୨ ବାନ୍ଧବୀଙ୍କୁ ଡେଟ୍‌

ମୁମ୍ବାଇ: ଦିନ ଥିଲା ନବାଗତ ଯୋଗୁ ଫିଲ୍ମରେ ନେବା ପାଇଁ ନିର୍ମାତାମାନେ ନାକ ଟେକୁଥିଲେ। ହେଲେ ଏବେ ତାଙ୍କ ସହ କାମ କରିବାକୁ ଡେଟ୍‌ ମିଳିବା କଷ୍ଟକର। ଆମେ କହୁଛୁ ବଲିଉଡ୍‌ର ଚକ୍‌ଲେଟ୍‌ ହିରୋ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ବିଷୟରେ। ଏଯାବତ ସେ କରିଥିବା ପ୍ରତିଟି ଫିଲ୍ମରେ ତାଙ୍କ ଅଭିନୟ ସବୁଠୁ ବାରି ହୋଇ ପଡ଼େ। କମେଡି ସାଙ୍ଗକୁ ରୋମାନ୍ସରେ ସେ ସିଦ୍ଧହସ୍ତ ବୋଲି ପ୍ରଶଂସକ ମତ ରଖନ୍ତି। ପରଦା ଉପରେ ଯେମିତି ବ୍ୟକ୍ତିଗତ ଜୀବନରେ ବି ରୋମାନ୍ସରେ […] The post ୨ ବାନ୍ଧବୀଙ୍କୁ ଡେଟ୍‌ appeared first on Dharitri Odia News.

୨ ବାନ୍ଧବୀଙ୍କୁ ଡେଟ୍‌

ମୁମ୍ବାଇ: ଦିନ ଥିଲା ନବାଗତ ଯୋଗୁ ଫିଲ୍ମରେ ନେବା ପାଇଁ ନିର୍ମାତାମାନେ ନାକ ଟେକୁଥିଲେ। ହେଲେ ଏବେ ତାଙ୍କ ସହ କାମ କରିବାକୁ ଡେଟ୍‌ ମିଳିବା କଷ୍ଟକର। ଆମେ କହୁଛୁ ବଲିଉଡ୍‌ର ଚକ୍‌ଲେଟ୍‌ ହିରୋ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ବିଷୟରେ। ଏଯାବତ ସେ କରିଥିବା ପ୍ରତିଟି ଫିଲ୍ମରେ ତାଙ୍କ ଅଭିନୟ ସବୁଠୁ ବାରି ହୋଇ ପଡ଼େ। କମେଡି ସାଙ୍ଗକୁ ରୋମାନ୍ସରେ ସେ ସିଦ୍ଧହସ୍ତ ବୋଲି ପ୍ରଶଂସକ ମତ ରଖନ୍ତି। ପରଦା ଉପରେ ଯେମିତି ବ୍ୟକ୍ତିଗତ ଜୀବନରେ ବି ରୋମାନ୍ସରେ ମାହିର କାର୍ତ୍ତିକଙ୍କ ନାମ ଅନେକ ନାୟିକାଙ୍କ ସହ ଯୋଡ଼ା ଯାଇଛି। ‘ଲଭ୍‌ ଆଜ କଲ୍‌’ ଶୁଟିଂ ସମୟରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କୁ ଡେଟ୍‌ କରୁଥିଲେ କାର୍ତ୍ତିକ। ପରେ କାର୍ତ୍ତିକ ଶ୍ରୀଦେବୀ ଲଳନା ଜାହ୍ନବୀଙ୍କ ସମ୍ପର୍କ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଥିଲା। ‘ଦୋସ୍ତାନା ୨’ ସମୟରେ ଦୁହେଁ ନିକଟତର ହୋଇଥିଲେ। ହେଲେ ଫିଲ୍ମର ଶୁଟିଂ ମଝିରେ ବନ୍ଦ ହୋଇଯିବା ପରେ ସେମାନଙ୍କ ବାଟ ହୋଇଯାଇଥିଲା ଅଲଗା। ଏବେ ଏହି ସମ୍ପର୍କ ନେଇ ପରୋକ୍ଷରେ ମନକଥା କହିଛନ୍ତି ଅଭିନେତା। ନିକଟରେ ଏକ ସାକ୍ଷାତ୍‌କାରରେ ସେ ଦୁଇ ବନ୍ଧୁ (ସାରା,ଜାହ୍ନବୀ)ଙ୍କୁ ଡେଟ୍‌ କରିଥିବା ଖୁଲାସା କରିଛନ୍ତି। ଏହା ତାଙ୍କର ଏକ ଅବଶୋଷ। ସର୍ବଦା ସେ ସେସବୁ ଭାବି ଲଜ୍ଜାବୋଧ କରନ୍ତି ବୋଲି ମଧ୍ୟ କହିଛନ୍ତି।
ବିଷୟରେ କହିଲେ ଆଗାମୀ ଦିନରେ ତାଙ୍କର ଅନେକ ଫିଲ୍ମ ରିଲିଜ ହେବାକୁ ଯାଉଛି। ସେଥିରେ ଚନ୍ଦୁ ଚମ୍ପିଆନ୍‌, ଭୁଲ୍‌ ଭୁଲୈୟା ୩, ଆଶିକି ୩ ଆଦି ରହିଛି।

The post ୨ ବାନ୍ଧବୀଙ୍କୁ ଡେଟ୍‌ appeared first on Dharitri Odia News.