ଅକ୍ସଫୋର୍ଡ ୟୁନିଭର୍ସିଟି ଚାନ୍ସେଲର ନିର୍ବାଚନ ଲଢ଼ିବେ ଇମ୍ରାନ୍
ଇସ୍ଲାମାବାଦ/ଲଣ୍ଡନ,୨୭ା୭: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏକଦା ବ୍ରିଟେନ୍ର ଅକ୍ସଫୋର୍ଡ ୟୁନିଭର୍ସିଟିରେ ପାଠ ପଢ଼ୁତ୍ଥିଲେ। ଇମ୍ରାନ୍ ଏବେ ଏହି ଖ୍ୟାତିସମ୍ପନ୍ନ ବିଶ୍ୱବିଦ୍ୟାଳୟର ଚାନ୍ସେଲର ପଦ ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଅନ୍ଲାଇନ୍ ବାଲଟ୍ ଜରିଆରେ ଏହି ନିର୍ବାଚନ ହେବ ବୋଲି ତାଙ୍କର ଜଣେ ସହଯୋଗୀ ସୂଚନା ଦେଇଛନ୍ତି। ପାକିସ୍ତାନ ତେହରିକ୍-ଇ-ଇନ୍ସାଫ୍ (ପିଟିଆଇ) ପ୍ରତିଷ୍ଠାତା ଇମ୍ରାନ୍ ଖାନ୍ ୨୦୧୮ ଅଗଷ୍ଟରୁ ୨୦୨୨ ଏପ୍ରିଲ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ। ସେ ଏକ ଦୁର୍ନୀତି ମାମଲାରେ […] The post ଅକ୍ସଫୋର୍ଡ ୟୁନିଭର୍ସିଟି ଚାନ୍ସେଲର ନିର୍ବାଚନ ଲଢ଼ିବେ ଇମ୍ରାନ୍ appeared first on Dharitri Odia News.
ଇସ୍ଲାମାବାଦ/ଲଣ୍ଡନ,୨୭ା୭: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏକଦା ବ୍ରିଟେନ୍ର ଅକ୍ସଫୋର୍ଡ ୟୁନିଭର୍ସିଟିରେ ପାଠ ପଢ଼ୁତ୍ଥିଲେ। ଇମ୍ରାନ୍ ଏବେ ଏହି ଖ୍ୟାତିସମ୍ପନ୍ନ ବିଶ୍ୱବିଦ୍ୟାଳୟର ଚାନ୍ସେଲର ପଦ ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଅନ୍ଲାଇନ୍ ବାଲଟ୍ ଜରିଆରେ ଏହି ନିର୍ବାଚନ ହେବ ବୋଲି ତାଙ୍କର ଜଣେ ସହଯୋଗୀ ସୂଚନା ଦେଇଛନ୍ତି। ପାକିସ୍ତାନ ତେହରିକ୍-ଇ-ଇନ୍ସାଫ୍ (ପିଟିଆଇ) ପ୍ରତିଷ୍ଠାତା ଇମ୍ରାନ୍ ଖାନ୍ ୨୦୧୮ ଅଗଷ୍ଟରୁ ୨୦୨୨ ଏପ୍ରିଲ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ। ସେ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୧୦ ବର୍ଷ ଜେଲଦଣ୍ଡ ଭୋଗୁଛନ୍ତି। କ୍ରିକେଟରରୁ ରାଜନେତା ସାଜିଥିବା ଇମ୍ରାନ୍ ବ୍ରିଟେନ୍ରେ ରହୁଥିବାବେଳେ ୧୯୭୧ରେ ଅକ୍ସଫୋର୍ଡ ୟୁନିଭର୍ସିଟି ଅଧୀନ କେବ୍ଲେ କଲେଜରେ ଅର୍ଥନୀତି ଓ ରାଜନୀତି ବିଜ୍ଞାନ ଅଧ୍ୟୟନ କରୁଥିଲେ। ସେହି ସମୟରେ ସେ ଅକ୍ସଫୋର୍ଡ ୟୁନିଭର୍ସିଟି କ୍ରିକେଟ ଟିମ୍ର କ୍ୟାପ୍ଟେନ୍ ଥିଲେ। ସେ ୨୦୦୫ରୁ ୨୦୧୪ ପର୍ଯ୍ୟନ୍ତ ବ୍ରାଡ୍ଫୋର୍ଡ ୟୁନିଭର୍ସିଟି କୁଳାଧିପତି ଦାୟିତ୍ୱ ତୁଲାଇ ସାରିଛନ୍ତି। ତେଣୁ ଅକ୍ସଫୋର୍ଡ ୟୁନିଭର୍ସିଟି ଚାନ୍ସେଲର ପଦ ପାଇଁ ଇମ୍ରାନ୍ ଜଣେ ଯୋଗ୍ୟ ପ୍ରାର୍ଥୀ ବୋଲି ତାଙ୍କ ରାଜନୈତିକ ବ୍ୟାପାର ପରାମର୍ଶଦାତା ସୟେଦ ଜୁଲ୍ଫି ବୁଖାରୀ ସୂଚନା ଦେଇଛନ୍ତି। ଏକ୍ସ’ରେ ବୁଖାରୀ କହିଛନ୍ତି, ଇମ୍ରାନ୍ ନିର୍ବାଚନ ଲଢ଼ନ୍ତୁ ବୋଲି ଲୋକେ ଚାହୁଁଛନ୍ତି। ତେବେ ବିଚାରବିମର୍ଶ କରି ଖୁବ୍ଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ।
ପ୍ରକାଶ ଯେ, ଅକ୍ସଫୋର୍ଡ ୟୁନିଭର୍ସିଟି ଚାନ୍ସେଲର ପଦବୀ ଲାଗି ପ୍ରଥମ ଥର ପାଇଁ ପାରମ୍ପରିକ ପ୍ରକ୍ରିୟା ପରିବର୍ତ୍ତେ ଅନ୍ଲାଇନ୍ ଜରିଆରେ ନିର୍ବାଚନ ହେବାକୁ ଯାଉଛି। ଏଥିରେ ବିଶ୍ୱବିଦ୍ୟାଳୟର ୩,୫୦,୦୦୦ ଛାତ୍ରୀଛାତ୍ର ମତଦାନ କରିବେ। ଉକ୍ତ ବିଶ୍ୱବିଦ୍ୟାଳୟର ସ୍ନାତକ ବିଶେଷକରି ରାଜନେତାମାନେ ଏହି ସମ୍ମାନଜନକ ପଦ ଅଳଙ୍କୃତ କରିଥାନ୍ତି। ବ୍ରିଟେନ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର ଏବଂ ବୋରିସ୍ ଜନ୍ସନ ମଧ୍ୟ ଏହି ଦୌଡ଼ରେ ରହିଛନ୍ତି। ୮୦ ବର୍ଷୀୟ ଚାନ୍ସେଲର ଲର୍ଡ ପଟ୍ଟେନ୍ ୨୧ ବର୍ଷ କାର୍ଯ୍ୟ କରି ଇସ୍ତଫା ଦେବା ପରେ ଏହି ପଦବୀ ଖାଲିପଡ଼ିଛି।
The post ଅକ୍ସଫୋର୍ଡ ୟୁନିଭର୍ସିଟି ଚାନ୍ସେଲର ନିର୍ବାଚନ ଲଢ଼ିବେ ଇମ୍ରାନ୍ appeared first on Dharitri Odia News.