ଛତ୍ରପୁରରେ ଭାରତ ବନ୍ଦ ଆନ୍ଦୋଳନ, ଜାତୀୟ ରାଜପଥ ଅବରୋଧ
ଛତ୍ରପୁର,୨୧।୮ (ଦିଲୀପ ସାମଲ): ସୁପ୍ରିମକୋର୍ଟ ରାୟ ବିରୋଧରେ ବୁଧବାର ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଓଡ଼ିଶାରେ ଏହାକୁ ସଫଳ କରିବା ପାଇଁ ଅନୂସୂଚିତ ଜାତି,ଜନଜାତି,ପଛୁଆ ବର୍ଗ ଓ ସଂଖ୍ୟାଲଘୁ ମିଳିତ କାର୍ଯ୍ୟାନୁଷ୍ଠାନ କମିଟି ଆହ୍ବାନ କ୍ରମେ ଗଞ୍ଜାମ ଜିଲାର ସଦର ମହକୁମାରେ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଛି । ଏହାକୁ ପୁନଃବିଚାର କରି ପ୍ରତ୍ୟାହାର ଦାବି କରିବା ସହ ଗଞ୍ଜାମ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ […] The post ଛତ୍ରପୁରରେ ଭାରତ ବନ୍ଦ ଆନ୍ଦୋଳନ, ଜାତୀୟ ରାଜପଥ ଅବରୋଧ appeared first on Dharitri Odia News.
ଛତ୍ରପୁର,୨୧।୮ (ଦିଲୀପ ସାମଲ): ସୁପ୍ରିମକୋର୍ଟ ରାୟ ବିରୋଧରେ ବୁଧବାର ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଓଡ଼ିଶାରେ ଏହାକୁ ସଫଳ କରିବା ପାଇଁ ଅନୂସୂଚିତ ଜାତି,ଜନଜାତି,ପଛୁଆ ବର୍ଗ ଓ ସଂଖ୍ୟାଲଘୁ ମିଳିତ କାର୍ଯ୍ୟାନୁଷ୍ଠାନ କମିଟି ଆହ୍ବାନ କ୍ରମେ ଗଞ୍ଜାମ ଜିଲାର ସଦର ମହକୁମାରେ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଛି । ଏହାକୁ ପୁନଃବିଚାର କରି ପ୍ରତ୍ୟାହାର ଦାବି କରିବା ସହ ଗଞ୍ଜାମ ଜିଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପରେ ଶତାଧିକ ଲୋକ ରାସ୍ତାକୁ ଓହ୍ଲାଇ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଜାତୀୟ ରାଜପଥ ପିକେଟିଂ କରି ବହୁ ସମୟ ପର୍ଯ୍ୟନ୍ତ ଅବରୋଧ କରାଯାଇଛି। ଫଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଯଦି କେନ୍ଦ୍ର ସରକାର ଏହି ସଂରକ୍ଷଣକୁ ବାତିଲ ନ କରିବେ ତେବେ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ଥିଲେ।
The post ଛତ୍ରପୁରରେ ଭାରତ ବନ୍ଦ ଆନ୍ଦୋଳନ, ଜାତୀୟ ରାଜପଥ ଅବରୋଧ appeared first on Dharitri Odia News.