ଧରିତ୍ରୀ ୟୁଥ୍ କନକ୍ଲେଭ ୨୦୨୪ ଆରମ୍ଭ
ଭୁବନେଶ୍ୱର,୨୩।୧୧: ଭୁବନେଶ୍ୱରର ପ୍ରେସ୍ କ୍ଲବଠାରେ ଆରମ୍ଭ ହୋଇଛି ଧରିତ୍ରୀ ୟୁଥ୍ କନକ୍ଲେଭ ୨୦୨୪। ୨ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ରେଜିଷ୍ଟ୍ରେସନ ସରିଛି। ପରେ ପ୍ରଥମ ଦିନର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ପ୍ରଥମେ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଛନ୍ତି। ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି […] The post ଧରିତ୍ରୀ ୟୁଥ୍ କନକ୍ଲେଭ ୨୦୨୪ ଆରମ୍ଭ appeared first on Dharitri Odia News.
ଭୁବନେଶ୍ୱର,୨୩।୧୧: ଭୁବନେଶ୍ୱରର ପ୍ରେସ୍ କ୍ଲବଠାରେ ଆରମ୍ଭ ହୋଇଛି ଧରିତ୍ରୀ ୟୁଥ୍ କନକ୍ଲେଭ ୨୦୨୪। ୨ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ରେଜିଷ୍ଟ୍ରେସନ ସରିଛି। ପରେ ପ୍ରଥମ ଦିନର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ପ୍ରଥମେ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଛନ୍ତି।
ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ ହୋଇ ଅନ୍ୟମାନଙ୍କୁ ଏକ୍ଷେତ୍ରରେ ସହଭାଗୀ କରାଇପାରିବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ କନକ୍ଲେଭ’। ଚଳିତବର୍ଷର ପ୍ରସଙ୍ଗ ରହିଛି ‘କ୍ଲାଇମେଟ ଚେଞ୍ଜ:ବିଲ୍ଡିଂ ରିଜିଲିଆନ୍ସ’। ଆସନ୍ତା ୨୪ ତାରିଖ ଅର୍ଥାତ୍ ରବିବାର ଭୁବନେଶ୍ୱରରେ ଧରିତ୍ରୀର ୫୧ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଯୁବ ସମ୍ମିଳନୀର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହେବ।
The post ଧରିତ୍ରୀ ୟୁଥ୍ କନକ୍ଲେଭ ୨୦୨୪ ଆରମ୍ଭ appeared first on Dharitri Odia News.