ଅଗଷ୍ଟ ୧୦ ଯାଏଁ ବଢ଼ିଲା କୃଷି ବୀମା ଆବେଦନ
ଚାଷୀମାନେ ପଞ୍ଜିକରଣ କରିବା ଲାଗି ନ୍ୟାସନାଲ କର୍ପ ଇନସ୍ୟୁରାନ୍ସ ପୋର୍ଟାଲ ଖୋଲା ରହିବ ବୋଲି କେନ୍ଦ୍ର କୃଷି ମନ୍ତ୍ରାଳୟର କୃଷି ବିମାନ ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି।
ଖରିଫ ଋତୁ ୨୦୨୪ ଲାଗି ବଢ଼ିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ଆବେଦନ ଅବଧି । ଆଗରୁ ଏହି ଯୋଜନାର ଅବେଦନ କରିବାର ଅବଧି ଥିଲା ଜୁଲାଇ ୩୧ ତାରିଖ। ତେବେ କେନ୍ଦ୍ର ସରକାର ଯୋଜନାର ଆବେଦନ ଅବଧିକୁ ଆଉ ୧୦ ଦିନ ବଢାଇ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଢ଼ିଲା ଚଳିତ ଖରିଫ୍ ଋତୁ ପାଇଁ କଟ୍ ଅଫ୍ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସମବାୟ କମିଶନରଙ୍କୁ କେନ୍ଦ୍ର କୃଷି ମନ୍ତ୍ରାଳୟ ପକ୍ଷରୁ ଚିଠି କରାଯାଇ ସର୍ବାଧିକ ପଞ୍ଜୀକରଣ ପାଇଁ ରାଜ୍ୟ ସରକାରଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଚନ୍ତି। ଏହି ସମୟର ମଧ୍ୟରେ ଚାଷୀମାନେ ପଞ୍ଜିକରଣ କରିବା ଲାଗି ନ୍ୟାସନାଲ କର୍ପ ଇନସ୍ୟୁରାନ୍ସ ପୋର୍ଟାଲ ଖୋଲା ରହିବ ବୋଲି କେନ୍ଦ୍ର କୃଷି ମନ୍ତ୍ରାଳୟର କୃଷି ବିମାନ ଡିଭିଜନ ପକ୍ଷରୁ ସୂଚନା ଦିଆଯାଇଛି।