ମକର ମେଳା: କାଳିଜାଇ ପୀଠ ଭକ୍ତମୟ
କୃଷ୍ଣପ୍ରସାଦ,୧୪।୧(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଲିଯାଇଙ୍କ ପୀଠରେ ମକର ମେଳା ଆରମ୍ଭ ହୋଇଛି। ଆଜି ଭୋରରୁ କୃଷ୍ଣପ୍ରସାଦ ଜେଟି, ସାତପଡା, ରମ୍ଭା, ବଡକୁଳ, ବାଲୁଗାଁ, ସୋରଣ, ଆଦି ଚିଲିକା କୂଳରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସୁଅ ଚୁଟିଛି। ଏଥିପାଇଁ ପ୍ରଶାସନିକ ତତ୍ପରତା ବୃଦ୍ଧି ପାଇଛି। ଚିଲିକାର ପାଣିରେ ବିପଦ ଜନକ ଯାତ୍ରାକୁ ରୋକିବା ପାଇଁ ପୋଲିସ ହେପାଜତ ରେ ଅଳ୍ପ ସଂଖ୍ୟକ ଯାତ୍ରୀ ଡ଼ଙ୍ଗା, ଲଞ୍ଚ, ରେ ଯାତାୟତ କରୁଛନ୍ତି. ବିପଦକୁ ଆୟତ […] The post ମକର ମେଳା: କାଳିଜାଇ ପୀଠ ଭକ୍ତମୟ appeared first on Dharitri Odia News.
କୃଷ୍ଣପ୍ରସାଦ,୧୪।୧(କୈଳାଶ ଚନ୍ଦ୍ର ପଟ୍ଟନାୟକ):ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଲିଯାଇଙ୍କ ପୀଠରେ ମକର ମେଳା ଆରମ୍ଭ ହୋଇଛି। ଆଜି ଭୋରରୁ କୃଷ୍ଣପ୍ରସାଦ ଜେଟି, ସାତପଡା, ରମ୍ଭା, ବଡକୁଳ, ବାଲୁଗାଁ, ସୋରଣ, ଆଦି ଚିଲିକା କୂଳରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସୁଅ ଚୁଟିଛି। ଏଥିପାଇଁ ପ୍ରଶାସନିକ ତତ୍ପରତା ବୃଦ୍ଧି ପାଇଛି। ଚିଲିକାର ପାଣିରେ ବିପଦ ଜନକ ଯାତ୍ରାକୁ ରୋକିବା ପାଇଁ ପୋଲିସ ହେପାଜତ ରେ ଅଳ୍ପ ସଂଖ୍ୟକ ଯାତ୍ରୀ ଡ଼ଙ୍ଗା, ଲଞ୍ଚ, ରେ ଯାତାୟତ କରୁଛନ୍ତି. ବିପଦକୁ ଆୟତ କରିବାପାଇଁ ଓଡ୍ରାଫ ଟିମ, ମାଲୁଦ ଅଗ୍ନିଶମ ବାହିନୀ, କୃଷ୍ଣପ୍ରସାଦ ପୋଲିସ କଡା ନଜର ରଖିଥିବା ଜଣାପଡ଼ିଛି। ମା ଙ୍କ ଦର୍ଶନ ପାଇଁ ବାରିକେଟ ର ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ଶନି ଶୃଙ୍ଖଳା ସହ ଦର୍ଶନ ସାରି ଫେରୁଛନ୍ତି। ପାରିକୁଦର ଆରାଧ୍ୟ ଦେବୀ ମା’ କାଳିଯାଇଙ୍କ ପୀଠକୁ ପାରିକୁଦ ରାଜା ସାହେବ ସନ୍ତୋଷ କୁମାର ମାନସିଂହ ଆଉ ଅଳ୍ପ ସମୟ ପରେ ଆସି ମାଆ ଙ୍କ ଆଶୀର୍ବାଦ ଭିକ୍ଷା କରି ଆନୁଷ୍ଠାନିକ ଭାବେ ମେଳାକୁ ଉଦଘାଟନ କରିବେ। କୁହୁଡି ଜଳଯାତ୍ରା ପାଇଁ ବାଧକ ସାଜିଥିଲେ ମଧ୍ୟ କୌଣସି ଅପ୍ରିତିକର ପରିସ୍ଥିତି ଘଟି ନ ଥିବା ଜଣାପଡ଼ିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଏବଂ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ଆସ୍ତେ ଆସ୍ତେ ବଢ଼ିବାରେ ଦେଖିବାକୁ ମିଳୁଛି।
The post ମକର ମେଳା: କାଳିଜାଇ ପୀଠ ଭକ୍ତମୟ appeared first on Dharitri Odia News.