ରାଗିଗଲେ କିମ ଜୋଙ୍ଗ ଉନ; ୩୦ ବରିଷ୍ଠ ଅଧିକାରୀଙ୍କୁ ଫାଶୀ ଦେବାକୁ ଦେଲେ ନିର୍ଦ୍ଦେଶ

ସିଓଲ,୪।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ଦେଶର ୩୦ ଜଣ ବରିଷ୍ଠ ଅଧିକାରୀଙ୍କୁ ଫାଶୀ ଦେଇଛନ୍ତି। ସେମାନଙ୍କର ଦୋଷ ଥିଲା ଯେ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନଙ୍କୁ କ୍ରୋଧିତ କରିଥିବା ଭୟଙ୍କର ବନ୍ୟା ପରିସ୍ଥିତିରୁ ସେମାନେ ଦେଶକୁ ରକ୍ଷା କରିପାରି ନ ଥିଲେ। ଚାଙ୍ଗଙ୍ଗ ପ୍ରଦେଶରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ୪୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। କିମ ଜୋଙ୍ଗ ସେହି […] The post ରାଗିଗଲେ କିମ ଜୋଙ୍ଗ ଉନ; ୩୦ ବରିଷ୍ଠ ଅଧିକାରୀଙ୍କୁ ଫାଶୀ ଦେବାକୁ ଦେଲେ ନିର୍ଦ୍ଦେଶ appeared first on Dharitri Odia News.

ରାଗିଗଲେ କିମ ଜୋଙ୍ଗ ଉନ; ୩୦ ବରିଷ୍ଠ ଅଧିକାରୀଙ୍କୁ ଫାଶୀ ଦେବାକୁ ଦେଲେ ନିର୍ଦ୍ଦେଶ

ସିଓଲ,୪।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ଦେଶର ୩୦ ଜଣ ବରିଷ୍ଠ ଅଧିକାରୀଙ୍କୁ ଫାଶୀ ଦେଇଛନ୍ତି। ସେମାନଙ୍କର ଦୋଷ ଥିଲା ଯେ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ ଉନଙ୍କୁ କ୍ରୋଧିତ କରିଥିବା ଭୟଙ୍କର ବନ୍ୟା ପରିସ୍ଥିତିରୁ ସେମାନେ ଦେଶକୁ ରକ୍ଷା କରିପାରି ନ ଥିଲେ। ଚାଙ୍ଗଙ୍ଗ ପ୍ରଦେଶରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ୪୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। କିମ ଜୋଙ୍ଗ ସେହି ସମସ୍ତ ଲୋକଙ୍କୁ ଦଣ୍ଡ ଦେବାକୁ କହିଛନ୍ତି, ଯେଉଁମାନେ ଏହି ବିପର୍ଯ୍ୟୟରେ ନିଜ ଦାୟିତ୍ୱକୁ ସଠିକ ଭାବରେ ପୂରଣ କରିପାରନ୍ତି ନାହିଁ। ଗତ ମାସରେ ଦଳର ୨୦-୩୦ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା।
ଏଥର ଉତ୍ତର କୋରିଆରେ ବନ୍ୟା ପରିସ୍ଥିତି ବିପର୍ଯ୍ୟସ୍ତ ବୋଲି ପ୍ରମାଣିତ ହୋଇଛି। ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ୪୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏତେ ବଡ ଦୁଃଖଦ ଘଟଣା ପରେ କିମ ଜୋଙ୍ଗ ନିଜେ ବନ୍ୟା ପ୍ରଭାବିତ ଅଞ୍ଚଳ ଯାଞ୍ଚ କରିଥିଲେ। ଏହାର କିଛି ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ତେବେ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ବନ୍ୟା ପରିସ୍ଥିତିରୁ ଶିଶୁ, ବୃଦ୍ଧ, ଭିନ୍ନକ୍ଷମ ଏବଂ ସୈନିକଙ୍କ ସମେତ ୧୫,୪୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଇଛି। କିମ ଜୋଙ୍ଗ କହିଛନ୍ତି ଯେ, ବନ୍ୟା ପ୍ରଭାବିତ ଅଞ୍ଚଳଗୁଡିକ ସ୍ବାଭାବିକ ଅବସ୍ଥାକୁ ଫେରିବା ପାଇଁ ୩ ମାସ ସମୟ ଲାଗିବ। ଉତ୍ତର କୋରିଆର ଅନେକ ରାଜ୍ୟରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।

The post ରାଗିଗଲେ କିମ ଜୋଙ୍ଗ ଉନ; ୩୦ ବରିଷ୍ଠ ଅଧିକାରୀଙ୍କୁ ଫାଶୀ ଦେବାକୁ ଦେଲେ ନିର୍ଦ୍ଦେଶ appeared first on Dharitri Odia News.