ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଧାନ ବସ୍ତାରେ ଥିବା ଟଙ୍କା ଖାଇଗଲେ
କେନ୍ଦୁଝର,୧୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ହାତୀଙ୍କ ଉପଦ୍ରଵ ବଢ଼ିବାରେ ଲାଗିଛି। ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ ଜନବସତି ମୁହାଁ ହେଉଛନ୍ତି ହାତୀପଲ। ଜମିରେ ଧାନ ଫସଲ ହୋଇ ନ ଥିବାରୁ ଗାଁ ଗଣ୍ଡାରେ ପଶି ଉପଦ୍ରବ ଚାଲିଛନ୍ତି। ହାତୀ ପଲ ଲୋକଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇବା ସହିତ ଆତଙ୍କ ଖେଳାଉଛନ୍ତି। ଫଳରେ ଲୋକେ ଆତଙ୍କିତ ହୋଇ ପଡ଼ୁଛନ୍ତି। ରାତି ଅନିଦ୍ରା ହୋଇ ନିଜର ଜୀବନ […] The post ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଧାନ ବସ୍ତାରେ ଥିବା ଟଙ୍କା ଖାଇଗଲେ appeared first on Dharitri Odia News.
କେନ୍ଦୁଝର,୧୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳରେ ହାତୀଙ୍କ ଉପଦ୍ରଵ ବଢ଼ିବାରେ ଲାଗିଛି। ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ ଜନବସତି ମୁହାଁ ହେଉଛନ୍ତି ହାତୀପଲ। ଜମିରେ ଧାନ ଫସଲ ହୋଇ ନ ଥିବାରୁ ଗାଁ ଗଣ୍ଡାରେ ପଶି ଉପଦ୍ରବ ଚାଲିଛନ୍ତି। ହାତୀ ପଲ ଲୋକଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇବା ସହିତ ଆତଙ୍କ ଖେଳାଉଛନ୍ତି। ଫଳରେ ଲୋକେ ଆତଙ୍କିତ ହୋଇ ପଡ଼ୁଛନ୍ତି। ରାତି ଅନିଦ୍ରା ହୋଇ ନିଜର ଜୀବନ ଓ ଧନ ସଂପତ୍ତି ର ସୁରକ୍ଷା କରୁଛନ୍ତି। ଏହା ଫଳରେ ହାତୀ ଓ ମଣିଷ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗୁଛି।
ଏଭଳି ଏକ ଘଟଣା ରେ ତେଲକୋଇ ଫରେଷ୍ଟ ବିଟ ଅଧିନ ବେଣା ଗାଁ ମୁଣ୍ଡା ସାହିରେ ଗତ ରାତିରେ ଏକ ୫ ଟିକିଆ ହାତୀପଲ ଗାଁ ରେ ପଶି ଉପଦ୍ରବ କରିଛନ୍ତି। ଗ୍ରାମରେ ଦୁଇଟି ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇଦେଇଛନ୍ତି। ଏହା ସହିତ ଧାନ ବସ୍ତାରେ ରଖାଯାଇଥିବା ଧାନ ସହ ୧୦ ହଜାର ଟଙ୍କା ଖାଇଦେଇଥିବା ଅଭିଯୋଗ ହୋଇଛି, ଯେଉଁ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।
ଘଟଣାରୁ ଜଣା ପଡ଼ିଛି ଯେ ଗତ ରାତି ପ୍ରାୟ ୧୧ ଟାରେ ଏକ ୫ଟିକିଆ ହାତୀପଲ ଖାଦ୍ୟ ଅନ୍ୱେଷଣ ରେ ବେଣା ଗାଁ ମୁଣ୍ଡା ସାହି ରେ ପଶି ପ୍ରଥମେ ଉକ୍ତ ଗାଁର ରବିନ୍ଦ୍ର ପାତ୍ରଙ୍କ ବାଇଗଣ ବାଡିକୁ ଦଳି ମକଚି ନଷ୍ଟ କରିଥିଲେ। ଏହାପରେ ରବୀନ୍ଦ୍ର ପାତ୍ର ଙ୍କ ଘର ଭାଙ୍ଗି ଧାନ ବସ୍ତା ଘର ବାହାରକୁ ଟେକିନେଇ ଖାଇଦେଇଥିଲେ। ରବୀନ୍ଦ୍ର ଯେଉଁ ଧାନ ବସ୍ତା(ଡୁଲୀ )ଭିତରେ ୧୦ ହଜାର ଟଙ୍କା ରଖିଥିଲେ, ସେହି ଧାନ ବସ୍ତା କୁ ହାତୀପଲ ଘରୁ ଟେକି ନେଇ ଖାଇଦେଇଥିଲେ। ବସ୍ତା ଭିତରେ ଥିବା ଧାନ ସହିତ ୧୦ ହଜାର ଟଙ୍କା ଖାଇଦେଇଥିବା ମଧ୍ୟ ରବୀନ୍ଦ୍ରଙ୍କ ସ୍ତ୍ରୀ’ କଂସଲା ପାତ୍ର ଅଭିଯୋଗ କରି ଦୁଃଖ ପ୍ରକାଶ କରିଛନ୍ତି।
ଏହା ପରେ ହାତୀ ପଲ ବାବୁରାମ ମୁଣ୍ଡାଙ୍କ ଘର ଭାଙ୍ଗି ଚାଉଳ ଖାଇବା ସହିତ ଘରର ରୋଷେଇ ବାସନ ପତ୍ରକୁ ଭାଙ୍ଗି ଦେଇଥିଲେ। ହାତୀପଲ ଘର ଭାଙ୍ଗିବା ବେଳେ ଦୁଇ ପରିବାର ଅନ୍ୟତ୍ର ପଳାଇ ଯିବାରୁ ଜୀବନ ବଂଚି ଯାଇଥିଲା। କ୍ଷତିଗ୍ରସ୍ତ ଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ସ୍ଥାନୀୟ ଲୋକେ ଦାବି ହୋଇଛି। ବର୍ଷା ଦିନରେ ଜଙ୍ଗଲରୁ ଜନବସତିକୁ ହାତୀପଲ ଆସି ଘର ଭାଙ୍ଗି ଧାନ ଚାଉଳ ଖାଇଦେଉଥିବାରୁ ଅଞ୍ଚଳରେ ଲୋକଙ୍କ ମନରେ ଭୟର ବାତାବରଣ ଖେଳି ଯାଇଛି। ଏଣୁ ଲୋକଙ୍କୁ କ୍ଷତି ପୂରଣ ଦେବା ସହ ସୁରକ୍ଷା ଯୋଗାଇ ଦେବାକୁ ବନ ବିହାରୀ ନାୟକ, ପୂର୍ବତନ ବେଣା ସରପଞ୍ଚ, ଦାବି କରିଛନ୍ତି।
The post ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଧାନ ବସ୍ତାରେ ଥିବା ଟଙ୍କା ଖାଇଗଲେ appeared first on Dharitri Odia News.