ଅଙ୍ଗନଓ୍ବାଡି ଚାଉଳ ହଡ଼ପ, ଠିକାଦାରଙ୍କ ଗୋଦାମ ସିଲ୍
ଧାମନଗର,୨୭।୧୧(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକରେ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକୁ ଯୋଗାଉଥିବା ଚାଉଳ ହଡ଼ପ ଅଭିଯୋଗରେ ଠିକାଦାରଙ୍କ ଗୋଦାମକୁ ମଙ୍ଗଳବାର ସିଲ୍ କରାଯାଇଛି। ଧାମନଗର ସିଡିପିଓ ଧରିତ୍ରୀ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ଦୀପକ କୁମାର ଦାସ ସିଲ୍ କରିଛନ୍ତି। ଅପରାହ୍ନରେ ତହସିଲଦାର ଏକ ଟିମ୍ ଧରି ଧାମନଗର ଏନ୍ଏସିର ମୁନସିପାଟଣାରେ ଥିବା ଏହି ଗୋଦାମରେ ପହଞ୍ଚତ୍ ଦୁଇଟି ଦ୍ବାରରେ ଥିବା ତାଲାକୁ ଜଉମୁଦ ମାରି ସିଲ୍ କରିଥିଲେ। ସୂଚନା ଅନୁଯାୟୀ, ବ୍ଲକର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ରକୁ […] The post ଅଙ୍ଗନଓ୍ବାଡି ଚାଉଳ ହଡ଼ପ, ଠିକାଦାରଙ୍କ ଗୋଦାମ ସିଲ୍ appeared first on Dharitri Odia News.
ଧାମନଗର,୨୭।୧୧(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବ୍ଲକରେ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକୁ ଯୋଗାଉଥିବା ଚାଉଳ ହଡ଼ପ ଅଭିଯୋଗରେ ଠିକାଦାରଙ୍କ ଗୋଦାମକୁ ମଙ୍ଗଳବାର ସିଲ୍ କରାଯାଇଛି। ଧାମନଗର ସିଡିପିଓ ଧରିତ୍ରୀ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ଦୀପକ କୁମାର ଦାସ ସିଲ୍ କରିଛନ୍ତି। ଅପରାହ୍ନରେ ତହସିଲଦାର ଏକ ଟିମ୍ ଧରି ଧାମନଗର ଏନ୍ଏସିର ମୁନସିପାଟଣାରେ ଥିବା ଏହି ଗୋଦାମରେ ପହଞ୍ଚତ୍ ଦୁଇଟି ଦ୍ବାରରେ ଥିବା ତାଲାକୁ ଜଉମୁଦ ମାରି ସିଲ୍ କରିଥିଲେ।
ସୂଚନା ଅନୁଯାୟୀ, ବ୍ଲକର ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଚାଉଳ ଯୋଗାଇବା ଲାଗି ମୁସିପାଟଣା ଅଞ୍ଚଳର ଜନୈକ ଠିକାଦାର ୨୦୨୦ରୁ ଚାଉଳ ବାଣ୍ଟିବା ପାଇଁ ଟେଣ୍ଡର ନେଇଥିଲେ। ସେ ପ୍ରତ୍ୟେକ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଚାଉଳ ଯୋଗାଇ ଆସୁଥିଲେ। ଆଇସିଡିଏସ୍ ଯୋଜନାର ଖାଦ୍ୟ ସାମଗ୍ରୀ ଯୋଗାଣ ନିୟମ ଅନୁସାରେ ଠିକାଦାର ନିର୍ଦ୍ଧାରିତ ଭାରତୀୟ ଖାଦ୍ୟ ନିଗମର ଗୋଦାମରୁ ଚାଉଳ ଉଠାଇବେ। ଏହାପରେ ନିଜ ଅଞ୍ଚଳରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରରେ ଯୋଗାଇବେ। ହେଲେ ଠିକାଦାର ଜଣକ ସିଧା ଅଙ୍ଗନଓ୍ବାଡି କେନ୍ଦ୍ରରେ ଚାଉଳ ନ ବାଣ୍ଟି ନିଜ ଘର ପାଖରେ କରିଥିବା ଗୋଦାମରେ ରଖୁଥିଲେ। ଗୋଦାମରେ ରହୁଥିବା ଚାଉଳ ବସ୍ତାରୁ କିଛି କିଛି ଚାଉଳ ବାହାର କରି ନେଉଥିଲେ। ତା’ ପରେ ସେଠାରୁ ଛୋଟ ଗାଡ଼ିରେ ଚାଉଳ ବସ୍ତା ନେଇ ଅଙ୍ଗନଓ୍ବାଡି କେନ୍ଦ୍ରରେ ଦେଉଥିଲେ। ଚାଉଳ ବସ୍ତାର ଓଜନ କମ୍ ରହୁଥିବା ନେଇ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ବାରମ୍ବାର ଅଭିଯୋଗ କରିଆସୁଥିଲେ। ଏପରିକି ଠିକାଦାର ମଝିରେ ମଝିରେ ଗୋଟିଏ ଗୋଟିଏ ମାସ ଚାଉଳ ଆଦୌ ଦେଉ ନ ଥିଲେ ବୋଲି ଅଭିଯୋଗ ହେଉଥିଲା। ଏନେଇ ବାରମ୍ବାର ଅଭିଯୋଗ ପରେ ଜିଲାପାଳଙ୍କ ପାଖରେ ଖବର ପହଞ୍ଚତ୍ଥିଲା। ଏହାର ତଦନ୍ତ କରିବାକୁ ସିଡିପିଓଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ନୂଆ ସିଡିପିଓ ଠିକାଦାରଙ୍କୁ ବାରମ୍ବାର ଡାକିଥିଲେ ବି ସେ ଯାଉ ନ ଥିଲେ। ସିଡିପିଓ ପାଣିଗ୍ରାହୀ ତହସିଲଦାରଙ୍କ ସହ ଚାଉଳ ଗୋଦାମରେ ଚଢ଼ାଉ କରିଛନ୍ତି। ଗୋଦାମରେ କେତେ ଚାଉଳ ଗଚ୍ଛିତ ଅଛି, ତାହା ସ୍ପଷ୍ଟ ହୋଇନାହିଁ। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପରିସ୍ଥ ଅଧିକାରୀଙ୍କ ଉପସ୍ଥିତିରେ ସିଲ୍ ଖୋଲାଯାଇ ଘଟଣାର ତଦନ୍ତ କରାଯିବ ବୋଲି ତହସିଲଦାର କହିଥିଲେ। ଗଚ୍ଛିତ ଥିବା ଚାଉଳ ଗତ ଜୁଲାଇ ଓ ଅଗଷ୍ଟର। ଅଧିକ ତଦନ୍ତ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦିଆଯାଇଥିବା ସିଡିପିଓ ପାଣିଗ୍ରାହୀ କହିଛନ୍ତି। ବାହାରେ ଥିବାରୁ ଘଟଣା ସମ୍ପର୍କରେ କିଛି ଜାଣି ନାହାନ୍ତି ବୋଲି ଟେଣ୍ଡର ନେଇଥିବା ଠିକାଦାର କହିଛନ୍ତି।
The post ଅଙ୍ଗନଓ୍ବାଡି ଚାଉଳ ହଡ଼ପ, ଠିକାଦାରଙ୍କ ଗୋଦାମ ସିଲ୍ appeared first on Dharitri Odia News.