ଅଙ୍ଗନଓ୍ବାଡି ଘର ଭାଙ୍ଗିଦେଲେ ହାତୀପଲ
ଲାଞ୍ଜିଗଡ଼,୮ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଅଧୀନ ଲାଞ୍ଜିଗଡ଼ ସେକ୍ସନର ଗୌଡ଼ଥୁଆଗୁଡା ଗାଁରେ ହାତୀପଲ ଉପଦ୍ରବ କରିଛନ୍ତି। ରବିବାର ରାତିରେ ୧୦ ଟିକିଆ ହାତୀପଲ ଆସି ଅଙ୍ଗନଓ୍ବାଡି କେନ୍ଦ୍ର ଘର ଭାଙ୍ଗିବା ସହିତ କେନ୍ଦ୍ରରେ ଥିବା ପିଲାଙ୍କ ଖାଦ୍ୟ ଖାଦ୍ୟ ଖାଇ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ଏହି ଜଙ୍ଗଲୀ ହାତୀପଲ ବିଶ୍ୱନାଥପୁର ବନାଞ୍ଚଳରେ ବିଭିନ୍ନ ସମୟରେ ଆତଙ୍କ ସୃଷ୍ଟି କରୁଥିବା ବେଳେ ରବିବାର ରାତିରେ ତ୍ରିଲୋଚନପୁର […] The post ଅଙ୍ଗନଓ୍ବାଡି ଘର ଭାଙ୍ଗିଦେଲେ ହାତୀପଲ appeared first on Dharitri Odia News.
ଲାଞ୍ଜିଗଡ଼,୮ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଅଧୀନ ଲାଞ୍ଜିଗଡ଼ ସେକ୍ସନର ଗୌଡ଼ଥୁଆଗୁଡା ଗାଁରେ ହାତୀପଲ ଉପଦ୍ରବ କରିଛନ୍ତି। ରବିବାର ରାତିରେ ୧୦ ଟିକିଆ ହାତୀପଲ ଆସି ଅଙ୍ଗନଓ୍ବାଡି କେନ୍ଦ୍ର ଘର ଭାଙ୍ଗିବା ସହିତ କେନ୍ଦ୍ରରେ ଥିବା ପିଲାଙ୍କ ଖାଦ୍ୟ ଖାଦ୍ୟ ଖାଇ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ମୁତାବକ, ଏହି ଜଙ୍ଗଲୀ ହାତୀପଲ ବିଶ୍ୱନାଥପୁର ବନାଞ୍ଚଳରେ ବିଭିନ୍ନ ସମୟରେ ଆତଙ୍କ ସୃଷ୍ଟି କରୁଥିବା ବେଳେ ରବିବାର ରାତିରେ ତ୍ରିଲୋଚନପୁର ପଞ୍ଚାୟତ ଗୌଡ଼ ଥୁଆଗୁଡା ଗାଁକୁ ପଶି ଆସିଥିଲେ। ହାତୀପଲ ନିକଟସ୍ଥ ନିୟମଗିରି ଜଙ୍ଗଲରୁ ଆସି ପ୍ରଥମେ ଗାଁ ମୁଣ୍ଡରେ ଗର୍ଜନ କରିଥିଲେ।
ଏହା ଶୁଣି ରାତିରେ ଗ୍ରାମବାସୀ ଭୟରେ ଘରୁ ବାହାରି ନ ଥିଲେ। ସୋମବାର ସକାଳେ ଗ୍ରାମବାସୀ ଦେଖିଲା ବେଳକୁ ହାତୀପଲ ଅଙ୍ଗନଓ୍ବାଡି କେନ୍ଦ୍ରର ଘର କାନ୍ଥ, ଝରକା ଭାଙ୍ଗିଥିବା ବେଳେ ଶିଶୁଙ୍କ ପାଇଁ କେନ୍ଦ୍ରରେ ଥିବା ଖାଦ୍ୟ ଖାଇ ନଷ୍ଟ କରିଦେଇଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ଲାଞ୍ଜିଗଡ଼ ବନ ବିଭାଗ ପକ୍ଷରୁ ଫରେଷ୍ଟ ଗାର୍ଡ ଗିରିଧାରୀ ଗୋଡ, ମୂଷାନାଳ ଫରେଷ୍ଟର ଚିନ୍ତାମଣି ମାଝି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।
The post ଅଙ୍ଗନଓ୍ବାଡି ଘର ଭାଙ୍ଗିଦେଲେ ହାତୀପଲ appeared first on Dharitri Odia News.