୩୦ରୁ ୩ ଦିନିଆ ଗ୍ଲୋବାଲ ଟ୍ରେଡ୍‌ ଶୋ

ଭୁବନେଶ୍ୱର,୨୮।୮(ଅଭୟ ଦାଶ): ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ୟୁସିସିଆଇଏଲ) ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ତଥା ୩ ଦିନିଆ ଗ୍ଲୋବାଲ ଟ୍ରେଡ୍‌ ଶୋ ‘ରିସର୍ଜେଣ୍ଟଟ ଓଡ଼ିଶା-୨୦୨୪’ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ୩ ଦିନିଆ ଶୋ’ ୨୦୨୪ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନଠାରେ ଆୟୋଜନ ହେବ ବୋଲି ୟୁସିସିଆଇଏଲ୍‌ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଅପରପକ୍ଷରେ ଓଡ଼ିଶା ସରକାର ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ […] The post ୩୦ରୁ ୩ ଦିନିଆ ଗ୍ଲୋବାଲ ଟ୍ରେଡ୍‌ ଶୋ appeared first on Dharitri Odia News.

୩୦ରୁ ୩ ଦିନିଆ ଗ୍ଲୋବାଲ ଟ୍ରେଡ୍‌ ଶୋ

ଭୁବନେଶ୍ୱର,୨୮।୮(ଅଭୟ ଦାଶ): ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ୟୁସିସିଆଇଏଲ) ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ତଥା ୩ ଦିନିଆ ଗ୍ଲୋବାଲ ଟ୍ରେଡ୍‌ ଶୋ ‘ରିସର୍ଜେଣ୍ଟଟ ଓଡ଼ିଶା-୨୦୨୪’ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ୩ ଦିନିଆ ଶୋ’ ୨୦୨୪ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନଠାରେ ଆୟୋଜନ ହେବ ବୋଲି ୟୁସିସିଆଇଏଲ୍‌ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଅପରପକ୍ଷରେ ଓଡ଼ିଶା ସରକାର ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରଣାଳୟର ସହଯୋଗରେ ଆୟୋଜିତ ହେବାକୁ ଥିବା ଏହି ଶୋ ଓଡ଼ିଶାର ଅର୍ଥନୈତିକ ଓ ଶିଳ୍ପ ଯାତ୍ରାରେ ଏକ ଐତିହାସିକ ଅବସର ହେବାର ପ୍ରତିଶ୍ରୁତି ଦେଇଛି।
ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଏକ ଘରୋଇ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଯୋଗଦେଇ ୟୁସିସିଆଇଏଲ୍‌ର ସଭାପତି ବ୍ରହ୍ମା ମିଶ୍ର, ଉପସଭାପତି ତାରିଣୀ ପ୍ରସାଦ ମହାନ୍ତି, ସମ୍ପାଦକ ଅଶୋକ କୁମାର ଶାରଦା, ଗ୍ଲୋବାଲ ଟ୍ରେଡ୍‌ ଶୋ’ର ଚେୟାରମ୍ୟାନ୍‌ ପ୍ରବୋଧ ମହାନ୍ତି,କୋ-ଚେୟାରମ୍ୟାନ୍‌ ପଙ୍କଜ ମହାନ୍ତି, କନ୍‌ଭେନର ମନୋଜ ପୃଷ୍ଟିଙ୍କ ସମେତ ଇପିକଲର ଇଡି କଲ୍ୟାଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ସେହିଭଳି ଏହି ଶୋ’ରେ ଅନେକ ପ୍ରଦର୍ଶନୀ, କର୍ମଶାଳା ଏବଂ ଶିଳ୍ପ ବିଶେଷଜ୍ଞଙ୍କ ସହ ପ୍ୟାନେଲ ଆଲୋଚନା ସାମିଲ ରହିବ। ଯେଉଁଥିରେ ଅଂଶଗ୍ରହଣକାରୀଙ୍କୁ ଅତ୍ୟାଧୁନିକ ପ୍ରକଳ୍ପ, ଅଭିନବ ସମାଧାନ ଏବଂ ବଜାରର ଅତ୍ୟାଧୁନିକ ଟ୍ରେଣ୍ଡ ଅନୁସନ୍ଧାନ କରିବାର ଅତୁଳନୀୟ ସୁଯୋଗ ମିଳିବ ବୋଲି ୟୁସିସିଆଇଏଲ୍‌ର ସଭାପତି ବ୍ରହ୍ମା ମିଶ୍ର କହିଛନ୍ତି। କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ), ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି), ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ (ଆଇସିସି) ଏବଂ ଆସୋଚାମ୍‌ ଭଳି ପ୍ରତିଷ୍ଠିତ ସଙ୍ଗଠନ ସହ ସହଯୋଗକରି ଆମେ ଗର୍ବ ଅନୁଭବ କରୁଛୁ।

The post ୩୦ରୁ ୩ ଦିନିଆ ଗ୍ଲୋବାଲ ଟ୍ରେଡ୍‌ ଶୋ appeared first on Dharitri Odia News.