ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ମାଟ୍ରିକ୍ ପାସ୍ରେ ମିଳିବନି ଚାକିରି..
ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକ ଶେଷ ପରେ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି ନେଇ ଏକ ଘୋଷଣା କରାଯାଇଛି। ଅଙ୍ଗନବାଡ଼ି ସୁପର୍ଭାଇଜର୍ ଚାକିରି ପାଇଁ ଏଣିକି ଆଶାୟୀ ଗ୍ରାଜୁଏସନ୍ କରିଥିବା ଆବଶ୍ୟକ। ଆଜି କ୍ୟାବିନେଟ ଓଡ଼ିଶା ଶିଶୁ ଓ ମହିଳା କଲ୍ୟାଣ ସେବା (ସଂଶୋଧନ) ନିୟମ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛି। ଯାହା ଫଳରେ ବର୍ତ୍ତମାନ ପ୍ରଚଳିତ ନିୟମର ସଂଶୋଧନ ଦ୍ବାରା […] The post ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ମାଟ୍ରିକ୍ ପାସ୍ରେ ମିଳିବନି ଚାକିରି.. appeared first on Odisha.News.

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକ ଶେଷ ପରେ ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି ନେଇ ଏକ ଘୋଷଣା କରାଯାଇଛି। ଅଙ୍ଗନବାଡ଼ି ସୁପର୍ଭାଇଜର୍ ଚାକିରି ପାଇଁ ଏଣିକି ଆଶାୟୀ ଗ୍ରାଜୁଏସନ୍ କରିଥିବା ଆବଶ୍ୟକ।
ଆଜି କ୍ୟାବିନେଟ ଓଡ଼ିଶା ଶିଶୁ ଓ ମହିଳା କଲ୍ୟାଣ ସେବା (ସଂଶୋଧନ) ନିୟମ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛି। ଯାହା ଫଳରେ ବର୍ତ୍ତମାନ ପ୍ରଚଳିତ ନିୟମର ସଂଶୋଧନ ଦ୍ବାରା କନିଷ୍ଠ ବର୍ଗ ସେବା (ପରିଦର୍ଶିକା) ପଦବୀରେ ଚୟନଭିିତ୍ତିକ ନିଯୁକ୍ତି ପ୍ରଦାନ ନିମନ୍ତେ ଜଣେ ଅଙ୍ଗନୱାଡି କର୍ମୀ ନିଶ୍ଚିତ ରୂପେ ଯେକୌଣସି ସ୍ବୀକୃତିପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ସ୍ନାତକ ପାସ୍ କରିଥିବା ଆବଶ୍ୟକ। କେବଳ ଗ୍ରାଜୁଏସନ୍ ପାସ୍ କରିଥିବା ପିଲାମାନେ ହିଁ ଏହି ଚାକିରି ପାଇଁ ଆବେଦନ କରିପାରିବେ। କିନ୍ତୁ ଏହା ପୂର୍ବ ନିର୍ଦ୍ଧାରିତ ଯୋଗ୍ୟତା ଅନୁଯାୟୀ କାର୍ଯ୍ୟ କରିଆସୁଥିବା ଅଙ୍ଗନୱାଡି କର୍ମୀଙ୍କ କ୍ଷେତ୍ରରେ ଲାଗୁ ହେବ ନାହିଁ ।
ଉଲ୍ଳେଖଯୋଗ୍ୟ ପୂର୍ବରୁ ଓଡ଼ିଶା ଶିଶୁ ଓ ମହିଳା କଲ୍ୟାଣ ସେବା ନିୟମ, ୧୯୮୯ ଅନୁସାରେ କନିଷ୍ଠ ବର୍ଗ ସେବା (ପରିଦର୍ଶିକା) ପଦବୀରେ ଚୟନଭିିତ୍ତିକ ନିଯୁକ୍ତି ନିମନ୍ତେ ଜଣେ ଅଙ୍ଗନୱାଡି କର୍ମୀ ମାଟ୍ରିକ୍ ପାସ୍ କରିଥିବା ଆବଶ୍ୟକ ହେଉଥିଲା। ଏବେ ଏହା ପରିବର୍ତ୍ତନ କରାଯାଇ ଗ୍ରାଜୁଏସନ୍ କରାଯାଇଛି। ଏହି ପଦକ୍ଷେପ ସେବା ବିତରଣ ମାନ ବୃଦ୍ଧି କରିବା, ଶିଶୁ ଓ ମହିଳାଙ୍କ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ଯୋଜନା ଗୁଡିକର ସୁପରିଚାଳନା କରିବା ତଥା ବିଭାଗର ଦକ୍ଷତାକୁ ଦୃଢ କରିବା ନିମନ୍ତେ ସହାୟକ ହୋଇପାରିବ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ କୁହାଯାଇଛି।
The post ଅଙ୍ଗନବାଡ଼ି କର୍ମୀ ନିଯୁକ୍ତି ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ମାଟ୍ରିକ୍ ପାସ୍ରେ ମିଳିବନି ଚାକିରି.. appeared first on Odisha.News.