ଅଖିଳେଶଙ୍କୁ ସ୍ବତନ୍ତ୍ର ଭେଟି, ସମାଜବାଦୀ ପାର୍ଟି ମୁଖ୍ୟାଳୟ ବାହାରେ ଲାଗିଲା ‘ଭାବି ପ୍ରଧାନମନ୍ତ୍ରୀ’ ପୋଷ୍ଟର…
ଲକ୍ଷ୍ନୌ,୨୯।୬: ଲୋକ ସଭା ନିର୍ବାଚନ ୨୦୨୪ରେ ଦେଶର ୩ୟ ସର୍ବବୃହତ ଦଳ ପାଲଟିଛି ସମାଜବାଦୀ ପାର୍ଟି। ଏହାକୁ ନେଇ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ଜାତୀୟ ରାଜନୀତିରେ ମଧ୍ୟ ଅଖିଳେଶ ଯାଦବ ଅଧିକ ସକ୍ରିୟ ହେଉଛନ୍ତି। ଏଣୁ ଏବେ ଦଳର କର୍ମକର୍ତ୍ତାମାନେ ତାଙ୍କୁ ଭାରତର ଆଗାମୀ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି। ଏହାକୁ ନେଇ ଲକ୍ଷ୍ନୌସ୍ଥିତ ଦଳୀୟ ମୁଖ୍ୟାଳୟ ବାହାରେ ଜନ୍ମଦିନର ଦୁଇ ଦିନ ପୂର୍ବରୁ ଅଖିଳେଶଙ୍କ ଫଟୋ ଥିବା ହୋର୍ଡିଂ […] The post ଅଖିଳେଶଙ୍କୁ ସ୍ବତନ୍ତ୍ର ଭେଟି, ସମାଜବାଦୀ ପାର୍ଟି ମୁଖ୍ୟାଳୟ ବାହାରେ ଲାଗିଲା ‘ଭାବି ପ୍ରଧାନମନ୍ତ୍ରୀ’ ପୋଷ୍ଟର… appeared first on Dharitri Odia News.
ଲକ୍ଷ୍ନୌ,୨୯।୬: ଲୋକ ସଭା ନିର୍ବାଚନ ୨୦୨୪ରେ ଦେଶର ୩ୟ ସର୍ବବୃହତ ଦଳ ପାଲଟିଛି ସମାଜବାଦୀ ପାର୍ଟି। ଏହାକୁ ନେଇ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ଜାତୀୟ ରାଜନୀତିରେ ମଧ୍ୟ ଅଖିଳେଶ ଯାଦବ ଅଧିକ ସକ୍ରିୟ ହେଉଛନ୍ତି। ଏଣୁ ଏବେ ଦଳର କର୍ମକର୍ତ୍ତାମାନେ ତାଙ୍କୁ ଭାରତର ଆଗାମୀ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି। ଏହାକୁ ନେଇ ଲକ୍ଷ୍ନୌସ୍ଥିତ ଦଳୀୟ ମୁଖ୍ୟାଳୟ ବାହାରେ ଜନ୍ମଦିନର ଦୁଇ ଦିନ ପୂର୍ବରୁ ଅଖିଳେଶଙ୍କ ଫଟୋ ଥିବା ହୋର୍ଡିଂ ଲାଗିଛି। ଏଥିରେ ଭାବି ପ୍ରଧାନମନ୍ତ୍ରୀ ବୋଲି ଉଲ୍ଲେଖ କରାଯାଇ ଜନ୍ମଦିନର ଶୁଭେଚ୍ଛା ଜଣାଯାଇଛି।
ପ୍ରକାଶ ଯେ, ୨୦୨୪ ନିର୍ବାଚନରେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଭଲ ପ୍ରଦର୍ଶନ କରିଛି। ଚଳିତ ଥର ଦଳ ଲୋକ ସଭାର ୩୭ ଆସନ ଜିତିଛି। ମୁଲାୟମଙ୍କ ସମୟରେ ମଧ୍ୟ ଦଳକୁ ଏତେ ସଂଖ୍ୟକ ଆସନ ମିଳି ନ ଥିଲା। କହିବାକୁ ଗଲେ ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଚମକାଇଛି। ଏହାକୁ ନେଇ ସମସ୍ତ କର୍ମୀ ନିଜ ନେତାଙ୍କୁ ବଡ଼ ପଦବୀରେ ବସୁଥିବା ଦେଖିବାକୁ ଚାହୁଁଥିବା କୁହାଯାଉଛି।
The post ଅଖିଳେଶଙ୍କୁ ସ୍ବତନ୍ତ୍ର ଭେଟି, ସମାଜବାଦୀ ପାର୍ଟି ମୁଖ୍ୟାଳୟ ବାହାରେ ଲାଗିଲା ‘ଭାବି ପ୍ରଧାନମନ୍ତ୍ରୀ’ ପୋଷ୍ଟର… appeared first on Dharitri Odia News.