୧୬ ମାସ ପରେ ସେୟାର ବଜାରରେ ଆତଙ୍କ,ଗୋଟିଏ ଦିନରେ ୧୬ଶହ ପଏଣ୍ଟ ହ୍ରାସ
ନନ୍ଦିଘୋଷ ବ୍ୟୁରୋ: ବୁଧବାର ଦିନ ଭାରତୀୟ ସେୟାର ବଜାରରେ ଆତଙ୍କ ସୃଷ୍ଟି ହୋଇଥିଲା । ବିଏସଇ ସେନସେକ୍ସ ଓ ନିଫ୍ଟିରେ... The post ୧୬ ମାସ ପରେ ସେୟାର ବଜାରରେ ଆତଙ୍କ,ଗୋଟିଏ ଦିନରେ ୧୬ଶହ ପଏଣ୍ଟ ହ୍ରାସ appeared first on .
ନନ୍ଦିଘୋଷ ବ୍ୟୁରୋ: ବୁଧବାର ଦିନ ଭାରତୀୟ ସେୟାର ବଜାରରେ ଆତଙ୍କ ସୃଷ୍ଟି ହୋଇଥିଲା । ବିଏସଇ ସେନସେକ୍ସ ଓ ନିଫ୍ଟିରେ ବ୍ୟାପକ ହ୍ରାସ ଯୋଗୁ ନିବେଶକ ବଡ଼ଧରଣର ପୁଂଜି ହରାଇଛନ୍ତି । ବିଏସଇ ସୂଚକାଙ୍କରେ ୧୬ ମାସର ସବୁଠାରୁ ବଡ଼ ଅବନତି ଦେଖିବାକୁ ମିଳିଛି । ବିଦେଶୀ ବଜାରର ନକାରାତ୍ମକ ସଙ୍କେତ ପ୍ରଭାବରେ BSE ସେନସେକ୍ସ ୧,୬୦୦ ପଏଣ୍ଟରୁ ଅଧିକ ହ୍ରାସ ପାଇଛି । ଯାହା ୧୬ ମାସରେ ଗୋଟିଏ ଦିନରେ ସର୍ବାଧିକ ହ୍ରାସ ।
ଆଜି ସେନସେକ୍ସ ୧୬୨୮ ପଏଣ୍ଟ ବା ୨.୨୩ ପ୍ରତିଶତ ହ୍ରାସ ସହିତ ୭୧,୫୦୦.୭୬ରେ ବନ୍ଦ ହୋଇଛି । ୧୬ ମାସ ମଧ୍ୟରେ ସେନସେକ୍ସରେ ଏହା ହେଉଛି ଗୋଟିଏ ଦିନରେ ସବୁଠାରୁ ବଡ ପତନ ।ଏହାପୂର୍ବରୁ ଜୁନ୍ ୧୩, ୨୦୨୨ ରେ ସେନ୍ସେକ୍ସ ୨.୬୮ ପ୍ରତିଶତ ହ୍ରାସ ପାଇଥିଲା। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ- ନିଫ୍ଟି ମଧ୍ୟ ୪୬୦ ପଏଣ୍ଟ ବା ୨.୦୯ ପ୍ରତିଶତ ହ୍ରାସ ସହିତ ୨୧,୫୭୧.୯୫ ପଏଣ୍ଟରେ ବନ୍ଦ ହୋଇଛି । ବିଏସଇ ଓ ନିଫ୍ଟିର ଏହି ପତନ ପଛରେ ବିଦେଶୀ ବଜାର ପ୍ରଭାବ ସହିତ ଏଚଡିଏଫସି ସେୟାର ମୂଲ୍ୟରେ ହ୍ରାସକୁ ମଧ୍ଯ ଦାୟୀ କରାଯାଉଛି । ଏଚଏଫଡିସି ବ୍ୟାଙ୍କର ତ୍ରୈୟମାସିକ ଫଳାଫଳ ଗତକାଲି ଆସିଥିଲା ।
ଫଳାଫଳ ଆଶାନୁପରକ ଥିବାରୁ ବଜାର ଏଭଳି ପ୍ରତିକ୍ରିୟା ଦେଖାଇଥିଲା । କାରଣ ବଜାର ଖୋଲିବା ସହିତ ଏଚଏଫଡିସି ସେୟାର ବିକ୍ରି ଜୋର ଧରିଥିଲା । HDFC ବ୍ୟାଙ୍କର ସେୟାରରେ ମୁଲ୍ୟରେ ୮.୫ ପ୍ରତିଶତ ହ୍ରାସ ପାଇଛି, ଯାହା ତିନି ବର୍ଷ ମଧ୍ୟରେ ଏହାର ଖରାପ ପ୍ରଦର୍ଶନ । ମାର୍ଚ୍ଚ ୨୦୨୨ ପରେ ଏହା ହେଉଛି ସବୁଠାରୁ ବଡ ହ୍ରାସ । କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଆଇଡିଏଫସି ବ୍ୟାଙ୍କ, ଆକ୍ସିସ୍ ବ୍ୟାଙ୍କ, ଫେଡେରାଲ୍ ବ୍ୟାଙ୍କ ଏବଂ ଏୟୁ କ୍ଷୁଦ୍ର ଫାଇନାନ୍ସ ବ୍ୟାଙ୍କ ସେୟାର ମୂଲ୍ୟରେ ଦୁଇରୁ ଚାରି ପ୍ରତିଶତ ହ୍ରାସ ପରିଲକ୍ଷିତ ହୋଇଛି । ସେନ୍ସେକ୍ସରେ ହ୍ରାସ ହେତୁ ନିବେଶକମାନେ ପ୍ରାୟ ୪.୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର କ୍ୟାପ୍ ୪.୬୯ ଲକ୍ଷ କୋଟି ହ୍ରାସ ପାଇ ୩୭୦.୨୫ ଲକ୍ଷ କୋଟିରେ ପହଞ୍ଚିଛି ଯାହା ପୂର୍ବ ଟ୍ରେଡିଂ ସେସନରେ ୩୭୪.୯୫ ଲକ୍ଷ କୋଟି ଥିଲା।
The post ୧୬ ମାସ ପରେ ସେୟାର ବଜାରରେ ଆତଙ୍କ,ଗୋଟିଏ ଦିନରେ ୧୬ଶହ ପଏଣ୍ଟ ହ୍ରାସ appeared first on .