ଆଜି HMPV ନେଇ ବସିବ ସମୀକ୍ଷା ବୈଠକ
ଭୁବନେଶ୍ୱର: ଆଜି HMPV ନେଇ ବସିବ ସମୀକ୍ଷା ବୈଠକ। ଦିନ ୧୧ଟାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ।... The post ଆଜି HMPV ନେଇ ବସିବ ସମୀକ୍ଷା ବୈଠକ appeared first on .
ଭୁବନେଶ୍ୱର: ଆଜି HMPV ନେଇ ବସିବ ସମୀକ୍ଷା ବୈଠକ। ଦିନ ୧୧ଟାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ସ୍ୱାସ୍ଥ୍ୟ ସଚିବଙ୍କ ସମେତ ମିଳିତ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକମାନେ ଉପସ୍ଥିତ ରହିବେ। ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଭିସିରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ଏବେ ଯାଏଁ ହୁଏତ ଜଣେ ବି HMPV ରୋଗୀ ଓଡ଼ିଶାରୁ ଚିହ୍ନଟ ହୋଇନାହାନ୍ତି କି କେନ୍ଦ୍ର ସରକାର କୌଣସି ନିର୍ଦ୍ଦିଷ୍ଟ ଗାଇଡଲାଇନ ଦେଇ ନାହାନ୍ତି । ହେଲେ ରାଜ୍ୟ ସରକାର ସମସ୍ତ ବନ୍ଦୋବସ୍ତ କରିଥିବା ନେଇ ପୂର୍ବରୁ ସୂଚନା ଦେଇଛନ୍ତି।
ଆଜି ସମସ୍ତ ଜିଲ୍ଲା ହସ୍ପିଟାଲ ମୁଖ୍ୟମାନଙ୍କ ସହ ପ୍ରସ୍ତୁତି ନେଇ ଆଲୋଚନା କରାଯିବ। କୋଭିଡ ସମୟରୁ ହିଁ ସବୁ ବ୍ୟବସ୍ଥା କରାଯାଇଥିଲା। ତାକୁ ଭିତ୍ତି କରି ଟେଷ୍ଟିଂ, ଟ୍ରାକିଂ ଓ କାର୍ଯ୍ୟକାରୀ କରିବା ନେଇ କଣ ବ୍ୟବସ୍ଥା କରାଯିବ ସେନେଇ ଲୋକସେବା ଭବନରୁ ହେବ ସିଧାସଳକ ସମୀକ୍ଷା। ସେହିପରି ବଢୁଥିବା ମ୍ୟାଲେରିଆ କେସ୍ ନେଇ ଗଣମାଧ୍ୟମରେ ଆସୁଥିବା ଖବରକୁ ବି ନେଇ ସ୍ୱାସ୍ଥ୍ୟ ବିଭାଗ ତର୍ଜମା କରିବାର କାର୍ଯ୍ୟକ୍ରମ ରହିଛି।
The post ଆଜି HMPV ନେଇ ବସିବ ସମୀକ୍ଷା ବୈଠକ appeared first on .