ଅଙ୍ଗନବାଡ଼ି,ଆଶାକର୍ମୀ, ସିଆର୍‌ପି ଓ ଏମ୍‌ବିକେ ବି ପାଇବେ ସୁଭଦ୍ରା ଟଙ୍କା, ଆସିଲା ଆନୁଷ୍ଠାନିକ ମାର୍ଗଦର୍ଶିକା

ଭୁବନେଶ୍ବର : ସୁଭଦ୍ରା ଯୋଜନାର ଆନୁଷ୍ଠାନିକ ମାର୍ଗଦର୍ଶିକା ସରକାରଙ୍କ ପକ୍ଷରୁ ଜାରି କରାଯାଇଛି। ଅଙ୍ଗନବାଡ଼ି, ଆଶାକର୍ମୀ, ସିଆର୍‌ପି, ଏମ୍‌ବିକେ ବି ସୁଭଦ୍ରା ପାଇଁ ଆବେଦନ କରିପାରିବେ। ଏଥି ସହିତ ଆଉଟସୋର୍ସିଂ ଏଜେନ୍ସିରେ ନିଯୁକ୍ତ ମହିଳା ବି ସୁଭଦ୍ରା ଯୋଜନାରେ ଟଙ୍କା ପାଇବେ ବୋଲି ରାଜ୍ୟ ସରକାର ତାଙ୍କ ମାର୍ଗଦର୍ଶିକାରେ ଉଳ୍ଲେଖ କରିଛନ୍ତି। ଏହି ମାର୍ଗଦର୍ଶିକା ଅନୁଯାୟୀ ଯେଉଁ ମହିଳାମାନେ, ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ଯୋଜନା ଅନ୍ତର୍ଗତ କୌଣସି ଆର୍ଥିକ ସହାୟତା ଯଥା ପେନସନ, ଛାତ୍ରବୃରି ଇତ୍ୟାଦି […]

ଅଙ୍ଗନବାଡ଼ି,ଆଶାକର୍ମୀ, ସିଆର୍‌ପି ଓ ଏମ୍‌ବିକେ ବି ପାଇବେ ସୁଭଦ୍ରା ଟଙ୍କା, ଆସିଲା ଆନୁଷ୍ଠାନିକ ମାର୍ଗଦର୍ଶିକା
Subhadra Yojana official guidelines

ଭୁବନେଶ୍ବର : ସୁଭଦ୍ରା ଯୋଜନାର ଆନୁଷ୍ଠାନିକ ମାର୍ଗଦର୍ଶିକା ସରକାରଙ୍କ ପକ୍ଷରୁ ଜାରି କରାଯାଇଛି। ଅଙ୍ଗନବାଡ଼ି, ଆଶାକର୍ମୀ, ସିଆର୍‌ପି, ଏମ୍‌ବିକେ ବି ସୁଭଦ୍ରା ପାଇଁ ଆବେଦନ କରିପାରିବେ। ଏଥି ସହିତ ଆଉଟସୋର୍ସିଂ ଏଜେନ୍ସିରେ ନିଯୁକ୍ତ ମହିଳା ବି ସୁଭଦ୍ରା ଯୋଜନାରେ ଟଙ୍କା ପାଇବେ ବୋଲି ରାଜ୍ୟ ସରକାର ତାଙ୍କ ମାର୍ଗଦର୍ଶିକାରେ ଉଳ୍ଲେଖ କରିଛନ୍ତି।

ଏହି ମାର୍ଗଦର୍ଶିକା ଅନୁଯାୟୀ ଯେଉଁ ମହିଳାମାନେ, ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ଯୋଜନା ଅନ୍ତର୍ଗତ କୌଣସି ଆର୍ଥିକ ସହାୟତା ଯଥା ପେନସନ, ଛାତ୍ରବୃରି ଇତ୍ୟାଦି ପ୍ରତି ମାସରେ ୧୫୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ଓ ବାର୍ଷିକ ୧୮୦୦୦ ଟଙ୍କା କିମ୍ବା ଅଧିକ ପାଉଥିବେ, ସେମାନେ ଅଯୋଗ୍ୟ ଘୋଷିତ ହେବେ । କିନ୍ତୁ ଅଙ୍ଗନବାଡିକର୍ମୀ / ସହାୟିକା, ଆଶାକର୍ମୀ, କମ୍ୟୁନିଟି ରିସୋର୍ସ ପର୍ସନ (ସିଆରପି), ମାଷ୍ଟର ବ୍ଲକ କିପର (ଏମ୍ବିକେ) ଓ ଆଉଟସୋରସିଙ୍ଗ ଏଜେସି ଦ୍ଵାରା ନିଯୁକ୍ତ ମହିଳାମାନେ ମାର୍ଗଦର୍ଶିକାରେ ଥିବା ଅନ୍ୟ ସମସ୍ତ ମାନଦଣ୍ଡ ହିସାବରେ ଯୋଗ୍ୟ ହେଉଥିଲେ । ସେମାନେ ମଧ୍ୟ ସୁଭଦ୍ରା ଯୋଜନାର ଆବେଦନ କରିପାରିବେ।

GWO0oveW8AEp3lR

ଏଥି ସହିତ ଆଜି ସୁଭଦ୍ରା ଯୋଜନା ନେଇ ମହିଳା ଓ ଶିଶୁ ବିକାଶ ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି ହୋଇଛି। ଟୋଲ ଫ୍ରି ନମ୍ବରଟି ହେଉଛି ‘୧୪୬୭୮’। ଏହି ନମ୍ବରଟି ସକାଳ ୬ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବ । ଏହି ସମୟସୀମା ମଧ୍ୟରେ ଯେକୌଣସି ବ୍ୟକ୍ତି ଏହି ଟୋଲ ଫ୍ରି ନମ୍ବରରେ କଲ୍ କରି ସୁଭଦ୍ରା ଯୋଜନା ଅନ୍ତର୍ଗତ ସମସ୍ତ ତଥ୍ୟ ପାଇପାରିବେ।