‘ଅଗଷ୍ଟରେ ଭାଙ୍ଗିବ ‘ମୋଦି ସରକାର’, ଦେଶରେ ଯେକୌଣସି ମୂହୁର୍ତ୍ତରେ ହୋଇପାରେ ନିର୍ବାଚନ’

ନୂଆଦିଲ୍ଲୀ,୫।୭: ଅଗଷ୍ଟରେ ଭାଙ୍ଗିବ ମୋଦି ସରକାର। ଏହାପରେ ଇଣ୍ଡିଆ ମେଣ୍ଟ ସରକାର ଗଠନ କରିବ ବୋଲି ବଡ଼ ଦାବି କରିଛନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ଏପରିକି ଦେଶରେ ଯେକୌଣସି ମୂହୁର୍ତ୍ତରେ ନିର୍ବାଚନ ହୋଇପାରେ ବୋଲି ସେ କହିବା ସହ ନିଜ ଦଳର ନେତାଙ୍କୁ ପ୍ରସ୍ତୁତ ରହିବାକୁ ମଧ୍ୟ କହିଛନ୍ତି। ତେବେ ଶୁକ୍ରବାର ଆର୍‌ଜେଡିର ପ୍ରତିଷ୍ଠା ଦିବସ ଅବସରରେ ଲାଲୁ ଏଭଳି ଦାବି କରିଛନ୍ତି। ନିଜର ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ଲାଲୁ ଯାଦବ କହିଛନ୍ତି, […] The post ‘ଅଗଷ୍ଟରେ ଭାଙ୍ଗିବ ‘ମୋଦି ସରକାର’, ଦେଶରେ ଯେକୌଣସି ମୂହୁର୍ତ୍ତରେ ହୋଇପାରେ ନିର୍ବାଚନ’ appeared first on Dharitri Odia News.

‘ଅଗଷ୍ଟରେ ଭାଙ୍ଗିବ ‘ମୋଦି ସରକାର’, ଦେଶରେ ଯେକୌଣସି ମୂହୁର୍ତ୍ତରେ ହୋଇପାରେ ନିର୍ବାଚନ’

ନୂଆଦିଲ୍ଲୀ,୫।୭: ଅଗଷ୍ଟରେ ଭାଙ୍ଗିବ ମୋଦି ସରକାର। ଏହାପରେ ଇଣ୍ଡିଆ ମେଣ୍ଟ ସରକାର ଗଠନ କରିବ ବୋଲି ବଡ଼ ଦାବି କରିଛନ୍ତି ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ଏପରିକି ଦେଶରେ ଯେକୌଣସି ମୂହୁର୍ତ୍ତରେ ନିର୍ବାଚନ ହୋଇପାରେ ବୋଲି ସେ କହିବା ସହ ନିଜ ଦଳର ନେତାଙ୍କୁ ପ୍ରସ୍ତୁତ ରହିବାକୁ ମଧ୍ୟ କହିଛନ୍ତି। ତେବେ ଶୁକ୍ରବାର ଆର୍‌ଜେଡିର ପ୍ରତିଷ୍ଠା ଦିବସ ଅବସରରେ ଲାଲୁ ଏଭଳି ଦାବି କରିଛନ୍ତି।

ନିଜର ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି ଲାଲୁ ଯାଦବ କହିଛନ୍ତି, ‘ଦିଲ୍ଲୀରେ ମୋଦି ସରକାର ବହୁତ ଦୁର୍ବଳ ଅଛି। ଅଗଷ୍ଟ ଭିତରେ ଏହା ଭାଙ୍ଗିଯାଇପାରେ। ଏଣୁ ସମସ୍ତ ଦଳୀୟ କର୍ମକର୍ତ୍ତା ପ୍ରସ୍ତୁତ ରହିବାକୁ ଅପିଲ କରୁଛି, କାରଣ ନିର୍ବାଚନ ଯେକୌଣସି ସମୟରେ ହୋଇପାରେ।’

ଏହି ଅବସରରେ ଦଳୀୟ ନେତା ତେଜସ୍ବୀ ଯାଦବ ମଧ୍ୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଜେଡିୟୁ ଶାସନ କ୍ଷମତା ଲୋଭରେ ନିଜର ବିଚାରଧାରା ସହ ଚୁକ୍ତି କରି ଭାଜପା ସହ ମେଣ୍ଟ କରିଥିଲେ। ହେଲେ ଆର୍‌ଜେଡି କେବେ ବି ଚୁକ୍ତି କରିନାହିଁ କିମ୍ବା ଭାଜପା ଆଗରେ ନଇଁ ନାହିଁ। ଶାସନ କ୍ଷମତାରେ ରହିବା ବଡ଼ କଥା ନୁହେଁ। ଆମର ଲଢ଼େଇ ସେହି ଲୋକଙ୍କ ସହ ଯିଏ ଦୁର୍ବଳ ଶ୍ରେଣୀୟ ଏବଂ ସରକାରୀ ସୁବିଧା ପାଇବାରୁ ବଞ୍ଚିତ। ଲୋକ ସଭା ନିର୍ବାଚନରେ ଆମର ଭୋଟ ଶେୟାର ୯% ବଢ଼ିଛି। ହେଲେ ଏନ୍‌ଡିଏର ୬% କମିଯାଇଛି। ଆର୍‌ଜେଡି ୪ ଆସନରେ ବିଜେତା ହୋଇଛି। ଆହୁରି ମଧ୍ୟ ଦଳ ଜିତି ପାରିଥାନ୍ତା। ତଥାପି ଆମ ମେଣ୍ଟ ନିର୍ବାଚନରେ ୯ ଆସନ ଜିତିଛି ବୋଲି ସେ କହିଛନ୍ତି।

The post ‘ଅଗଷ୍ଟରେ ଭାଙ୍ଗିବ ‘ମୋଦି ସରକାର’, ଦେଶରେ ଯେକୌଣସି ମୂହୁର୍ତ୍ତରେ ହୋଇପାରେ ନିର୍ବାଚନ’ appeared first on Dharitri Odia News.