ ଙ୍କୁ ବିମାନରେ ବସାଇ ବିମାନ ବଡୁ ମାନେ ବିବିଧ ବାଦ୍ୟ ବାଜଣରେ ସିଂହଦ୍ାର ଦେଇ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରାନ୍ତିଛ ବିମାନ ରାଜ ନଅର ଠାରେ ପହଞ୍ଚିଲେ ରଥ ଅନୁକୂଳ କାର୍ଯ୍ୟ ସକାଶେ ଦେଉଳ ପୁରୋହିତ ମାନେ ହୋମ କରନ୍ତି I ବଢେଇ ମାନେ ତଡଉ କରଣ ଙ୍କ ଦ୍ୱାରା ଶାଢ଼ୀ ବନ୍ଧା ହେବା ପରେ ପଣ୍ଡା ମାନେ ଆଜ୍ଞାମାଳ ଦିଅନ୍ତି I ନରେନ୍ଦ୍ର ଚକଡାରେ ବିମାନ ପହଞ୍ଚିଲେ କର୍ପୂର ଜଳ ମଣୋହି ହେବା ପରେ ରାମ ଓ କୃଷ୍ଣ ଦୁଇ ଦେବଙ୍କୁ ବଡ଼ ଚାପରେ, ମଦନ ମୋହନ, ଲକ୍ଷ୍ମୀ ସରସ୍ୱତୀଙ୍କୁ ପଛ ଚାପରେ ବିଜେ କରାଇ ମୁଦିରସ୍ତ ପ୍ରସାଦ ଲାଗି କରାନ୍ତି I ଏହି ଦିନ ଚାପ ଏକ ଘେରା ବୁଲିବା ପରେ ରାମକୃଷ୍ଣ ଓ ମଦନ ମୋହନ ଙ୍କୁ ବିଡ଼ିଆ ଲାଗି ହୋଇଥାଏ I ତାପରେ ସୁବାସିତ ଜଳ ଥିବା ଜଳକୁଣ୍ଡ କୁ ବିଜେ ହୁଅନ୍ତି I ଜଳକୁଣ୍ଡରୁ ବାହାରିବା ପରେ ଅଳଙ୍କାର ଲାଗି ବେଶ ହୋଇ ଷୋଡଶ ବା ପଞ୍ଚ ଉପଚାର ରେ ପୂଜା ପରେ ମଦନ ମୋହନ, ଶ୍ରୀଦେବୀ, ଭୂଦେବୀ ମଣି ବିମାନରେ, ପଞ୍ଚ ମହାଦେବ ନିଜ ନିଜ ବିମାନରେ ଚନ୍ଦନ ପୋଖରୀକୁ ପଟୁଆରରେ ଯାଆନ୍ତି I ନରେନ୍ଦ୍ର ଚକଡା ରୋଷରେ ପ୍ରସ୍ତୁତ ହୋଇଥିବା ମାଣ୍ଡୁଅ ଭୋଗ ଓ ବିଡିଆ ମଣୋହି ହୁଏଛ ରାତି ଚାପ ପରେ ଠାକୁର ମାନେ ଦେଉଳକୁ ଫେରନ୍ତି I
ଏହି ଦିବସ ଟି ଗଙ୍ଗାଙ୍କ ଧରାବତରଣ ଦିବସ ତଥା ବିଷ୍ଣୁ ସତ୍ୟ ନାରାୟଣ ରୂପରେ ଆର୍ବିଭୁତ ହୋଇଥିଲେ ବୋଲି କେତେକ ପୁରାଣରେ ବର୍ଣ୍ଣନା ରହିଛି I ଅଗ୍ନି ପୁରାଣ, ବିଷ୍ଣୁ ଧର୍ମୋତ୍ତର ପୁରାଣ ଓ ଭବିଷ୍ୟ ପୁରାଣରେ ଅକ୍ଷୟ ତୃତୀୟା କୁ ଏକ ପ୍ରଶସ୍ତ ଶୁଭଦିନ ରୂପେ ବର୍ଣ୍ଣନା କରାଯାଇଛି I ଏହିଦିନ ଦାନ ପୁଣ୍ୟ କଲେ ଅକ୍ଷୟ ପୁଣ୍ୟ ଲାଭ ହୋଇଥାଏ ବୋଲି ଭବିଷ୍ୟ ପୁରାଣ ବର୍ଣ୍ଣନା କରେ I ଅକ୍ଷୟ ତୃତୀୟା ଯଦି ବୁଧବାର ଶ୍ରବଣା ନକ୍ଷତ୍ର ଯୁକ୍ତ ହୁଏ ତେବେ ସେଦିନ ତପ, ଜପ, ଧ୍ୟାନ ହୋମାଦି ଅନୁଷ୍ଠାନ କଲେ ବୈକୁଣ୍ଠ ପ୍ରାପ୍ତି ସହ ବହୁ ପୁଣ୍ୟ ଲାଭ ହୋଇଥାଏ I କୃଷକ ମାନେ ଏହିଦିନ ଜମିରେ ଅକ୍ଷି ମୁଠି ବୁଣି ଲକ୍ଷ୍ମୀ ଙ୍କୁ ଆରାଧନା କରିଥାନ୍ତି I
ଉକ୍ତଦିନ ବିନ୍ଦୁ ସାଗର, ସାକ୍ଷୀ ଗୋପାଳ, ଓ ଓଡ଼ିଶାର ସର୍ବତ୍ର ଚନ୍ଦନ ଯାତ୍ରା ଆରମ୍ଭ ହୁଏ I ହନୁମାନ ମନ୍ଦିର ରେ ଶ୍ରୀରାମ ଚରିତ ମାନସ, ବାଟକାଳୀ ଓ ଗଡ ଚଣ୍ଡୀ ମନ୍ଦିରରେ ଚଣ୍ଡୀ ଯଜ୍ଞ ଅନୁଷ୍ଠିତ ହୁଏଛ କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରରେ ଶ୍ରୀ ବଳଦେବ ଜୀଉ ଙ୍କ ସହ ରେବତୀ ଙ୍କ ବିବାହ ଉତ୍ସବ ଓ କେନ୍ଦୁବିଲ୍ ଠାରେ ଗୀତଗୋବିନ୍ଦ କାବ୍ୟର ରଚୟିତା ଜୟଦେବଙ୍କ ଜୟନ୍ତୀ ପାଳିତ ହୁଏ I
ଅକ୍ଷୟ ତୃତୀୟା ଦିନ ନର ନାରାୟଣ ଜୟନ୍ତୀ, ପରଶୁରାମ ଜୟନ୍ତୀ, ହୟଗ୍ରୀବ ଜୟନ୍ତୀ, ଗୌରୀ ବ୍ରତ ମଧ୍ୟ ପାଳନ କରାଯାଇ ଥାଏ I ଭବିଷ୍ୟ ପୁରାଣରେ କୁହାଯାଇଛି –
ଯି କିଞ୍ଚିତ ଦୀୟତେ ଦାନମ୍ ସ୍ୱଳ୍ପମ୍ ବା ଯଦିବା ବହୁ
ତି ସର୍ବମକ୍ଷୟଂ ଯସ୍ମାି ତେନେୟ ମକ୍ଷୟା ସ୍ମୃତା I