ଅଗଷ୍ଟ ମାସରେ ଏହି ୫ ରାଶିଙ୍କୁ ରହିବାକୁ ପଡ଼ିବ ସାବଧାନ: ନଚେତ ପ୍ରେମ, କ୍ୟାରିୟର, ସ୍ବାସ୍ଥ୍ୟ, ପରିବାର ଉପରେ…

ଅଗଷ୍ଟ ମାସ ଆରମ୍ଭ ହୋଇଛି। ଏହି ମାସରେ କିଛି ରାଶିଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ପ୍ରେମ ସମ୍ପର୍କ, କ୍ୟାରିଅର, ସ୍ବାସ୍ଥ୍ୟ, ବ୍ୟବସାୟ, କୋର୍ଟ ମାମଲା ଓ ପରିବାର ସହ ଜଡ଼ିତ ବିଷୟରେ ସାବଧାନ ରହିବା ଜରୁରୀ। ନଚେତ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ମିଥୁନ ରାଶି (Gemini) ମିଥୁନ ରାଶିର ବ୍ୟକ୍ତିମାନଙ୍କୁ ଅଗଷ୍ଟ ମାସରେ ଅତ୍ୟନ୍ତ ସତର୍କ ରହିବାକୁ ପଡ଼ିବ। ଏକ ଭୁଲ ନିଷ୍ପତ୍ତି ଆପଣଙ୍କ ପାଇଁ ଆଜୀବନ ଅସୁବିଧାର କାରଣ ହୋଇପାରେ। […] The post ଅଗଷ୍ଟ ମାସରେ ଏହି ୫ ରାଶିଙ୍କୁ ରହିବାକୁ ପଡ଼ିବ ସାବଧାନ: ନଚେତ ପ୍ରେମ, କ୍ୟାରିୟର, ସ୍ବାସ୍ଥ୍ୟ, ପରିବାର ଉପରେ… appeared first on Dharitri Odia News.

ଅଗଷ୍ଟ ମାସରେ ଏହି ୫ ରାଶିଙ୍କୁ ରହିବାକୁ ପଡ଼ିବ ସାବଧାନ: ନଚେତ ପ୍ରେମ, କ୍ୟାରିୟର, ସ୍ବାସ୍ଥ୍ୟ, ପରିବାର ଉପରେ…

ଅଗଷ୍ଟ ମାସ ଆରମ୍ଭ ହୋଇଛି। ଏହି ମାସରେ କିଛି ରାଶିଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ପ୍ରେମ ସମ୍ପର୍କ, କ୍ୟାରିଅର, ସ୍ବାସ୍ଥ୍ୟ, ବ୍ୟବସାୟ, କୋର୍ଟ ମାମଲା ଓ ପରିବାର ସହ ଜଡ଼ିତ ବିଷୟରେ ସାବଧାନ ରହିବା ଜରୁରୀ। ନଚେତ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।

ମିଥୁନ ରାଶି (Gemini)
ମିଥୁନ ରାଶିର ବ୍ୟକ୍ତିମାନଙ୍କୁ ଅଗଷ୍ଟ ମାସରେ ଅତ୍ୟନ୍ତ ସତର୍କ ରହିବାକୁ ପଡ଼ିବ। ଏକ ଭୁଲ ନିଷ୍ପତ୍ତି ଆପଣଙ୍କ ପାଇଁ ଆଜୀବନ ଅସୁବିଧାର କାରଣ ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ମାନସିକ ଚାପ ଓ ମୁଣ୍ଡବିନ୍ଧା ଭଳି ସମସ୍ୟା ଦେଖାଦେଇପାରେ। ସମ୍ପତ୍ତି ସମ୍ବନ୍ଧୀୟ କାର୍ଯ୍ୟରେ ସାବଧାନତାର ସହ କାମ କରନ୍ତୁ।

ସିଂହ ରାଶି (Leo)
ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଅଗଷ୍ଟ ମାସ ସତର୍କତାର ସହ କାମ କରିବାର ରହିବ। ରାଗ ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ। ଏହି ମାସରେ ଆପଣଙ୍କର ଖର୍ଚ୍ଚ ଆବଶ୍ୟକତାଠାରୁ ଅଧିକ ବଢ଼ିପାରେ। ପରିବାରରେ ମତଭେଦ ସୃଷ୍ଟି ହୋଇପାରେ।

ତୁଳା ରାଶି (Libra)
ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଅଗଷ୍ଟ ମାସ ଭ୍ରମର ସ୍ଥିତି ସୃଷ୍ଟି କରିପାରେ। ପ୍ରେମ ଜୀବନରେ ଅସୁବିଧା ଦେଖାଦେଇପାରେ, ତେଣୁ ସତର୍କ ରୁହନ୍ତୁ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ପେଟ ସମ୍ବନ୍ଧୀୟ ରୋଗ ହୋଇପାରେ।

ଧନୁ ରାଶି (Sagittarius)
ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଅଗଷ୍ଟ ମାସ ସାବଧାନତାର ସହ କାମ କରିବାର ରହିବ। ଏହି ମାସରେ ଆପଣଙ୍କର ଆତ୍ମବିଶ୍ୱାସରେ ହ୍ରାସ ଘଟିପାରେ। ଯାତ୍ରା କରିବାରୁ ଦୂରେଇ ରୁହନ୍ତୁ। କ୍ୟାରୟରରେ ବାଧା ଆସିପାରେ।

କୁମ୍ଭ ରାଶି (Aquarius)
କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଅଗଷ୍ଟ ମାସ ଥକାଦାୟକ ହୋଇପାରେ। ମାନସିକ ଚାପ ଓ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ବନ୍ଧୁଙ୍କ ଉପରେ ଆଖି ବୁଜି ଭରସା କରନ୍ତୁ ନାହିଁ। ପ୍ରତାରଣାର ସମ୍ଭାବନା ରହିଛି। କୋର୍ଟ-କଚେରୀରେ ଜଡ଼ିତ ମାମଲା ପାଇଁ ଅସୁବିଧା ହୋଇପାରେ।

 

The post ଅଗଷ୍ଟ ମାସରେ ଏହି ୫ ରାଶିଙ୍କୁ ରହିବାକୁ ପଡ଼ିବ ସାବଧାନ: ନଚେତ ପ୍ରେମ, କ୍ୟାରିୟର, ସ୍ବାସ୍ଥ୍ୟ, ପରିବାର ଉପରେ… appeared first on Dharitri Odia News.