ଅଖିଳ ଭାରତୀୟ ଅଧିଭକ୍ତା ପରିଷଦ ପକ୍ଷରୁ ସମ୍ବିଧାନ ଦିବସ ପାଳନ
ସୁବର୍ଣ୍ଣପୁର(ରାଜ କିଶୋର ତ୍ରିପାଠୀ)ଅଖିଳ ଭାରତୀୟ ଅଧିଭକ୍ତା ପରିଷଦ ସୁବର୍ଷପୁର ଜିଲ୍ଲା ୟୁନିଟ ପକ୍ଷରୁ ଆଜି ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ଠାରେ ୭୫ତମ ସମ୍ବିଧାନ ଦିବସ ପାଳନ କରାଯାଇଛି। ଅଧିଭକ୍ତା ପରିଷଦର ଜିଲ୍ଲା ସଭାପତି ପ୍ରଫୁଲ୍ଲକୁ ମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଅନ୍ୟା ଦାଶ ଯୋଗ ଦେଇ ସମ୍ବିଧାନ ଦିବସ ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଭାରତୀୟ ସମ୍ବିଧାନ ସର୍ବ ଶ୍ରେଷ୍ଠ ବୋଲି କହିଥିଲେ। ଏବଂ ସମ୍ବିଧାନର […] The post ଅଖିଳ ଭାରତୀୟ ଅଧିଭକ୍ତା ପରିଷଦ ପକ୍ଷରୁ ସମ୍ବିଧାନ ଦିବସ ପାଳନ appeared first on Odisha.News.

ସୁବର୍ଣ୍ଣପୁର(ରାଜ କିଶୋର ତ୍ରିପାଠୀ)ଅଖିଳ ଭାରତୀୟ ଅଧିଭକ୍ତା ପରିଷଦ ସୁବର୍ଷପୁର ଜିଲ୍ଲା ୟୁନିଟ ପକ୍ଷରୁ ଆଜି ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ଠାରେ ୭୫ତମ ସମ୍ବିଧାନ ଦିବସ ପାଳନ କରାଯାଇଛି। ଅଧିଭକ୍ତା ପରିଷଦର ଜିଲ୍ଲା ସଭାପତି ପ୍ରଫୁଲ୍ଲକୁ ମାର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଅନ୍ୟା ଦାଶ ଯୋଗ ଦେଇ ସମ୍ବିଧାନ ଦିବସ ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଭାରତୀୟ ସମ୍ବିଧାନ ସର୍ବ ଶ୍ରେଷ୍ଠ ବୋଲି କହିଥିଲେ। ଏବଂ ସମ୍ବିଧାନର ପ୍ରାବଧାନ ଥିବା ମୌଳିକ ଅଧିକାର କେବେ ବି କ୍ଷୁଣ୍ଣ ହେବା ଅନୁଚିତ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ମୁଖ୍ୟବକ୍ତା ଭାବେ ଫୁଲବାଣୀର ବରିଷ୍ଠ ଆଇନଜୀବୀ ଭି. ଭି. ରାମ ଦାଶ ଯୋଗ ଦେଇ ସମ୍ବିଧାନରେ ଜନାସାଧାରଣଙ୍କ ପାଇଁ ରହିଥିବା ସମସ୍ତ ବ୍ୟବସ୍ଥା ଉପରେ ନିଜ ବକ୍ରବ୍ୟରେ କହିଥିଲେ। ଏହା ସହ ସମ୍ବିଧାନରେ ବ୍ୟବସ୍ଥା କରାଯାଇଥିବା ସମସ୍ତ ସୁବିଧା ସୁଯୋଗ ଉପରେ ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ମଧ୍ୟ ମୁଖ୍ୟବକ୍ତା ଶ୍ରୀଯୁକ୍ତ ରାମ ପ୍ରସାଦ ନିଜ ବତ୍ସବ୍ୟରେ କହିଥିଲେ । ସମ୍ମାନୀତ ଅତିଥୁ ଭାବେ ଅତିରିକ୍ସ ଏସପି ବିରେନ୍ଦ୍ର କୁମାର ନାଏକ ଯୋଗ ଦେଇ ସମ୍ବିଧାନର ପ୍ରାବଧାନ ଉପରେ ନିଜ ବକ୍ତବ୍ୟରେ କହିଥିଲେ। ଅଧିଭକ୍ତା ପରିଷଦର ସମ୍ପାଦକ ବଳଦେବ ପ୍ରଧାନ ଏଥିରେ ସଭା ପରିଚାଳନା କରିବା ସହିତ ସ୍ବାଗତ ଅଭିଭାଷଣ ରଖିଥିଲେ। ଆଇନଜୀବା ରଶ୍ମିରୀଜନ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ ଆଇନଜୀବୀ ଶ୍ରୀକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଆଇନଜୀବୀ ବିବେକାନନ୍ଦ ମିଶ୍ର, ଭଗବତୀ ପ୍ରସାଦ ମିଶ୍ର, ଦଶରଥ ମିଶ୍ର .ପୁର୍ଶୁରାମ ମିଶ୍ର, ବିପିନ ବିହାରୀ ବିଦ୍ୟାଧର, ଶମ୍ଭୁପ୍ରସାଦ ବିଶି, ଅଜିତ ହୋତା, ତପନ ଜୁଆତି, ହିମାଂଶୁ ଭୋଇ, ପ୍ରତିପ୍ରଜ୍ଞା ପୁରୋହିତ, ମଧୁମିତା ପରମଗୁରୁ, ସବିତା ପଣ୍ଡା, ପ୍ରମୁଖଙ୍କ ସହ ପ୍ରାୟ ୭୦ଜଣ ଆଇନଜୀବୀ ଉପସ୍ଥିତ ଥିଲେ ।
The post ଅଖିଳ ଭାରତୀୟ ଅଧିଭକ୍ତା ପରିଷଦ ପକ୍ଷରୁ ସମ୍ବିଧାନ ଦିବସ ପାଳନ appeared first on Odisha.News.