ଅଗଷ୍ଟରେ ହୋଣ୍ଡାର ୫,୩୮,୫୮୨ ୟୁନିଟ୍ ଗାଡ଼ି ବିକ୍ରି
ନୂଆଦିଲ୍ଲୀ,୩।୯ (ଅଭୟ ଦାଶ): ଦେଶର ପ୍ରମୁଖ ୨ ଚିକିଆ ଯାନ ବ୍ରାଣ୍ଡ୍ ତଥା ହୋଣ୍ଡା ମୋଟରସାଇକେଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ) ର ମାସିକ ଗାଡି ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୪ ଅଗଷ୍ଟରେ କମ୍ପାନୀ ମୋଟ ୫,୩୮,୮୫୨ ୟୁନିଟ ଗାଡ଼ି ବିକ୍ରି କରିଛି, ଯାହା ପୂର୍ବ ବର୍ଷର ଅଗଷ୍ଟ ମାସ ତୁଳନାରେ ୧୩% ଅଧିକ ବୋଲି ଏଚ୍ଏମ୍ଏସଆଇ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ସେହିଭଳି କମ୍ପାନୀ ଦେଶ ଭିତରେ ୪,୯୧,୬୭୮ ୟୁନିଟ […] The post ଅଗଷ୍ଟରେ ହୋଣ୍ଡାର ୫,୩୮,୫୮୨ ୟୁନିଟ୍ ଗାଡ଼ି ବିକ୍ରି appeared first on Dharitri Odia News.
ନୂଆଦିଲ୍ଲୀ,୩।୯ (ଅଭୟ ଦାଶ): ଦେଶର ପ୍ରମୁଖ ୨ ଚିକିଆ ଯାନ ବ୍ରାଣ୍ଡ୍ ତଥା ହୋଣ୍ଡା ମୋଟରସାଇକେଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍ଏମ୍ଏସ୍ଆଇ) ର ମାସିକ ଗାଡି ବିକ୍ରି ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୪ ଅଗଷ୍ଟରେ କମ୍ପାନୀ ମୋଟ ୫,୩୮,୮୫୨ ୟୁନିଟ ଗାଡ଼ି ବିକ୍ରି କରିଛି, ଯାହା ପୂର୍ବ ବର୍ଷର ଅଗଷ୍ଟ ମାସ ତୁଳନାରେ ୧୩% ଅଧିକ ବୋଲି ଏଚ୍ଏମ୍ଏସଆଇ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ସେହିଭଳି କମ୍ପାନୀ ଦେଶ ଭିତରେ ୪,୯୧,୬୭୮ ୟୁନିଟ ଗାଡ଼ି ବିକ୍ରି କରିଥିବା ବେଳେ ୪୭,୧୭୪ ୟୁନିଟ ଗାଡ଼ି ୨୦୨୪ ଅଗଷ୍ଟରେ ରପ୍ତାନି କରିଛି, ଦେଶ ଭିତର ଗାଡ଼ି ବିକ୍ରି ୯% ଏବଂ ରପ୍ତାନୀ କ୍ଷେତ୍ରରେ ୭୯% ବୃଦ୍ଧି ଘଟିଛି। ୨୦୨୪ ଏପ୍ରିଲରୁ ଅଗଷ୍ଟ ଶେଷ ସୁଦ୍ଧା ଏଚ୍ଏମ୍ଏସଆଇ ଗାଡ଼ିର ଘରୋଇ ବିକ୍ରି ସଂଖ୍ୟା ୨୩,୪୫,୦୨୮ ଓ ରପ୍ତାନି ସଂଖ୍ୟା ୨,୨୯,୭୧୬ ୟୁନିଟ ରହିଛି। ଚଳିତ ବର୍ଷ ଅଗଷ୍ଟରେ କମ୍ପାନୀ ମଧ୍ୟପ୍ରଦେଶରେ ୩୦ ଲକ୍ଷ ଗାଡ଼ି ବିକ୍ରି କରିବା ମାଇଲଖୁଣ୍ଟ ହାସଲ କରିଛି ଯାହା ରାଜ୍ୟରେ କମ୍ପାନୀକୁ ସବୁଠୁ ପସନ୍ଦର ଦୁଇଚକିଆରେ ପରିଣତ କରିଛି।
The post ଅଗଷ୍ଟରେ ହୋଣ୍ଡାର ୫,୩୮,୫୮୨ ୟୁନିଟ୍ ଗାଡ଼ି ବିକ୍ରି appeared first on Dharitri Odia News.