ଅଗଷ୍ଟରେ ୩ଦିନ ସ୍କୁଲ-କଲେଜ ଛୁଟି! ୧୫, ୧୬,୧୭ରେ ବନ୍ଦ ରହିବ…

ଭୁବନେଶ୍ୱର,୨୯।୭: ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର। ପୁଣି ଲଗାତାର ୩ ଦିନ ସ୍କୁଲ ଛୁଟି ହେବାକୁ ଯାଉଛି । ଜାଣନ୍ତୁ ଏହା କେଉଁଠି ଓ କେଉ କେଉଁ ଦିନ ସ୍କୁଲ ଛୁଟି ରହିବ? ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଏବଂ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଅଗଷ୍ଟ ୧୫, ୧୬ ଏବଂ ୧୭ ତାରିଖରେ ଏହି ଛୁଟି ପାଳନ କରାଯିବ। ଜୁଲାଇ ମାସ ଶେଷ ହେବାକୁ ଯାଉଛି ଓ ଅଗଷ୍ଟ ଆରମ୍ଭ ହେବା ସହିତ […] The post ଅଗଷ୍ଟରେ ୩ଦିନ ସ୍କୁଲ-କଲେଜ ଛୁଟି! ୧୫, ୧୬,୧୭ରେ ବନ୍ଦ ରହିବ… appeared first on Dharitri Odia News.

ଅଗଷ୍ଟରେ ୩ଦିନ ସ୍କୁଲ-କଲେଜ ଛୁଟି! ୧୫, ୧୬,୧୭ରେ ବନ୍ଦ ରହିବ…

ଭୁବନେଶ୍ୱର,୨୯।୭: ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର। ପୁଣି ଲଗାତାର ୩ ଦିନ ସ୍କୁଲ ଛୁଟି ହେବାକୁ ଯାଉଛି । ଜାଣନ୍ତୁ ଏହା କେଉଁଠି ଓ କେଉ କେଉଁ ଦିନ ସ୍କୁଲ ଛୁଟି ରହିବ? ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଏବଂ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଅଗଷ୍ଟ ୧୫, ୧୬ ଏବଂ ୧୭ ତାରିଖରେ ଏହି ଛୁଟି ପାଳନ କରାଯିବ।

ଜୁଲାଇ ମାସ ଶେଷ ହେବାକୁ ଯାଉଛି ଓ ଅଗଷ୍ଟ ଆରମ୍ଭ ହେବା ସହିତ ଉତ୍ସବ ସିଜିନ ମଧ୍ୟ ଆରମ୍ଭ ହେଉଛି। ଅଗଷ୍ଟ ମାସ ରକ୍ଷାବନ୍ଧନ ସହିତ ଆରମ୍ଭ ହେଉଛି, ଯାହା ଏଥର ଆହୁରି ସ୍ୱତନ୍ତ୍ର ହେବାକୁ ଯାଉଛି। ଏହି ମାସର ସବୁଠାରୁ ଭଲ ଖବର ହେଉଛି ଯେ ଆପଣ ଲଗାତାର ତିନି ଦିନ ଛୁଟି ପାଇବେ। ଏହି ଛୁଟି ସମୟରେ ସ୍କୁଲ, କଲେଜ ଓ ବ୍ୟାଙ୍କ ସବୁ ବନ୍ଦ ରହିବ। ରାଖୀ ପୂର୍ଣ୍ଣିମା ପାଖାପାଖି ୱିକଏଣ୍ଡ ଛୁଟି ଏକାଠି ପଡୁଛି, ଯାହା ଯୋଗୁଁ ଲୋକମାନେ ଲଗାତାର ତିନି ଦିନ ଛୁଟି ପାଇବେ।

୧୫ ଅଗଷ୍ଟ ସ୍ୱାଧୀନତା ଦିବସ – ଏହି ଦିନ ପତାକା ଉତ୍ତୋଳନ ପରେ ସ୍କୁଲଗୁଡ଼ିକରେ ଛୁଟି ଘୋଷଣା କରାଯାଏ।  ତେଣୁ ସ୍କୁଲ କଲେଜ ସହ ଅଫିସ ଛୁଟି ରହିବ ।  ୧୬ ଅଗଷ୍ଟ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ – ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉପଲକ୍ଷେ ଛୁଟି। ଏହି ଦିନଟି ମଧ୍ୟ ଏକ ସାଧାରଣ ଛୁଟିଦିନ ।

The post ଅଗଷ୍ଟରେ ୩ଦିନ ସ୍କୁଲ-କଲେଜ ଛୁଟି! ୧୫, ୧୬,୧୭ରେ ବନ୍ଦ ରହିବ… appeared first on Dharitri Odia News.