ଅଖିଳେଶ-ରାହୁଲଙ୍କ ଜନସଭାରେ ହଙ୍ଗାମା: ଭାଷଣ ନ ଦେଇ ଫେରିଲେ ଦୁଇ ନେତା

ପ୍ର୍ରୟାଗରାଜ,୧୯।୫: ଉତ୍ତରପ୍ରଦେଶର ପ୍ରୟାଗରାଜରୁ ବଡ଼ ଖବର ସାମ୍ନାକୁ ଆସିଛି। ଫୁଲପୁର ଲୋକ ସଭା ଆସନରେ ଆୟୋଜିତ କଂଗ୍ରେସ ଏବଂ ସମାଜବାଦୀ ପାର୍ଟୀର ମିଳିତ ଜନସଭାରେ ହଠାତ ଲୋକଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା। ସେତେବେଳେ ମଞ୍ଚ ଉପରେ ଅଖିଳେଶ ଯାଦବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ। ତେବେ ଉଭୟ ନେତା ପହଞ୍ଚିବା ପରେ କର୍ମକର୍ତ୍ତା ବେକାବୁ ହୋଇ ବ୍ୟାରିକେଡିଂ ଭାଙ୍ଗି ମଞ୍ଚ ପର୍ଯ୍ୟନ୍ତ ପହଞ୍ଚିବାକୁ ଚେଷ୍ଟା କରିଥିଲେ। ହଙ୍ଗାମା ଏବଂ ହୋହଲ୍ଲା ନିୟନ୍ତ୍ରଣ ବାହାରକୁ […] The post ଅଖିଳେଶ-ରାହୁଲଙ୍କ ଜନସଭାରେ ହଙ୍ଗାମା: ଭାଷଣ ନ ଦେଇ ଫେରିଲେ ଦୁଇ ନେତା appeared first on Dharitri Odia News.

ଅଖିଳେଶ-ରାହୁଲଙ୍କ ଜନସଭାରେ ହଙ୍ଗାମା: ଭାଷଣ ନ ଦେଇ ଫେରିଲେ ଦୁଇ ନେତା

ପ୍ର୍ରୟାଗରାଜ,୧୯।୫: ଉତ୍ତରପ୍ରଦେଶର ପ୍ରୟାଗରାଜରୁ ବଡ଼ ଖବର ସାମ୍ନାକୁ ଆସିଛି। ଫୁଲପୁର ଲୋକ ସଭା ଆସନରେ ଆୟୋଜିତ କଂଗ୍ରେସ ଏବଂ ସମାଜବାଦୀ ପାର୍ଟୀର ମିଳିତ ଜନସଭାରେ ହଠାତ ଲୋକଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା। ସେତେବେଳେ ମଞ୍ଚ ଉପରେ ଅଖିଳେଶ ଯାଦବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ। ତେବେ ଉଭୟ ନେତା ପହଞ୍ଚିବା ପରେ କର୍ମକର୍ତ୍ତା ବେକାବୁ ହୋଇ ବ୍ୟାରିକେଡିଂ ଭାଙ୍ଗି ମଞ୍ଚ ପର୍ଯ୍ୟନ୍ତ ପହଞ୍ଚିବାକୁ ଚେଷ୍ଟା କରିଥିଲେ। ହଙ୍ଗାମା ଏବଂ ହୋହଲ୍ଲା ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ଦୁଇ ନେତା ଭାଷଣ ନ ଦେଇ ଜନସଭାରୁ ଫେରିଥିବା ଜଣାପଡ଼ିଛି।

ପ୍ରକାଶ ଯେ, ପ୍ରୟାଗରାଜରୁ କଂଗ୍ରେସ ଏବଂ ଫୁଲପୁରରୁ ସମାଜବାଦୀ ପାର୍ଟିର ଆଶାୟୀ ମଇଦାନରେ ଅଛନ୍ତି। ଉଭୟଙ୍କୁ ସମର୍ଥନ ଦେବା ଲାଗି ଫୁଲପୁରରେ ଏକ ରାଲିର ଆୟୋଜନ କରାଯାଇଥିଲା। ଦୁଇ ନେତା ପ୍ରାର୍ଥୀ ଅମରନାଥ ମୋର୍ଯ୍ୟଙ୍କ ସମର୍ଥନ ଲାଗି ପହଞ୍ଚିଥିଲେ। ହେଲେ ଅବ୍ୟବସ୍ଥା ଲାଗି ରାଲିରେ ଭିଡ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଏଥିଲାଗି ଉଭୟ ନେତା କିଛି ନ କହି ଫେରିଥିଲେ।

The post ଅଖିଳେଶ-ରାହୁଲଙ୍କ ଜନସଭାରେ ହଙ୍ଗାମା: ଭାଷଣ ନ ଦେଇ ଫେରିଲେ ଦୁଇ ନେତା appeared first on Dharitri Odia News.