ଅଗଷ୍ଟ ୧୫ରୁ ଗୁଡ୍‌ ମର୍ନିଂ ବଦଳରେ ଜୟ ହିନ୍ଦ୍‌

ଚଣ୍ଡିଗଡ଼,୧୦ା୮: ଆଗାମୀ ସ୍ବାଧୀନତା ଦିବସ ଅଗଷ୍ଟ ୧୫ ତାରିଖରୁ ହରିୟାଣାର ସ୍କୁଲପିଲାମାନେ ଗୁଡ୍‌ ମର୍ନିଂ ବଦଳରେ ‘ଜୟ ହିନ୍ଦ୍‌’ କହି ପରସ୍ପରକୁ ଓ ସେମାନଙ୍କ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇବେ। ରାଜ୍ୟର ସମସ୍ତ ଜିଲା ଏବଂ ବ୍ଲକସ୍ତରୀୟ ଶିକ୍ଷାନୁଷ୍ଠାନର ଅଧିକାରୀ ଏବଂ ପ୍ରିନ୍ସିପାଲ ତଥା ପ୍ରଧାନ ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଉପରୋକ୍ତ ନିର୍ଦ୍ଦେଶନାମା ଜାରି ହୋଇଛି। ଛାତ୍ରୀଛାତ୍ରଙ୍କ ମନରେ ଦେଶପ୍ରେମ ଏବଂ ଜାତୀୟତାବାଦର ଭାବ ଜାଗ୍ରତ କରିବା ପାଇଁ ହରିୟାଣା ସରକାର ଏଭଳି ନିଷ୍ପତ୍ତି […] The post ଅଗଷ୍ଟ ୧୫ରୁ ଗୁଡ୍‌ ମର୍ନିଂ ବଦଳରେ ଜୟ ହିନ୍ଦ୍‌ appeared first on Dharitri Odia News.

ଅଗଷ୍ଟ ୧୫ରୁ ଗୁଡ୍‌ ମର୍ନିଂ ବଦଳରେ ଜୟ ହିନ୍ଦ୍‌

ଚଣ୍ଡିଗଡ଼,୧୦ା୮: ଆଗାମୀ ସ୍ବାଧୀନତା ଦିବସ ଅଗଷ୍ଟ ୧୫ ତାରିଖରୁ ହରିୟାଣାର ସ୍କୁଲପିଲାମାନେ ଗୁଡ୍‌ ମର୍ନିଂ ବଦଳରେ ‘ଜୟ ହିନ୍ଦ୍‌’ କହି ପରସ୍ପରକୁ ଓ ସେମାନଙ୍କ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇବେ। ରାଜ୍ୟର ସମସ୍ତ ଜିଲା ଏବଂ ବ୍ଲକସ୍ତରୀୟ ଶିକ୍ଷାନୁଷ୍ଠାନର ଅଧିକାରୀ ଏବଂ ପ୍ରିନ୍ସିପାଲ ତଥା ପ୍ରଧାନ ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଉପରୋକ୍ତ ନିର୍ଦ୍ଦେଶନାମା ଜାରି ହୋଇଛି। ଛାତ୍ରୀଛାତ୍ରଙ୍କ ମନରେ ଦେଶପ୍ରେମ ଏବଂ ଜାତୀୟତାବାଦର ଭାବ ଜାଗ୍ରତ କରିବା ପାଇଁ ହରିୟାଣା ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସ୍ବାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ ପୂର୍ବରୁ ଏହି ନିୟମ ଲାଗୁ ହେବା ଆବଶ୍ୟକ ବୋଲି ଶିକ୍ଷା ବିଭାଗ କହିଛି। ପିଲାମାନେ ପ୍ରତିଦିନ ଜୟ ହିନ୍ଦ୍‌ କହି ପରସ୍ପରକୁ ଅଭିନନ୍ଦନ ଜଣାଇବା ଦ୍ୱାରା ସେମାନେ ଜାତୀୟ ଏକତା ଭାବ ଦ୍ୱାରା ଅନୁପ୍ରାଣିତ ହେବେ ଏବଂ ଦେଶର ଗୌରବମୟ ଇତିହାସକୁ ସମ୍ମାନ ଜଣାଇବେ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି। ବ୍ରିଟିଶ ଶାସନ ବିରୋଧରେ ଲଢ଼ି ଭାରତକୁ ସ୍ବାଧୀନ କରିବା ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଜାଦ ହିନ୍ଦ୍‌ ଫୌଜ ଗଢ଼ିଥିଲେ। ଏହି ସମୟରେ ସେ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ସହ ଏହାକୁ ଲୋକପ୍ରିୟ କରାଇଥିଲେ। ଦେଶ ସ୍ବାଧୀନ ହେବା ପରେ ଏହି ସ୍ଲୋଗାନକୁ ସଶସ୍ତ୍ର ବଳ ଅଭିବାଦନ ପାଇଁ ଗ୍ରହଣ କରିଥିଲା। ଏହା ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ପ୍ରତି ସେମାନଙ୍କ ପ୍ରତିବଦ୍ଧତା ବଜାୟ ରଖିବାକୁ ପ୍ରତିପାଦିତ କରିଥାଏ। ଜୟହିନ୍ଦ୍‌ କହିବା ଦ୍ୱାରା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶୃଙ୍ଖଳା ଓ ଏକତା ବଢ଼ିବ ବୋଲି ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

The post ଅଗଷ୍ଟ ୧୫ରୁ ଗୁଡ୍‌ ମର୍ନିଂ ବଦଳରେ ଜୟ ହିନ୍ଦ୍‌ appeared first on Dharitri Odia News.